ETV Bharat / bharat

Dairy ପଦାର୍ଥ ଉପରେ ବଢିଲା GST, ଜାଣନ୍ତୁ କଣ ଶସ୍ତା କଣ ମହଙ୍ଗା ?

author img

By

Published : Jul 18, 2022, 9:57 PM IST

Dairy ପଦାର୍ଥ ଉପରେ ବଢିଲା GST, ଜାଣନ୍ତୁ କଣ ଶସ୍ତା କଣ ମହଙ୍ଗା ?
Dairy ପଦାର୍ଥ ଉପରେ ବଢିଲା GST, ଜାଣନ୍ତୁ କଣ ଶସ୍ତା କଣ ମହଙ୍ଗା ?

ସାଧାରଣ ଜନତାଙ୍କ ପକେଟ ଉପରେ ପଡିଲା ବୋଝ । ଲୋକଙ୍କ ଅତି ବ୍ୟବହାର୍ଯ୍ୟ ଜିନିଷ ଉପରେ ଲାଗିଲା ଜିଏସଟି । ଜାଣନ୍ତୁ କଣ ଶସ୍ତା ? କଣ ମହଙ୍ଗା ? ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଅଧିକ ଚିନ୍ତା ବଢାଇଲା ଦରଦାମ ବୃଦ୍ଧି । ଏବେ ଦୁଗ୍ଧ ଜାତୀୟ ପଦାର୍ଥ ଉପରେ ଲାଗିଲା GST । ପ୍ରାୟ ସବୁ ବର୍ଗର ଲୋକ ବ୍ୟବହାର କରୁଥିବା ଦହି, ଲସି, ଚାଉଳ, ପନିର, ଅଟା, ମୁଢୀ ଉପରେ ଦ୍ରବ୍ୟ ଏବଂ ସେବା କର (Goods and Service Tax) ଲାଗୁ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କିଛି ସାମଗ୍ରୀ ଉପରେ ପ୍ରଥମ କରି GST ଲାଗୁ କରାଯାଉଥିବା ବେଳେ ଅନ୍ୟ କିଛି ସାମଗ୍ରୀ ଶସ୍ତା ମଧ୍ୟ ହେବ । ପୂର୍ବରୁ ଅନବ୍ରାଣ୍ଡ ପ୍ୟାକେଜ ଖାଦ୍ୟ ସାମଗ୍ରୀ ଦେବାକୁ ପଡ଼ୁନଥିଲା ଜିଏସଟି । ହେଲେ ଏବେ ସେଗୁଡ଼ିକ ଲାଗି ଅଧିକ ଦର ଦେବାକୁ ପଡ଼ିବ । ପ୍ରି-ପ୍ୟାକ ଫୁଡ଼ ଯେପରିକି କ୍ଷୀର, ଦହି, ଲସି, ପନିର ସମେତ ମାଛ ଉପରେ ମଧ୍ୟ ୫ ପ୍ରତିଶତ ଜିଏସଟି ଲାଗୁ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।

ମେଡିକାଲରେ ଚିକିତ୍ସା ଲାଗି ଅଧିକ ଟଙ୍କା ଖର୍ଚ୍ଚ ହେବ । ୫୦୦୦ ହଜାର ଟଙ୍କିଆ ବେଡରେ GST ଲାଗୁ କରାଯିବ । ତେବେ ଆଇସିୟୁ ଏଥିରୁ ବାଦ ପଡିଛି । ୧ ହଜାରରୁ କମ ହୋଟେଲ ରୁମ ପାଇଁ ଆଗରୁ ଜିଏସଟି ଦେବାକୁ ପଡୁନଥିବା ବେଳେ ଏବେ ୧୨ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ସେପଟେ ବ୍ୟାଙ୍କରୁ ଚେକ୍‌ ବୁକ ଜାରି କରିବା ପରେ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ ।

ସୋଲାର ୱାଟର ହିଟର ଉପରେ ଆଗରୁ ଜିଏସଟି ୫ ପ୍ରତିଶତ ଥିବା ବେଳେ ଏବେ ଏହାକୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ LED ଲାଇଟ, ଲ୍ୟାମ୍ପ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । କିଛି ସାମଗ୍ରୀ ଉପରେ ସରକାର ଜିଏସଟି ଦର ହ୍ରାସ ମଧ୍ୟ କରିଛନ୍ତି ।

କଣ ମହଙ୍ଗା ?

  • ଦୁଗ୍ଧ ଜାତୀୟ ପଦାର୍ଥ
  • ବ୍ଲେଡ, ପେପର, କଇଁଚି
  • କଣ୍ଟା ଚାମଚ (Fork)
  • ଷ୍ଟେସନାରୀ ସାମଗ୍ରୀ
  • ୱାଟର ହିଟର
  • LED ଲାଇଟ, ଲ୍ୟାମ୍ପ
  • ଖାଇବା ତେଲ

କଣ ଶସ୍ତା ?

ଜିଏସଟି କାଉନସିଲ ରୋପୱେରେ ଯାତ୍ରୀଙ୍କ ଯିବା ଆସିବା ଉପରେ ଜିଏସଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛି । ଏହାବ୍ୟତୀତ ଶରୀରର କୃତ୍ରିମ ଅଙ୍ଗ ଉପରେ ଜିଏସଟି ହ୍ରାସ କରିଛି । ଜୁଲାଇ ୧୮ ବା ଆଜିଠାରୁ ଏହା ଉପରେ ଦର ହ୍ରାସ କରାଯାଇଛି ।

ତେବେ ସୂଚନା ଥାଉ କି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁନ ଶେଷ ବେଳକୁ ୪୭ତମ ବୈଠକ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସାଧାରଣ ଜନତାଙ୍କ ପକେଟ ଉପରେ ପଡିଛି ବୋଝ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.