ETV Bharat / bharat

Apple Notification: ବିପକ୍ଷ ନେତାଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା

author img

By ETV Bharat Odisha Team

Published : Oct 31, 2023, 3:51 PM IST

ବିପକ୍ଷ ନେତାମାନଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା
ବିପକ୍ଷ ନେତାମାନଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା

ବିପକ୍ଷ ନେତାମାନଙ୍କ କରାଯାଉଛି ମୋବାଇଲ ଓ ଇମେଲ ହ୍ୟାକିଂ ! ଏନେଇ ଅଭିଯୋଗ ଆଣିଛନ୍ତି ଏକାଧିକ ନେତା ମନ୍ତ୍ରୀ । ଆଗକୁ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ! ନେତାମାନଙ୍କ କରାଯାଉଛି ମୋବାଇଲ ଓ ଇମେଲ ହ୍ୟାକିଂ ! ଜଣେ କିମ୍ବା 2 ଜଣ ନୁହେଁ ଭିନ୍ନ ଭିନ୍ନ ଦଳ ଅନେକ ନେତା ଓ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଫୋନ ହ୍ୟାକ କରାଯିବାକୁ ଉଦ୍ୟମ କରାଯିବା ନେଇ ସେମାନଙ୍କ ନିକଟକୁ ଆପଲ ମୋବାଇଲ କମ୍ପାନୀ ପକ୍ଷରୁ ଓ୍ୱାର୍ଣ୍ଣିଂ ଆସିଥିବା ନେଇ ମଧ୍ୟ ସେମାନେ କହିବା ସହ ଏସମ୍ବନ୍ଧିତ ସ୍କ୍ରିନ ସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆରେ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି," ଆପଲ ଆଇଡିରୁ threat notificatio@apple.com ରେ ତାଙ୍କ ନିକଟକୁ ଆଲର୍ଟ ମେସେଜ ଆସିଛି । ଯାହା ମୁଁ ଯାଞ୍ଚ କରିସାରିଛି । ତେବେ ଏହାର ପ୍ରାମାଣିକତା ନିଶ୍ଚିତ ହୋଇଛି । ମୋ ପରି ଟିକସଦାତାଙ୍କ ଖର୍ଚ୍ଚରେ ଅଳ୍ପରୋଜଗାରୀ ଅଧିକାରୀଙ୍କୁ ବ୍ୟସ୍ତ ରଖିବାକୁ ନେଇ ମୁଁ ଖୁସି ଅଛି ! ଏହା ଛଡା ଆଉ କିଛି ଗୁରୁତ୍ବପୂର୍ଣ୍ଣ ନଥିବ ବୋଧେ ?

ଏହାମଧ୍ୟ ପଢନ୍ତୁ..Skill Development Scam: ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଆନ୍ଧ୍ର ହାଇକୋର୍ଟ

ତେବେ କଂଗ୍ରେସ ନେତା ଓ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ହ୍ୟାକିଂ ଓ୍ବାର୍ଣ୍ଣିଂ ସ୍କ୍ରିନସଟ ସେୟାର କରିବା ସହ "ମୋଦି ସରକାର, ତୁମେ କଣ ପାଇଁ ଏଭଳି କରୁଛ" ଲେଖିଛନ୍ତି ।

  • Received text & email from Apple warning me Govt trying to hack into my phone & email. @HMOIndia - get a life. Adani & PMO bullies - your fear makes me pity you. @priyankac19 - you, I , & 3 other INDIAns have got it so far . pic.twitter.com/2dPgv14xC0

    — Mahua Moitra (@MahuaMoitra) October 31, 2023 " class="align-text-top noRightClick twitterSection" data=" ">

କେବଳ କଂଗ୍ରେସ ନେତା ନୁହଁନ୍ତି ବରଂ ତୃଣମୂଳ କଂଗ୍ରେସ, ଆପ ଦଳର ଅନେକ ନେତା ଏଭଳି ଅଭିଯୋଗ ଆଣିବା ସହ ସମାନ ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିଛି ଦିନ ହେବା ଚର୍ଚ୍ଚାରେ ଥିବା ଟିଏମସି ନେତ୍ରୀ ମହୁଆ ମୌତ୍ର ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏକ୍ସରେ ଏନେଇ ସେ ଲେଖିଛନ୍ତି, " ଆପଲ ପକ୍ଷରୁ ଆଲର୍ଟ କରାଯାଇଛି ଯେ ମୋ ଫୋନ ଓ ଇମେଲ ସରକାରଙ୍କ ଦ୍ବାରା ହ୍ୟାକ କରାଯିବାକୁ ଚେଷ୍ଟା କରାଯାଉଛି । ଆପଣଙ୍କ ଭୟ ମୋତେ ଖୁସି ଦିଏ । ଶିବସେନା(UBT) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆପ ସାଂସଦ ରାଘବ ଚଡ୍ଡା, ଅଜାରୁଦ୍ଦିନ ଓବେସୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ସମାନ ମେସେଜ ଆସିଥିବା କହି ଆଇପି ସିଂ ମଧ୍ୟ ସମାନ ଅଭିଯୋଗ ଆଣି ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ତେବେ ଏହାକୁ ନେଇ ବିପକ୍ଷ ଦଳ ନେତା କେନ୍ଦ୍ର ସରକାରଙ୍କ କଡା ସମାଲୋଚନା କରିଛନ୍ତି । ଏଭଳି ବ୍ୟକ୍ତିଗତ ଡାଟା ଚୋରାଇବାକୁ ଚେଷ୍ଟା କରିବାକୁୁ ଅସାମ୍ବିଧାନିକ ଓ ବେଆଇନ କହିବା ସହ କଡା ବିରୋଧ କରିଛନ୍ତି ।

  • Early this morning I received a concerning notification from Apple, warning me about a potential state-sponsored spyware attack on my phone. The notification states that, “If your device is compromised by a state-sponsored attacker, they may be able to remotely access your… pic.twitter.com/JrVD9Zh9im

    — Raghav Chadha (@raghav_chadha) October 31, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ..ବିରୋଧୀଙ୍କୁ ମାନ୍‌ଙ୍କ ଚ୍ୟାଲେଞ୍ଜ: ଖୋଲା ବିତର୍କ ପାଇଁ ଦେଲେ ଅହ୍ବାନ, ପୋଲିସ୍‌କୁ ଆଇନ ଶୃଙ୍ଖଳା ଚିନ୍ତା

ତେବେ ଆପଲ ଓ୍ବେବସାଇଟ ସପୋର୍ଟ ପେଜ ଅନୁଯାୟୀ, ଆପଲ ଥ୍ରିଏଟ ନୋଟିଫିକେସନ ରାଷ୍ଟ୍ର-ପ୍ରାୟୋଜିତ ହ୍ୟାକର୍ସ ମାନଙ୍କ ଦ୍ବାରା ହ୍ୟାକିଂ କରାଯିବାକୁ ଉଦ୍ୟମ କରାଗଲେ ତାହା ୟୁଜର୍ସର ଆଲର୍ଟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.