ETV Bharat / bharat

ଜଣେ ପ୍ରମିକାକୁ 6 ପ୍ରେମିକ ! ଅବୈଧ ସମ୍ପର୍କରୁ 75 ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା

author img

By

Published : Nov 28, 2022, 11:02 PM IST

ଜଣେ ପ୍ରମିକାକୁ 6 ପ୍ରମିକ ! ଅବୈଧ ସମ୍ପର୍କରୁ 75 ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା
ଜଣେ ପ୍ରମିକାକୁ 6 ପ୍ରମିକ ! ଅବୈଧ ସମ୍ପର୍କରୁ 75 ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା

ଅବୈଧ ପ୍ରେମର କରୁଣ ପରିଣତି (Murder due to illegal relationship)। ଜଣେ ବିଧବା ମହିଳାଙ୍କର ଥିଲା 6 ପ୍ରେମୀଙ୍କ ସହ ଅବୈଧ ପ୍ରେମ ସମ୍ପର୍କ । ମହିଳାଙ୍କ ଇସାରାରେ 75ବର୍ଷୀୟ ବୃଦ୍ଧ ପ୍ରେମିକଙ୍କୁ ହତ୍ୟା କଲେ ଅନ୍ୟ 5। ଅଧିକ ପଢନ୍ତୁ

ପାଟନା: ଅବୈଧ ସମ୍ପର୍କରୁ ଜଣେ 75ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଏପରି ଘଟଣା ଘଟିଛି ବିହାର ନାଳନ୍ଦା ଅଞ୍ଚଳରେ (Murder due to illegal relationship) । ହତ୍ୟାର ଶିକାର ହୋଇଥିବା ବୃଦ୍ଧ ସ୍ଥାନୀୟ ଅଞ୍ଚଳର ତୃପିତ ଶର୍ମା ବୋଲି ଜଣାପଡିଛି । ତାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଶୌଚାଳୟ ଟାଙ୍କିରେ ମୃତଦେହକୁ ଫିଙ୍ଗି ହତ୍ୟାକାରୀ ଫେରାର ହୋଇଯାଇଥିଲେ । ଏହା ଏକ ପ୍ରେମ ବ୍ୟାପାର ସମ୍ପର୍କିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ସହ ଏଥିରେ 5 ଜଣଙ୍କ ସମ୍ପୃକ୍ତି ରହଥିଲା । ପୋଲିସ ସମସ୍ତ 5 ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।

ତେବେ ଘଟଣା ପଛରେ ଥିବା କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ଏକ ଅବୈଧ ପ୍ରେମ ସମ୍ପର୍କିତ ହତ୍ୟାକାଣ୍ଡ । ଜଣେ ବିଧବା ମହିଳାଙ୍କ ସହ 6ଜଣ ବ୍ୟକ୍ତିଙ୍କର ଅବୈଧ ସମ୍ପର୍କ ରହିଥିଲା । ସମସ୍ତ ପ୍ରେମିକ ମଧ୍ୟରେ ମଧ୍ୟବୟସ୍କ ଓ ବୃଦ୍ଧ ମଧ୍ୟ ଥିଲେ । ସେହିପରି ହତ୍ୟାର ଶିକାର ହୋଇଥିବା ବୃଦ୍ଧ ମଧ୍ୟ ଏହି ଅଜବ ତଥା ଅବୈଧ କାହାଣୀର ଏକ ଚରିତ୍ର ବୋଲି କୁହାଯାଉଛି । ସମ୍ପୃକ୍ତ ଯୁବତୀର ଇଙ୍ଗୀତରେ ଅନ୍ୟ 5 ପ୍ରେମିକ ମିଶି ବୃଦ୍ଧଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଘଟଣା ପରେ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ଅନ୍ୟ 5 ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ଜେରା ବେଳେ ଏହା ଅବୈଧ ପ୍ରେମ ସମ୍ପର୍କ କାରଣରୁ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଥିବା ମହିଳା ତଥା କଥାକଥିତ ପ୍ରେମିକା 30ବର୍ଷୀୟା ମିନୁ ଦେବୀ (ଛଦ୍ମନାମ) । ଯିଏକି ଜଣେ ବିଧବା ମହିଳା । କୌଣସି କାରଣରୁ ସ୍ବାମୀଙ୍କ ଦେହାନ୍ତ ପରେ ସେ ଏକ ଚା‘ ଦୋକାନ କରି ପ୍ରତିପୋଷିତ ହେଉଥିଲା । ଏହି ସମୟରେ ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସୁଥିବା ପିନୁ ସହ 4 ବୟସ୍କ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ କେବଳ ପ୍ରେମ ସମ୍ପର୍କ ନୁହେଁ ବରଂ ସମସ୍ତଙ୍କ ସହ ତାର ଅନୈତିକ ସମ୍ପର୍କ ମଧ୍ୟ ଆରମ୍ଭ ହୋଇଥିଲା ।

ପରେ ଏହି କ୍ରମରେ ମଧ୍ୟ ସାମିଲ ହୋଇଥିଲେ ହତ୍ୟାର ଶିକାର ହୋଇଥିବା ତୃପିତ ଶର୍ମା । ହେଲେ ଏଥିରେ ଅନ୍ୟ ପ୍ରେମିକମାନେ ଆପତ୍ତିି ଉଠାଇଥିଲେ । ପରେ ସେମାନେ ସମ୍ପୃକ୍ତ ମହିଳାକୁ ଚେତାବନୀ ଦେବା ସହ ତୃପିତ ଶର୍ମାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସମ୍ପୃକ୍ତ ମହିଳା ତଥା ପ୍ରେମିକା ମିନୁର ଇସାରାରେ 5 ପ୍ରେମିକ ମିଶି ତୃପିତଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଶୌଚାଳୟ ଟାଙ୍କିରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.