ETV Bharat / bharat

ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ ସୁପାରିଶ କରିଥିଲେ ଇମ୍ରାନ ଖାନ: କ୍ୟାପଟେନ

author img

By

Published : Jan 25, 2022, 8:44 AM IST

ସିଦ୍ଧୁଙ୍କୁ ମନ୍ତ୍ରୀ ବନାଇବାକୁ ସୁପାରିଶ କରିଥିଲେ ଇମ୍ରାନ ଖାନ: କ୍ୟାପଟେନ
ସିଦ୍ଧୁଙ୍କୁ ମନ୍ତ୍ରୀ ବନାଇବାକୁ ସୁପାରିଶ କରିଥିଲେ ଇମ୍ରାନ ଖାନ: କ୍ୟାପଟେନ

ନବଜୋତ ସିଂହ ସିଦ୍ଧିଙ୍କୁ ମନ୍ତ୍ରୀ କରିବା ଲାଗି ସୁପାରିଶ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସିଦ୍ଧୁଙ୍କୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାପଟେନ । ଅଧିକ ପଢନ୍ତୁ

ଚଣ୍ଡିଗଡ: ସିଦ୍ଧୁଙ୍କୁ ନେଇ କ୍ୟାପଟେନଙ୍କ ବିସ୍ଫୋରକ ବୟାନ । କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧିଙ୍କୁ ମନ୍ତ୍ରୀ ବନାଇବା ଲାଗି ପାକିସ୍ତାନରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପାଖକୁ ବାର୍ତ୍ତା ଆସିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିବେଦନ କରିଥିଲେ ଯେ ଯଦି ସେ ସିଦ୍ଧୁଙ୍କୁ କ୍ୟାବିନେଟରେ ସ୍ଥାନ ଦିଅନ୍ତି ତେବେ ସେ କୃତଜ୍ଞ ରହିବେ । କାରଣ ସେ ତାଙ୍କର ପୁରୁଣା ବନ୍ଧୁ ଅଟନ୍ତି ।

ଯଦି ସିଦ୍ଧୁ କାମ ନ କରନ୍ତି ତେବେ ତାଙ୍କୁ ପୁଣି କ୍ୟାବିନେଟ୍‌ରୁ ବାହାର କରିଦେଇପାରନ୍ତି ବୋଲି ଇମ୍ରାନ ଖାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (PLC) ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ କହିଥିବା କ୍ୟାପେଟେନ ସୋମବାର ଦାବି କରିଛନ୍ତି ।

ଅନ୍ୟପଟେ ସିଦ୍ଧୁଙ୍କୁ ଏ ବାବଦରେ ପଚରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ପାର୍ଟି ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ଯଦି ପାକିସ୍ତାନରୁ କୌଣସି ସୁପାରିଶ୍ ଆସିଥିଲା ତେବେ ସେହି ସମୟରେ ଅମରିନ୍ଦର ସିଂହ କାହିଁକି ଚୁପ୍ ରହିଥିଲେ ଏବଂ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ? କ୍ୟାପଟେନଙ୍କ ଏଭଳି ବୟାନ ଲଜ୍ଜାଜନକ ଅଟେ ।

ସେ ଏକ ସାମ୍ବିଧାନିକ ପଦରେ ରହି ସାରିଥିବାବେଳେ ଏହିପରି କଥା କହିବା ଭୁଲ୍ ବୋଲି ସୁପ୍ରିୟା କହିଛନ୍ତି । ପ୍ରକାଶଥାଉ କି, ନବଜୋତ ସିଂହ ସିଦ୍ଧୁଙ୍କୁ ୨୦୧୯ ଜୁଲାଇରେ କ୍ୟାପଟେନ ମନ୍ତ୍ରୀ ପଦରୁ ବାହାର କରିଥିଲେ । କୌଣସି କାମ କରୁନଥିବାରୁ ତାଙ୍କୁ ପଦରୁ ହଟାଇଥିବା କ୍ୟାପଟେନ କହିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.