ETV Bharat / bharat

G20 Dinner: ଜି-୨୦ ନୈଶ୍ୟଭୋଜିକୁ ନୀତିଶ କୁମାର, ମନମୋହନ ସିଂହଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Sep 8, 2023, 1:21 PM IST

ଜି-୨୦ ନୈଶ୍ୟଭୋଜି
ଜି-୨୦ ନୈଶ୍ୟଭୋଜି

ଜି-୨୦ ନୈଶ୍ୟଭୋଜିକୁ ନୀତିଶ କୁମାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭୁଲିଗଲେ ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ଉପଲକ୍ଷେ ନୈଶ୍ୟଭୋଜି ଆମନ୍ତ୍ରଣ ପତ୍ରକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ଯୋଗୁଁ ବିରୋଧୀ ଦେଶର ନାମ ପରିବର୍ତ୍ତନ ଆଶଙ୍କା କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ବିବାଦ ମଧ୍ୟରେ ନୈଶ୍ୟଭୋଜି ପାଇଁ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂହ, ଏଚ.ଡି ଦେବଗୌଡା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆମନ୍ତ୍ରିତ କରାଯାଇଛି । ତେବେ ମନମୋହନ ଏବଂ ଦେବଗୌଡା ନୈଶ୍ୟଭୋଜିରେ ସାମଲି ହେବେ କି ନାହିଁ ଏ ଯାଏଁ ସ୍ପଷ୍ଟ ହୋଇନି ।

ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏଥିରେ ସାମିଲ ହୋଇପାରନ୍ତି । ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟା ୪୫ରେ ନୀତିଶ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତାଙ୍କ ବ୍ୟତୀତ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମବଙ୍ଗ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ନୈଶ୍ୟଭୋଜିରେ ସାମିଲ ହେବେ ବୋଲି ସୁନିଶ୍ଚିତ କରିଛନ୍ତି । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟାରେ ସମସ୍ତ ଆମନ୍ତ୍ରିତ ଅତିଥିଙ୍କୁ ସଂସଦ ଭବନରେ ପହଞ୍ଚିବା ପାଇଁ କୁହାଯାଇଛି । ସେଠାରୁ ସମସ୍ତଙ୍କୁ ଭାରତ ମଣ୍ଡପମ ପର୍ଯ୍ୟନ୍ତ ନେବା ଆଣିବା କରିବାକୁ ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା ହୋଇଛି । ତେବେ ରାଷ୍ଟ୍ରପତିଙ୍କ ଏହି ନୈଶ୍ୟଭୋଜିରେ କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଆମନ୍ତ୍ରିତ କରାଯାଇନାହିଁ ।

ଏହାମଧ୍ୟ ପଢନ୍ତୁ: G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ

ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଆସନ୍ତାକାଲି ବିଦେଶୀ ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଜି-୨୦ ନୈଶ୍ୟଭୋଜିର ଆୟୋଜନ ହେଉଛି । ଏଥିରେ ବିଶ୍ବନେତାଙ୍କ ସହିତ ପାଖାପାଖି ୫୦୦ ବିଶିଷ୍ଟ ବ୍ୟବସାୟୀ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଅତିଥିମାନଙ୍କ ପାଇଁ ନୈଶ୍ୟଭୋଜି ମେନୁରେ ମିଲେଟ୍ ସାମିଲ କରାଯାଇଛି । ବିଦେଶୀ ଅତିଥିମାନଙ୍କୁ ମିଲେଟରୁ ପ୍ରସ୍ତୁତ ନାନା ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପରସା ଯିବ । ଏଥିସହ ଏଠାରେ ଅତିଥିମାନଙ୍କ ପାଇଁ ୩ ଘଣ୍ଟିଆ ମନୋରଞ୍ଜନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଜି-୨୦ ବୈଠକ ପାଇଁ ବିଶ୍ବ ନେତାମାନଙ୍କ ଆଗମନ ଜାରି ରହିଛି । ଆଉ କିଛି ସମୟ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ ଦିଲ୍ଲୀରେ ପହଞ୍ଚିବେ ।

ଏହାମଧ୍ୟ ପଢନ୍ତୁ: 'President of Bharat': ଇତିହାସ ହେବ 'ଇଣ୍ଡିଆ' ନାଁ ! ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରୁ ବଡ ସଙ୍କେତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.