ETV Bharat / bharat

ଧର୍ମ ସାଜିଲାନି ବାଧକ, ଏକାଠି ହୋଇଗଲେ ପ୍ରେମ ପକ୍ଷୀ

author img

By

Published : Jan 13, 2023, 12:30 PM IST

Updated : Jan 13, 2023, 2:21 PM IST

ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିଦେଲେ ଯୁବତୀ । ଉତ୍ତରପ୍ରଦେଶରେ ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲମାନ ଯୁବତୀ । ଅଧିକ ପଢନ୍ତୁ

Muslim girl converts to marry Hindu boy
Muslim girl converts to marry Hindu boy

ଲକ୍ଷ୍ନୌ: ପ୍ରେମ ଦେଖେ ନାହିଁ ଜାତି ଧର୍ମ । କେତେବେଳେ କାହାକୁ କେଉଁଠି କାହା ସହ ପ୍ରେମ ହୋଇଯିବ ତାହା କାହାକୁ ଜଣା ନହିଁ । ପ୍ରେମ ହେଉଛି ଏଭଳି ଏକ ପ୍ରତିଶ୍ରୁତି ଯାହା ସାରା ଜୀବନ ସାଥୀ ହୋଇ ରହିବାକୁ ପ୍ରେରଣା ଦିଏ । ପ୍ରେମକୁ ପାଇବା ପାଇଁ କିଏ ବିଦେଶରୁ ପଳାଇ ଆସୁଛି ତ ଆଉ କିଏ ପ୍ରେମକୁ ପାଇବା ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉ ନାହିଁ । ଆଉ କେଉଁ ଧର୍ମ ପରିବର୍ତ୍ତନ ମଧ୍ୟ କରିବାକୁ ପଛାଉ ନାହାନ୍ତି ପ୍ରେମ ପକ୍ଷୀ । ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି ଏପରି ଘଟଣା । ନିଜ ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ନିଜ ଧର୍ମ ପରିବର୍ତ୍ତନ କରି ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ।

ଉତ୍ତର ପ୍ରଦେଶର ଜଣେ ମୁସଲମାନ ଯୁବତୀ ହିନ୍ଦୁ ଯୁବକଙ୍କ ପ୍ରେମରେ ପଡିଥିଲେ । ଦିନ ଗଡିବା ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଏହାପରେ ଉଭୟ ନିଷ୍ପତ୍ତି ନେଲେ ବିବାହ କରିବାକୁ । ବିବାହରେ ଯୁବତୀଙ୍କ ଧର୍ମ ପ୍ରତିବନ୍ଧକ ସାଜିଥିଲା । ଶେଷରେ ନିଜର ଧର୍ମ ପରିବର୍ତ୍ତନ କରି ଯୁବତୀ ଜଣଙ୍କ ଏକ ଆଶ୍ରମରେ ହିନ୍ଦୁ ଯୁବକଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

ପାରାଉଲି ଗ୍ରାମର ସୋମେସ ଶର୍ମା । ଦିନେ ସେହି ଗ୍ରାମର ମୁସଲମାନ ଯୁବତୀ ଇମାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନ ପରେ ଦିନ ଗଡି ଚାଲିଲା, ଆଉ ଉଭୟଙ୍କ ମଧ୍ୟରେ ମଜଭୁତ ହୋଇଥିଲା ସମ୍ପର୍କ । ସେମାନେ ଚାକିରି କରିବାକୁ ଉତ୍ତରପ୍ରଦେଶରୁ ଦିଲ୍ଲୀ ଆସିଥିଲେ । ପ୍ରେମିକା ଠାରୁ ଦୂରରେ ରହିଲେ ସତ କିନ୍ତୁ ପ୍ରେମ ସମ୍ପର୍କରେ କୌଣସି ଫାଟ ଆସିନଥିଲା । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାପରେ ବିବାହ କରିଥିଲେ ।

ହିନ୍ଦୁ ଯୁବକଙ୍କୁ ବିବାହ କରିବାକୁ ଇମା ନିଜର ଧର୍ମ ପରିବର୍ତ୍ତନ କରିବା ସହ ନିଜ ନାମକୁ ମଧ୍ୟ ପରିବର୍ତ୍ତନ କରିଥିଲେ । ଇମାରୁ ସେ ତାଙ୍କ ନାମ ସୌମ୍ୟ ଶର୍ମା ରଖିଥିଲେ । ଅଗଷ୍ଟ ମୁନି ଆଶ୍ରମରେ ହିନ୍ଦୁ ରୀତିନୀତୁ ଅନୁସାରେ ଉଭୟଙ୍କ ବିବାହ କରାଇଥିଲେ ପଣ୍ଡିତ କେକେ ଶଙ୍ଖଧର ।

ଏନେଇ ପଣ୍ତିତ ଶଙ୍ଖଧର କହିଛନ୍ତି ଯେ,'' ଉଭୟ ପ୍ରେମୀ ଯୁଗଳ ଆଶ୍ରମକୁ ଆସି ବିବାହ କରିବାକୁ କହିଥିଲେ । ଯୁବତୀ ଜଣଙ୍କ କହିଥିଲେ ଯେ ଆମେ ପ୍ରେମ ବିବାହ କରାବକୁ ଚାହୁଁଛୁ , କିନ୍ତୁ ମୁଁ ମୁସଲମାନ ହୋଇଥିବାରୁ ମୋ ପରିବାର ଲୋକେ ହିନ୍ଦୁ ଯୁବକଙ୍କ ସହ ମୋର ବିବାହ କରାଇବାକୁ ରାଜି ନୁହନ୍ତି । ତେଣୁ ମୁଁ ମୋ ଧର୍ମ ପରିବର୍ତ୍ତନ କରି ଦେଇଥିବା ଯୁବତୀ ଜଣଙ୍କ କହିଥିଲେ । ଏହାପରେ ଉଭୟ ନିଜ ଇଚ୍ଛାରେ ବିବାହ କରିଥିଲା ଏକ ପ୍ରମାଣପତ୍ର ଦେଖାଇବା ପରେ ବିବାହ ହୋଇଥିଲା । ''

Last Updated :Jan 13, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.