ETV Bharat / bharat

G-20 Summit: ଦିଲ୍ଲୀକୁ ଆସିବେ ଅନ୍ତର୍ଜାତୀୟ ଅତିଥି ଓ ପ୍ରତିନିଧି, ସହାୟତା ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ୱାର୍କଫୋର୍ସ

author img

By ETV Bharat Odisha Team

Published : Aug 27, 2023, 7:28 AM IST

ଜି20 ଅନ୍ତର୍ଜାତୀୟ ଅତିଥିଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ଓ୍ବାକଫୋର୍ସ । ଦିଲ୍ଲୀ ପୋଲିସ ଓ ପର୍ଯ୍ୟଟନ ବିଭାଗ କରିବେ ଅତିଥିଙ୍କୁ ସହାୟତା । ଅଧିକ ପଢନ୍ତୁ

G-20 Summit: ଅନ୍ତର୍ଜାତୀୟ ଅତିଥିଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ଓ୍ବାକଫୋର୍ସ
G-20 Summit: ଅନ୍ତର୍ଜାତୀୟ ଅତିଥିଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ଓ୍ବାକଫୋର୍ସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି20 ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଅତିଥିଙ୍କୁ ସାହାଯ୍ୟ କରିବା ପାଇଁ ମିଳିତ ଯୋଜନା ପ୍ରସ୍ତୁତ କରିଛି ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ପର୍ଯ୍ୟଟନ ବିଭାଗ । ଉଭୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ଓ୍ବାର୍କଫୋର୍ସ ଗଠନ କରାଯାଇଥିବା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ରାଜଭବନ କାର୍ଯ୍ୟାଳୟ କହିଛି, ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଜି-20 ଶିଖର ସମ୍ମିଳନୀ ପାଇଁ ତାଲିମପ୍ରାପ୍ତ ତଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ୍ବାର୍କଫୋର୍ସ ଗଠନ କରିଛି । ସେମାନେ କାର୍ଯ୍ୟକ୍ରମ ସୁଚାରୁରୂପେ ଶେଷ କରିବାରେ ବିଶେଷ ସହାୟକ ହେବେ ।

ଚଳିତ ବର୍ଷ ଏପ୍ରିଲରେ ଜି-20 ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଦିଲ୍ଲୀ ଉପରାଜ୍ୟପାଳ ପୋଲିସକୁ ଦିଲ୍ଲୀକୁ ଆସିବାକୁ ଥିବା ଅନ୍ତର୍ଜାତୀୟ ଅତିଥି, ପର୍ଯ୍ୟଟକ ଏବଂ ପ୍ରତିନିଧୀଙ୍କୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜି-20 ଶିଖର ସମ୍ମିଳନୀରେ ଦେଶ ଓ ବିଦେଶରୁ ଅନେକ ଅତିଥି ଓ ଅନ୍ତର୍ଜାତୀୟ ପ୍ରତିନିଧି ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏଥିପାଇଁ ଏକ ତାଲିମପ୍ରାପ୍ତ ଓ୍ବାର୍କଫୋର୍ସ ଗଠନ କରିସାରିଛନ୍ତି ।

ଏବେ ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ଶିଖର ସମ୍ମିଳନୀ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ଜାରି ରହିଛି । ଦେଶର ବିଭିନ୍ନ ସହରରେ ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଏବେ ଭାରତ ଅଧ୍ୟକ୍ଷତାରେ ବର୍ଷେବ୍ୟାପି ଜାରି ରହିଥିବା ଜି-20 ଶିଖର ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ବାଇଡେନ ଦୀର୍ଘ 4 ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଏହି ସମ୍ମିଳନୀର ଶେଷ କାର୍ଯ୍ୟକ୍ରମରେ ଜି20 ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ । ତେଣୁ ଦିଲ୍ଲୀରେ ଏକାଧିକ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କୁ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:-G20 Meet: ସେପ୍ଟେମ୍ବର 7ରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ

ଅନ୍ୟପଟେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଦିଲ୍ଲୀରେ ଜି20 ଶିଖର ସମ୍ମିଳନୀର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 8 ରୁ 10 ପର୍ଯ୍ୟନ୍ତ ସାଧାରଣ ଛୁଟି ଘୋଷଣା କରିବାକୁ କେନ୍ଦ୍ର ସରକାରକୁ ଏକ ପ୍ରସ୍ତାବ ଦେଇଥିଲେ । ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.