ETV Bharat / business

ବଜେଟ ବିଷୟରେ ଜାଣିବା କାହିଁକି ? ସାଧାରଣ ଲୋକଙ୍କ ଜୀବନରେ ଏହାର ପ୍ରଭାବ କଣ ? ଜାଣନ୍ତୁ...

author img

By ETV Bharat Odisha Team

Published : Dec 27, 2023, 7:28 AM IST

Why Budget is Important: ସାଧାରଣ ଲୋକଙ୍କ ପାଇଁ ବଜେଟ ବିଷୟରେ ଜାଣିବା ଆବଶ୍ୟକ । କାରଣ ଏହି ବଜେଟର ସୂଚନା ସାଧାରଣ ପରିବାରର ଖର୍ଚ୍ଚ ନିର୍ଦ୍ଧାରଣରେ ସହାୟକ ହୋଇଥାଏ । ଅଧିକ ପଢ଼ନ୍ତୁ

ବଜେଟ ବିଷୟରେ ଜାଣିବା କାହିଁକି
ବଜେଟ ବିଷୟରେ ଜାଣିବା କାହିଁକି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଜେଟ୍‌ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । କାରଣ ଏହି ବଜେଟ୍‌ର ସୂଚନା ସାଧାରଣ ପରିବାରର ଖର୍ଚ୍ଚ ନିର୍ଦ୍ଧାରଣରେ ସହାୟକ ହୋଇଥାଏ । ଦେଶର ସରକାରଙ୍କ ପାଇଁ ବଜେଟ୍‌ ଯେତିକି ଆବଶ୍ୟକ, ସେତିକି ଗୋଟିଏ ସାଧାରଣ ପରିବାର ପାଇଁ ମଧ୍ୟ ଆବଶ୍ୟକ । କୌଣସି ପରିବାରର ବଜେଟ୍‌ ପ୍ରସ୍ତୁତ କରିବା ଦ୍ୱାରା ସାଧାରଣ ଲୋକଟିଏ ସୀମିତ ଆୟରେ ସେ ନିଜ ଖର୍ଚ୍ଚ ନିର୍ଦ୍ଧାରଣ କରିପାରିବେ । ଯାହାଦ୍ୱାରା ସାଧାରଣ ଲୋକଟିଏ ବିତ୍ତୀୟ ଶୃଙ୍ଖଳାରେ ଗୁରୁତ୍ୱ ବିଷୟରେ ଜାଣି ପାରିବ, ତଦନୁଯାୟୀ ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ପାଇ ପାରିବ । ସେହିଭଳି ଦେଶର ବଜେଟ ମଧ୍ୟ ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଉପସ୍ଥାପିତ ବଜେଟ୍‌ରେ ସରକାର ବିଶେଷ ଭାବରେ ସେହି କ୍ଷେତ୍ରଗୁଡିକ ଉପରେ ଧ୍ୟାନ ଦିଅନ୍ତି ଯାହା ରୋଜଗାର ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିପାରିବ ।

ବଜେଟ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ବଜେଟ ତିଆରି କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଆବଣ୍ଟିତ ଟଙ୍କା ଆବଶ୍ୟକ କ୍ଷେତ୍ରରେ ଉପଯୋଗ କରିବା । ଯାହା ସାଧାରଣ ଲୋକଙ୍କ ପାଇଁ କଲ୍ୟାଣ ଯୋଜନାର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବଜେଟରେ ଆୟକର କିମ୍ବା ବ୍ୟକ୍ତିଗତ ଟ୍ୟାକ୍ସ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଏହା ଦ୍ବାରା ଟ୍ୟାକ୍ସ ଫ୍ରଣ୍ଟରେ ଜନସାଧାରଣ କେଉଁଠାରେ ଆରାମ ପାଇଛନ୍ତି କିମ୍ବା କେଉଁଠାରେ ଭାର ବଢ଼ିଛି ସେ ବିଷୟରେ ଜଣା ପଡ଼ିଥାଏ । ଆର୍ଥିକ ଅସମାନତା ସମସ୍ତ ଅର୍ଥନୀତି ପାଇଁ ଏକ ଚିନ୍ତାର ବିଷୟ । ତେଣୁ ଏଭଳି ପରିସ୍ଥିତିରେ ଦେଶର ସର୍ବଦଳୀୟ ବିକାଶରେ ସହାୟକ ହେଉଥିବା ନୀତି କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ହେଉଛି ଏକମାତ୍ର ଉପାୟ ।

ଏହା ମଧ୍ୟ ପଢ଼ନ୍ତୁ.... ନାନା ବାଧା ସତ୍ତ୍ବେ ଝୁଙ୍କିଲାନି ଆଦାନୀ ଗ୍ରୁପ, ଶୀର୍ଷରେ ରହି ଶେଷ କରିବ 2023

କଲ୍ୟାଣ ଏବଂ ଆର୍ଥିକ ନୀତି ମାଧ୍ୟମରେ ଅସମାନତାକୁ ଦୂର କରିବାକୁ ସରକାର ଚେଷ୍ଟା କରିଥାଆନ୍ତି । ବଜେଟ୍‌ ମାଧ୍ୟମରେ ଦେଶର ଦୁର୍ବଳ ବିଭାଗକୁ ସହାୟତା ଯୋଗାଇ ଦିଆଯାଏ । ବଜେଟ୍‌ ପ୍ରସ୍ତୁତ କରିବାବେଳେ ସରକାର ଦୁର୍ବଳ ଅଞ୍ଚଳ ଚିହ୍ନଟ କରିଥାଆନ୍ତି । ଏହା ଉତ୍ସ ଆବଣ୍ଟନରେ ସାହାଯ୍ୟ କରେ, ଯାହା ବଜେଟ୍‌ ତିଆରି କରିବାର ମୌଳିକ କାରଣ । କେଉଁ ପ୍ରକାରର ନୀତି ଆବଶ୍ୟକ ଏବଂ କେଉଁ କ୍ଷେତ୍ରରେ ସାଧାରଣ ଲୋକ ଉପକୃତ ହେବେ ତାହା ସରକାର ସ୍ଥିର କରିବାକୁ ଏହା ସାହାଯ୍ୟ କରିଥାଏ । ତେଣୁ ସାଧାରଣ ଲୋକ ବଜେଟ ବିଷୟରେ ଜାଣିବା ଦ୍ବାରା ସେ ନିଜ ପାଇଁ ଆବଣ୍ଟିତ ସୁବିଧା ବିଷୟରେ ଜାଣିବା ସହ ଆବଶକ୍ୟ ତଥା ଅନାବଶ୍ୟକ ଦରଦାମ ବୃଦ୍ଧି ଓ ଖର୍ଚ୍ଚ ବିଷୟରେ ମଧ୍ୟ ଜାଣି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.