ETV Bharat / bharat

'President of Bharat': ଇତିହାସ ହେବ 'ଇଣ୍ଡିଆ' ନାଁ ! ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରୁ ବଡ ସଙ୍କେତ

author img

By ETV Bharat Odisha Team

Published : Sep 5, 2023, 3:38 PM IST

Updated : Sep 5, 2023, 6:23 PM IST

ବଦଳିବ କି ଦେଶର ନାଁ ? ଭାରତର ଇଂରାଜୀ ନାମ 'ଇଣ୍ଡିଆ'କୁ ଦିଆଯିବ କି ବାଦ୍‌ ? କାହିଁକି ଆରମ୍ଭ ହେଲା ଏପରି ଚର୍ଚ୍ଚା ? ଅଧିକ ପଢନ୍ତୁ

President of Bharat
President of Bharat

ନୂଆଦିଲ୍ଲୀ: ଇଂରାଜୀ ନାମ 'ଇଣ୍ଡିଆ' ନୁହେଁ କେବଳ 'ଭାରତ' ନାମରେ ଜଣାଯିବ କି ଦେଶ ? ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ଲାଗି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସିଡେଣ୍ଟ ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ଏଥିରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ ପ୍ରଥମ ଥର ଲାଗି ଲେଖାଯାଇଛି 'ପ୍ରେସିଡେଣ୍ଟ ଅଫ ଭାରତ' । ଅର୍ଥାତ ଦେଶର ଇଂରାଜୀ ନାମକୁ ଲେଖାଯାଇନାହିଁ । ତେବେ ଆଗାମୀ ଦିନରେ ଦେଶ କେବଳ 'ଭାରତ' ନାମରେ ଜଣାଯିବ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା ।

  • REPUBLIC OF BHARAT - happy and proud that our civilisation is marching ahead boldly towards AMRIT KAAL

    — Himanta Biswa Sarma (@himantabiswa) September 5, 2023 " class="align-text-top noRightClick twitterSection" data=" ">

ଆସନ୍ତା ୯ ଓ ୧୦ ତାରିଖ ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଯେଉଁଥିରେ ଯୋଗ ଦେବାକୁ ଯାଉଛନ୍ତି ଅନେକ ବିଶ୍ବ ନେତା । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ସାମିଲ ଅଛନ୍ତି । ତେବେ ସେପ୍ଟେମ୍ବର ୯ ତାରିଖରେ ରାତ୍ରି ଭୋଜନ ଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି-୨୦ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମରେ ପ୍ରଥମ ଥର ଲାଗି 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାଯାଇଛି ।

ଏହା ବି ପଢନ୍ତୁ- G-20 Summit: ଦିଲ୍ଲୀକୁ ଆସିବେ ଅନ୍ତର୍ଜାତୀୟ ଅତିଥି ଓ ପ୍ରତିନିଧି, ସହାୟତା ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ୱାର୍କଫୋର୍ସ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତର ସମ୍ବିଧାନରେ ମଧ୍ୟ ଦେଶର ନାମ 'ଭାରତ' ରହିଛି । ସମ୍ବିଧାନର ଧାରା ୧ରେ 'ଇଣ୍ଡିଆ' ଶବ୍ଦର ଅର୍ଥ ରାଜ୍ୟମାନଙ୍କର ସମୂହ ବୋଲି ରହିଛି । ଜି-୨୦ ବିଦେଶୀ ଅତିଥି ଓ ପ୍ରତିନିଧିମାନଙ୍କୁ ଦେଶ ପକ୍ଷରୁ ଦିଆଯାଇଥିବା ବୁକଲେଟ୍‌ ବା ପୁସ୍ତିକାରେ ଦେଶର ନାମ 'ଗଣତନ୍ତ୍ରର ମାତା' ଭାରତ ରହିଛି । ଯାହାକି ବର୍ଷ ବର୍ଷ ଧରି ଗଣତାନ୍ତ୍ରିକ ବିଚାରଧାରା ଉପରେ ପର୍ଯ୍ୟବେଷ୍ଟିତ । ଏହି ପୁସ୍ତିକାରେ ଆହୁରି ଲେଖାଯାଇଛି ଯେ ଭାରତ ଦେଶର ସରକାରୀ ନାମ । ୧୯୪୬-୪୮ ମସିହା ସମୟରେ ହୋଇଥିବା ନିଷ୍ପତ୍ତି ସହିତ ଦେଶର ସମ୍ବିଧାନରେ ମଧ୍ୟ ଏହା ଉଲ୍ଲେଖ ରହିଛି ।

  • Article 52 - Constitution of India.

    There shall be a President of INDIA

    Can’t get more explicit than this - Can it ??????? pic.twitter.com/9OoPcLBktW

    — Manish Tewari (@ManishTewari) September 5, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପକ୍ଷରୁ ଜି-୨୦ ବିଦେଶୀ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ଅନେକ ରାଜନେତା ଏହାକୁ ସ୍ବାଗତ କରିଥିବା ବେଳେ ବିରୋଧୀମାନେ ଏହାର ଘୋର ବିରୋଧ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହାକୁ ସ୍ବାଗତ କରି କହିଛନ୍ତି, " ଅମୃତ କାଳ ମଧ୍ୟରେ ଆମ ନାଗରିକମାନେ ଜାଗ୍ରତ ହୋଇଛନ୍ତି । ଏହା ମୋତେ ବେଶ ଆନନ୍ଦ ଦେଇଛି ।" ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, " ଏହା ପୂର୍ବରୁ ହେବାର ଆବଶ୍ୟକତା ରହିଥିଲା । ଏହି ନିଷ୍ପତ୍ତି ମାନସିକ ଶାନ୍ତି ଆଣିଦେଇଛି । 'ଭାରତ' ହେଉଛି ଆମର ପରିଚୟ । ଏଥିଲାଗି ଆମକୁ ଗର୍ବ କରିବା ଆବଶ୍ୟକ । ଦେଶର ରାଷ୍ଟ୍ରପତି 'ଭାରତ'କୁ ପ୍ରାଧାନ୍ୟ ଦେଇଛନ୍ତି ।"

ବିରୋଧୀଙ୍କ ବିରୋଧାଭାଷ:- ବିଜେପି ନେତାମାନେ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିବା ବେଳେ ବିରୋଧୀ ମେଣ୍ଟ ଇ-ଣ୍ଡି-ଆ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଛି । RJD ନେତା ମନୋଜ ଝା କହିଛନ୍ତି, " ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯିବାର କିଛି ସପ୍ତାହ ପରେ କେନ୍ଦ୍ର 'ରିପବ୍ଲିକ ଅଫ ଭାରତ' ନାମରେ ନିମନ୍ତ୍ରଣ ପତ୍ର ପଠାଇଛି । ଦେଶର ସମ୍ବିଧାନ ଧାରା ୧ରେ ଦେଶର ନାମ ଇଣ୍ଡିଆ ରହିଛି । ଯାହାକି ଭାରତ । ଆମେ ଏହି ନାମକୁ ନେଇଯାଉନାହୁଁ । " ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ କହିଛନ୍ତି, "ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ ପରିବର୍ତ୍ତେ ଭାରତ ନାମ ରଖନ୍ତି, ତେବେ କଣ ବିଜେପି ଭାରତ ନାମକୁ ଅନ୍ୟ କୌଣସି ନାମରେ ପରିବର୍ତ୍ତନ କରିବ ?"

  • कांग्रेस को देश के सम्मान एवं गौरव से जुड़े हर विषय से इतनी आपत्ति क्यों है?

    भारत जोड़ो के नाम पर राजनीतिक यात्रा करने वालों को “भारत माता की जय” के उद्घोष से नफरत क्यों है?

    स्पष्ट है कि कांग्रेस के मन में न देश के प्रति सम्मान है, न देश के संविधान के प्रति और न ही संवैधानिक…

    — Jagat Prakash Nadda (@JPNadda) September 5, 2023 " class="align-text-top noRightClick twitterSection" data=" ">

ଜେପି ନଡ୍ଡାଙ୍କ କଡ଼ା ଜବାବ:- ବିରୋଧୀମାନେ ଏହି ନିଷ୍ପତ୍ତିକୁ ବିରୋଧ କରିବା ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କଂଗ୍ରେସକୁ ଦେଶଦ୍ରୋହୀ ବୋଲି କହିଛନ୍ତି । ସେ ଟ୍ବିଟ କରି କହିଛନ୍ତି, "କଂଗ୍ରେସକୁ ଦେଶର ସମ୍ମାନ ଓ ଗୌରବ ସହିତ ଜଡ଼ିତ ସବୁ ଜିନିଷରେ କଣ ହେଉଛି ସମସ୍ୟା ? ଭାରତ ନାମକୁ ଯୋଡ଼ି ରାଜନୀତି କରୁଥିବା ଲୋକଙ୍କୁ 'ଭାରତ ମାତା କି ଜୟ' ନାରା ଦେବାରେ କଣ ଅସୁବିଧା ହେଉଛି । ଏଥିରୁ ସ୍ପଷ୍ଟ ଯେ କଂଗ୍ରେସ ମନରେ ଦେଶ, ଦେଶର ସମ୍ବିଧାନ ଓ ଦେଶ ପ୍ରତି କୌଣସି ସମ୍ମାନ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 5, 2023, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.