ETV Bharat / bharat

ବ୍ୟବସାୟୀ ମନିଷ ଗୁପ୍ତା ମୃତ୍ୟୁ ଘଟଣା: ପତ୍ନୀଙ୍କୁ ମିଳିବ ସରକାରୀ ଚାକିରୀ, ପ୍ରତିଶ୍ରୁତି ଦେଲେ ଉତ୍ତରପ୍ରଦେଶ ସରକାର

author img

By

Published : Sep 30, 2021, 12:33 PM IST

Updated : Sep 30, 2021, 6:55 PM IST

ବ୍ୟବସାୟୀଙ୍କୁ ପିଟିପିଟି ମାରିଦେଲେ ପୋଲିସ, ପୋଷ୍ଟମର୍ଟମ ରିପୋର୍ଟ ପରେ ପଦାକୁ ଆସିଲା ସତ
ବ୍ୟବସାୟୀଙ୍କୁ ପିଟିପିଟି ମାରିଦେଲେ ପୋଲିସ, ପୋଷ୍ଟମର୍ଟମ ରିପୋର୍ଟ ପରେ ପଦାକୁ ଆସିଲା ସତ

ଉତ୍ତରପ୍ରଦେଶ ଗୋରଖପୁରର ମୃତ ବ୍ୟବସାୟୀ ମନିଷ ଗୁପ୍ତା ଘଟଣା । ହୋଟେଲରେ ଚଢାଉ ସମୟରେ ପୋଲିସ ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋରଖପୁରର ମୃତ ବ୍ୟବସାୟୀ ମନୀଷ ଗୁପ୍ତା ମୃତ୍ୟୁ ଘଟଣା । ପତ୍ନୀଙ୍କ ଦାବିକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୀଡ଼ିତ ପରିବାରକୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବା ପାଇଁ ଦେଇଛନ୍ତି ପ୍ରତିଶ୍ରୁତି । ମିନାକ୍ଷୀଙ୍କୁ କାନପୁର ବିକାଶ ପ୍ରାଧିକରଣ(KDA)ରେ ମିଳିବ ଏହି ଚାକିରୀ ।

"ମୋ ସ୍ବାମୀଙ୍କୁ ୬ ପୋଲିସ କର୍ମଚାରୀ ଡ୍ୟୁଟି ବେଳେ ହତ୍ୟା କରିଛନ୍ତି" ଏଭଳି ଅଭିଯୋଗ ଆଣିଥିଲେ ଉତ୍ତରପ୍ରଦେଶ ଗୋରଖପୁରର ମୃତ ବ୍ୟବସାୟୀ ମନିଷ ଗୁପ୍ତାଙ୍କ ପତ୍ନୀ ମିନାକ୍ଷୀ ଗୁପ୍ତା । ଏକ ହୋଟେଲ ପୋଲିସର ଚଢାଉ ସମୟରେ ଏହି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ କର୍ତ୍ତବ୍ୟରତ ୬ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା ।

ମୃତକ ମନିଷ ଏକ ହୋଟେଲ କିଛି ବନ୍ଧୁଙ୍କ ସହିତ କାମ କରୁଥିବା ସମୟରେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ ଏହି କାନପୁର ଅଞ୍ଚଳର ବ୍ୟବସାୟୀ ମନିଷଙ୍କୁ କିଛି ପୋଲିସ କର୍ମଚାରୀ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସମ୍ମୁଖରେ ମିନାକ୍ଷୀ ଦାବି ରଖିବେ ବୋଲି କହିଛନ୍ତି । ତେବେ ୬ ଜଣ ପୋଲିସ କର୍ମଚାରୀ ତାଙ୍କ ସ୍ବାମୀକୁ ମାଡ଼ ମାରି ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ସେପଟେ ଘଟଣାରେ ଜଡ଼ିତ ୬ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ଗୋରଖପୁର SP ଭିପିନ ତଡ଼ା କହିଛନ୍ତି । ପୀଡ଼ିତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି(ଗୁରୁବାର) ଭେଟିବେ ବୋଲି ଜଣାପଡ଼ିଛି । ପରିବାର ମାମଲାଟିକୁ କାନପୁରକୁ ଟ୍ରାନ୍ସଫର କରିବା ସହିତ ୫୦ ଲକ୍ଷ ଅନୁକମ୍ପାମୂଳକ ରାଶି ଓ ଏକ ସରକାରୀ ଚାକିରୀ ଦେବା ପାଇଁ ଦାବି କରିଛନ୍ତି । କିନ୍ତୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯିବ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 30, 2021, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.