ETV Bharat / bharat

Cyber Crime: ସାଇବର ଠକଙ୍କ କବଜାରେ ୧ଲକ୍ଷରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ

author img

By

Published : Apr 4, 2023, 8:57 PM IST

Cyber Crime
Cyber Crime

ଝାଡ଼ଖଣ୍ଡ ସାଇବର ପୋଲିସକୁ ବଡ଼ ସଫଳତା । ୧ଲକ୍ଷରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିଥିବା ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ହେଲା ସଫଳ । ଅଧିକ ପଢନ୍ତୁ

ରାଞ୍ଚି: ଝାଡ଼ଖଣ୍ଡରେ ସକ୍ରିୟ ସାଇବର ଅପରାଧୀ । ପ୍ରାୟ ୧ ଲକ୍ଷରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ନିଜ କବଜାକୁ ନେଇଥିବା ବେଳେ ଶେଷରେ ପୋଲିସ ହାତରେ ଧରା ପଡ଼ିଛନ୍ତି । ପୋଲିସ ୪ ସାଇବର ଠକଙ୍କୁ ଗିରଫ କରିଛି । ଏମାନେ ନିଜ ମୋବାଇଲ ଫୋନ୍‌ ମାଧ୍ୟମରେ ଲକ୍ଷେରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ଏହାକୁ ପରିଚାଳନା କରୁଥିଲେ । ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ସାମାନ୍ୟ ଭୟଭୀତ ହୋଇପଡ଼ିଛନ୍ତି ।

ଗିରଫ ୪ଜଣ ଅଭିଯୁକ୍ତ ଗୋଟିଏ ସ୍ଥାନରେ ବସି ସାଇବର ଅପରାଧ କରୁଥିଲେ । ଏମାନଙ୍କ ମଧ୍ୟରୁ ୪ଜଣ ପେଶାଦାର ଅପରାଧୀ ଥିବା ବେଳେ ସେମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି । ସମସ୍ତ ଅପରାଧୀଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ସେମାନଙ୍କୁ ନ୍ୟାୟିକ ହେପାଜତରେ ନେଇଛି । ପୋଲିସର ଏକ ସ୍ବତନ୍ତ୍ର ଟିମ ଜବତ ହୋଇଥିବା ସମସ୍ତ ମୋବାଇଲକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଅପରାଧୀ ଗ୍ୟାଙ୍ଗ ପ୍ରାୟ ୧ ଲକ୍ଷ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ହାତେଇବାରେ ସକ୍ଷମ ହୋଇଥିଲେ ।

ଏହା ବି ପଢନ୍ତୁ-୭ଦିନ ପରେ ବନ୍ଦ କୋଠରୀରୁ ପରିବାର ଉଦ୍ଧାର

ଏହାସହ ପ୍ରାୟ ୧ ଲକ୍ଷରୁ ଅଧିକ ନମ୍ବର ମୋବାଇଲରେ ସେଭ୍‌ ହୋଇଥିବା ମଧ୍ୟ ପୋଲିସ କହିଛି । ମୋବାଇଲରେ ଲିଙ୍କ୍‌, ଓଟିପି ପଠାଇବା ଲାଗି ମେସେଜ ରହିଥିବା ପୋଲିସ କହିଛି । ଏହି ସାଇବର ଠକମାନେ ମେସେଜ ପଠାଇ ତାହା ଉପରେ କ୍ଲିକ କରିବାକୁ କହୁଥିଲେ । ଏହାପରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟର ତଥ୍ୟକୁ ସହଜରେ ହାସଲ କରିପାରୁଥିଲେ । ବ୍ୟାଙ୍କ ଡିଟେଲ୍ସ ମିଳିବା ପରେ ସେମାନେ ଓଟିପି ମାଧ୍ୟମରେ ଉକ୍ତ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରୁଥିଲେ । ପୋଲିସ ସେମାନଙ୍କଠାରୁ ଏହି ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପ୍ରାୟ ୧୮ଟି ମୋବାଇଲ ଓ ୪୦ଟି ସିମକାର୍ଡକୁ ମଧ୍ୟ ଜବତ କରିଛି ।

ଏହି ଠକମାନେ ଅଲଗା ଅଲଗା ସିମକାର୍ଡ ବ୍ୟବହାର କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଉଥିଲେ । ସେମାନଙ୍କ କଷ୍ଟ ଅର୍ଜିତ ଧନକୁ ଏପରି ଚତୁରତାର ସହିତ ହଡ଼ପ କରୁଥିଲେ । ଏହି ଅପରାଧୀମାନେ ହେଉଛନ୍ତି ପ୍ରେମଚନ୍ଦ୍ର ମଣ୍ଡଳ, ଶିବଚରଣ ମଣ୍ଡଳ, ମରଗୋଡିହ ନିବାସୀ ମିଥୁନ ମଣ୍ଡଳ ଓ ଜାମତାଡ଼ା ଜିଲ୍ଲାର ନାରାୟଣପୁର ଥାନା ଅଞ୍ଚଳର ଆନନ୍ଦ ମଣ୍ଡଳ । ଏମାନଙ୍କ ମଧ୍ୟରୁ ୩ଜଣ ପୂର୍ବରୁ ଗିରଫ ହୋଇଥିଲେ । ଜେଲ୍‌ରୁ ବାହାରିବା ପରେ ପୁଣି ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ହୋଇଥିଲେ । ପୋଲିସ ବିଶେଷ ସୂତ୍ରରୁ ଏମାନଙ୍କ ସମ୍ପର୍କରେ ଖବର ପାଇବା ପରେ ଚଢାଉ କରି କାବୁ କରିବାରେ ସକ୍ଷମ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.