ETV Bharat / bharat

Budget 2023: PAN କାର୍ଡକୁ ନୂଆ ପରିଚୟ, ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା

author img

By

Published : Feb 1, 2023, 7:26 PM IST

Budget 2023 PAN card
Budget 2023 PAN card

ପ୍ୟାନ କାର୍ଡକୁ ଭାରତୀୟଙ୍କ ଲାଗି ଏକ ପରିଚୟ ପତ୍ର ଭାବେ ବିବେଚନା କରାଯାଏ । ଆଗକୁ ସମସ୍ତ କ୍ଷେତ୍ରରେ ଆଇଡିଣ୍ଟିଫିକେସନ ବା ପରିଚୟ ଲାଗି PAN କାର୍ଡକୁ ଜାତୀୟ ପରିଚୟ କାର୍ଡ ଭାବେ ବ୍ୟବହାର କରାଯିବ । ସମସ୍ତ ଡିଜିଟାଲ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ପ୍ୟାନ କାର୍ଡର ବ୍ୟବହାର କରାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସରଳ ହେଲା KYC ବ୍ୟବସ୍ଥା । ଏହାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ସମସ୍ତ କ୍ଷେତ୍ରରେ ଆଇଡିଣ୍ଟିଫିକେସନ ବା ପରିଚୟ ଲାଗି PAN କାର୍ଡକୁ ଜାତୀୟ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ସାରା ଦେଶରେ ପ୍ୟାନ କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ବୋଲି ବୁଧବାର ସଂସଦରେ ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ବଜେଟ ଉପସ୍ଥାପନ ସମୟରେ ଏପରି ଘୋଷଣା କରିଛନ୍ତି । ସମସ୍ତଙ୍କ ଲାଗି ପ୍ୟାନ କାର୍ଡର ବ୍ୟବହାର ଅତି ସାଧାରଣ ହେବ । କୌଣସି ବ୍ୟବସାୟର ଆରମ୍ଭରୁ ପ୍ୟାନ କାର୍ଡର ବ୍ୟବହାର କରାଯିବାକୁ ଥିବା ବେଳେ ଏଥିରୁ ବ୍ୟବସାୟୀମାନେ ଲାଭବାନ ହେବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାରୀ ଏଜେନ୍ସିଙ୍କ ଲାଗି ଡିଜିଟାଲ ପ୍ରଣାଳୀର ବ୍ୟବହାର କରି ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) କାର୍ଡ ବ୍ୟବହାର କରାଯିବ । ଏହାଦ୍ବାରା ସରକାରଙ୍କୁ ଦେଶରେ ଇଜ୍‌ ଅଫ ଡୁଇଙ୍ଗ (Ease of doing) ବିଜନେସର ବୃଦ୍ଧି କ୍ଷେତ୍ରରେ ସହାୟକ ହେବ । ପ୍ୟାନ ହେଉଛି ଏକ ୧୦ ଟିକିଆ ନମ୍ବର । ଏହା ଆୟକର ବିଭାଗ ଦ୍ବାରା କୌଣସି ବ୍ୟକ୍ତି ବା ସଂସ୍ଥାକୁ ପ୍ରଦାନ କରାଯାଇଥାଏ । ଭାରତ ସରକାରଙ୍କ ଆୟକର ବିଭାଗ ପ୍ରତି ଭାରତୀୟଙ୍କ ଲାଗି ପ୍ୟାନ କାର୍ଡ ଜାରି କରିଥାନ୍ତି । ପ୍ୟାନ କାର୍ଡ ଜରିଆରେ ଆୟକର ଭରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଥାଏ ।

ଏହା ବି ପଢନ୍ତୁ- Education Budget 2023: ଶିକ୍ଷା କ୍ଷେତ୍ରକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ, 8% ବ୍ୟୟ ଅଟକଳ ବୃଦ୍ଧି

ଏହାସହ ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ମ୍ୟୁଚୁଆଲ ଫଣ୍ଡ୍‌ ଲୋନ୍‌ର ଆବେଦନ ଲାଗି ପ୍ୟାନ କାର୍ଡର ଆବଶ୍ୟକତା ରହିଥାଏ । ପ୍ୟାନ କାର୍ଡକୁ ଭାରତୀୟଙ୍କ ଲାଗି ଏକ ପରିଚୟ ପତ୍ର ଭାବେ ବିବେଚନା କରାଯାଏ । କିଛି କାର୍ଯ୍ୟ ଲାଗି ପ୍ୟାନ କାର୍ଡ ନିହାତି ଆବଶ୍ୟକ ହୋଇଥାଏ । ଆମକୁ ଆୟକର ଭରଣ କରିବାକୁ ପଡୁଥିବାରୁ ପ୍ୟାନ କାର୍ଡ ସମ୍ପର୍କରେ ସମସ୍ତ ସୂଚନା ରଖିବା ଆବଶ୍ୟକ । ଏବେ ପ୍ୟାନ କାର୍ଡ ଜରିଆରେ ଅର୍ଥ ଲେଣଦେଣ ସହ ପରିଚୟ ପତ୍ର ଲାଗି ପ୍ୟାନ କାର୍ଡର ବ୍ୟବହାର କରିବାକୁ ପଡ଼ିବ । ସମସ୍ତ ଡିଜିଟାଲ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ପ୍ୟାନ କାର୍ଡର ବ୍ୟବହାର କରାଯିବ ।

ୱାନ ଷ୍ଟପ ସଲ୍ୟୁସନ, ପରିଚୟ ଓ ଠିକଣା ଲାଗି ଏହାର ବ୍ୟବହାର କରାଯିବ । କମନ ପୋର୍ଟାଲ ଜରିଆରେ ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ରହିବ । ଏହାକୁ ଭିନ୍ନ ଭିନ୍ନ ଏଜେନ୍ସି ବ୍ୟବହାର କରିପାରିବେ । ଫଳରେ ବାରମ୍ବାର ଭିନ୍ନ ଭିନ୍ନ ସଂସ୍ଥାକୁ ଜଣେ ବ୍ୟକ୍ତିଙ୍କୁ ନିଜ ସୂଚନା ଦେବାକୁ ପଡ଼ିବ ନାହିଁ । ମାତ୍ର ଏହି କାର୍ଯ୍ୟ ଲାଗି ଉକ୍ତ ବ୍ୟକ୍ତି ସହମତି ରହିବା ଆବଶ୍ୟକ । ଏ ନେଇ ବ୍ୟାଙ୍କ ବଜାରର ସିଇଓ ଆଦିଲ ସେଟ୍ଟୀ କହିଛନ୍ତି, "ଡିଜିଟାଲ ଇଣ୍ଡିଆକୁ ଅଧିକ ସହଜ କରିବା ଲାଗି KYC ପ୍ରୋସେସକୁ ସରଳ କରିବା ଜରୁରୀ ଥିଲା । ଏହା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ନିଷ୍ପତ୍ତି । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.