ETV Bharat / bharat

Gender Change: ଲିଙ୍ଗ ପରିବର୍ତ୍ତନ କଲେ କୋଚ୍, ଛାତ୍ରୀଙ୍କୁ କଲେ ବିବାହ

author img

By

Published : Nov 8, 2022, 7:55 PM IST

Gender Change: ଲିଙ୍ଗ ପରିବର୍ତ୍ତନ କଲେ ମୀରା, ନିଜ ଛାତ୍ରୀଙ୍କୁ କଲେ ବିବାହ
Gender Change: ଲିଙ୍ଗ ପରିବର୍ତ୍ତନ କଲେ ମୀରା, ନିଜ ଛାତ୍ରୀଙ୍କୁ କଲେ ବିବାହ

ରାଜସ୍ଥାନ ଭରତପୁର ଅଞ୍ଚଳରେ ଶାରୀରିକ ତାଲିମ ଶିକ୍ଷୟିତ୍ରୀ ମୀରା ଆରବରେ ପରିଣତ ହୋଇଛନ୍ତି । ଏହାପରେ ସେ ନିଜ ଛାତ୍ରୀ ତଥା ଜାତୀୟ ସ୍ତରର ଖେଳାଳି କଳ୍ପନାଙ୍କ ସହିତ ବିବାହ କରିଛନ୍ତି । ୨୦୧୯ ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଆରମ୍ଭ କରି ଆଜି ସେ ସମ୍ପୂର୍ଣ୍ଣ ଭାବେ ଜଣେ ପୁରୁଷ ହୋଇପାରିଛନ୍ତି । ଅଧିକ ପଢନ୍ତୁ

ଜୟପୁର: ମୀରାରୁ ହେଲେ ଆରବ (Meera turns into Aarav) । ପୂର୍ବରୁ ଥିଲେ ଶିକ୍ଷୟିତ୍ରୀ ଆଉ ଏବେ ହେଲେ ଶିକ୍ଷକ (PT teacher Changed gender in Bharatpur) । ଲିଙ୍ଗ ପରିବର୍ତ୍ତନ ପରେ ନିଜ ଛାତ୍ରୀ ତଥା ଜାତୀୟ ସ୍ତରରେ କବାଡ଼ି ଖେଳାଳି କଳ୍ପନାଙ୍କୁ ପରିବାରର ସମ୍ମତି ସହ ବିବାହ କରିଛନ୍ତି । ଗତ ନଭେମ୍ବର ୪ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ମୀରା ଓରଫ ଆରବଙ୍କ ବିବାହ ହୋଇଛି । ଘଟଣାଟି ରାଜସ୍ଥାନର ଭରତପୁର ନିକଟ ଡିଗ ଅଞ୍ଚଳରେ ଘଟିଛି ।

ଲିଙ୍ଗ ପରିବର୍ତ୍ତନ କଲେ ମୀରା, ନିଜ ଛାତ୍ରୀଙ୍କୁ କଲେ ବିବାହ

କୋଚ୍‌ ହୋଇ ଶିଖାଇଥିଲେ କବାଡ଼ି:-

ଡିଗରେ ଥିବା ଏକ ସ୍କୁରେ ଆରବ (ପୂର୍ବରୁ ମୀରା) ଛାତ୍ରଛାତ୍ରୀଙ୍କୁ କବାଡ଼ିର ତାଲିମ ଦେଇଥିଲେ । ଏଥିରେ କଳ୍ପନା ମଧ୍ୟ ସାମିଲ ଥିଲେ । କଳ୍ପନା ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରେ କୋଚ ମୀରା(ଏବେ ଆରବ)ଙ୍କ ତାଲିମରେ ପ୍ରଥମ ଥର ଲାଗି ରାଜ୍ୟ ସ୍ତରର କବାଡ଼ି ଖେଳରେ ବିଜୟଲାଭ କରିଥିଲେ । ଏହାପରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ମଧ୍ୟ ବିଜୟିନୀ ହୋଇଥିଲେ । ଏହାପରେ ଗ୍ରାଜୁଏସନ ପାଠପଢା ତଥା ୨୦୨୧ରେ କଳ୍ପନା ଜାତୀୟ ସ୍ତରରେ ପହଞ୍ଚିଥିଲେ । ଆସନ୍ତାବର୍ଷ ତଥା ୨୦୨୩ରେ ଅନ୍ତର୍ଜାତୀୟ ପ୍ରୋ-କବାଡ଼ିରେ ଅଂଶଗ୍ରହଣ କରିବା ପାଇଁ କଳ୍ପନା ଦୁବାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି ।

ଆରବ ମଧ୍ୟ ଜାତୀୟ ସ୍ତରର ଖେଳାଳି:-

ଶାରୀରିକ ତାଲିମ ଶିକ୍ଷୟିତ୍ରୀ ମୀରା କୁନ୍ତଳ ମଧ୍ୟ ଜଣେ ସଫଳ ଖେଳାଳି । ମୀରା କ୍ରିକେଟରେ ଜାତୀୟ ସ୍ତରରେ ୩ଥର ଏବଂ ହକିରେ ୪ଥର ଖେଳିଛନ୍ତି । ମୀରା ଆରବ ହେବା ପରେ ପୁଣି ଛାତ୍ରଛାତ୍ରୀଙ୍କୁ କବାଡ଼ି ଓ ଭଲିବଲ୍‌ କୋଚିଂ ଦେଉଛନ୍ତି । ଲିଙ୍ଗ ପରିବର୍ତ୍ତନ କରିବା ପୂର୍ବରୁ ମୀରା ଓ କଳ୍ପନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ ସମୟରେ କଳ୍ପନା ମୀରାଙ୍କ ଯତ୍ନ ନେଇଥିଲେ । ଏହି ସମୟରେ ସେମାନଙ୍କ ସମ୍ପର୍କ ଆହୁରି ମଜବୁତ ହୋଇଥିଲା । ଏହାପରେ ଗତ ନଭେମ୍ବର ୪ ତାରିଖରେ ଆରବ ଓ କଳ୍ପନା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

୩ ଭଉଣୀଙ୍କୁ ମିଳିଲା ଭାଇ:-

ମୀରା କୁନ୍ତଳ ଲିଙ୍ଗ ପରିବର୍ତ୍ତନ କରିବା ପରେ ଏବେ ଆରବ ହୋଇ ନିଜ ପ୍ରେମିକାଙ୍କୁ ଜୀବନସାଥୀ କରିଛନ୍ତି । ଆରବଙ୍କ ପିତାଙ୍କ କହିବାନୁସାରେ ମୀରା ଝିଅ ହୋଇ ଜନ୍ମଗ୍ରହଣ କରିଥିଲା ସତ, କିନ୍ତୁ ତାର ଚାଲିଚଳନ ଓ ଆଚରଣ ପୁଅଙ୍କ ପରି ରହିଥିଲା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ତାଙ୍କୁ ଡିସଫୋରିଆ (ଚିନ୍ତାଗ୍ରସ୍ତ ବା ଦୁଃଖୀ ରହିବା) ରୋଗ ହୋଇଛି । ଏହାପରେ ମୀରା ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିଥିଲେ । ମୀରାର ଏହି ନିଷ୍ପତ୍ତିକୁ ଆମେ ସମସ୍ତେ ସହମତି ଜଣାଇଛୁ । ପିତାଙ୍କ କହିବାନୁଯାୟୀ ମୀରା ସବୁ ଝିଅଙ୍କ ମଧ୍ୟ ସାନ । ଫଳରେ ଆରବକୁ ଏବେ ତାର ୩ ବଡ଼ ଭଉଣୀ ମିଳିଛନ୍ତି । ଏହାସହିତ ସେମାନେ ଆରବଙ୍କୁ ରାକ୍ଷୀ ମଧ୍ୟ ବାନ୍ଧୁଛନ୍ତି । ଭଣଜା ଭାଣିଜୀ ତାଙ୍କୁ ମାମୁଁ ବୋଲି ସମ୍ବୋଧନ ମଧ୍ୟ କରୁଛନ୍ତି ।

ମୀରାରୁ ଆରବ ହେବାର କାହାଣୀ:-

ଡିଗ ନିବାସୀ ମୀରାଙ୍କ ଶାରୀରିକ ଗଠନ ଝିଅଙ୍କ ପରି ଥିଲେ ମଧ୍ୟ ସେ ସର୍ବଦା ପୁଅଙ୍କ ପରି ଜୀବନ ଜିଇଁବାକୁ ଚାହୁଁଥିଲେ । ମୀରାଙ୍କ ଲାଳନ ପାଳନ ମଧ୍ୟ ପୁଅମାନଙ୍କ ପରି ହୋଇଥିଲା । ପିଲାଦିନରୁ ମୀରା ପୁଅମାନଙ୍କ ସହିତ ଖେଳୁଥିଲେ, ପୁଅମାନଙ୍କ ପରି ପୋଷାକ ପିନ୍ଧୁଥିଲେ । ଏ ନେଇ ଆରବ କହିଛନ୍ତି ଯେ ପିଲାଦିନରୁ ତାଙ୍କ ମନ ପୁଅଙ୍କ ଭଳି ଥିଲା । ଦ୍ବାଦଶ ଶ୍ରେଣୀରେ ପଢିବା ବେଳେ ସେ ନିଷ୍ପତ୍ତି ନେଇଥିଲେ ଯେ ପୁଅଙ୍କ ପରି ଜୀବନ ଜିଇଁବେ । ଏ ନେଇ ସେ କହିଛନ୍ତି, "ଥରେ ଯେତେବେଳେ ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ କଥା ହେଲି, ସେତେବେଳେ ଏହା ଜାଣିଲି ଯେ ଏହା ଏକ ପ୍ରକାର ରୋଗ । ଯାହାକୁ ଲିଙ୍ଗ ଡିସଫୋରିଆ କୁହାଯାଏ । ଏହା ପରେ ୨୫ ଡିସେମ୍ବର ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଦିଲ୍ଲୀର ଏକ ଡାକ୍ତରଖାନାରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଥିଲି ।

୨୦୧୯ରୁ ସର୍ଜରୀ ଆରମ୍ଭ ହୋଇଥିଲା:-

ଆରବ ଯେତେବେଳେ ମୀରା ଥିଲେ ସେତେବେଳେ ସେ ଲିଙ୍ଗ ପରିବର୍ତ୍ତନ ନେଇ ନିଜ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଏହା ସମ୍ଭବ । ଏହାପରେ ସେ ୨୦୧୯ ମସିହାରେ ନିଜ ପିତାମାତାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସମ୍ପର୍କୀୟ ମାନେ ମଧ୍ୟ ମୀରାଙ୍କୁ ସମର୍ଥନ କରିଥିଲେ । ଏହାପରେ ସେ ସର୍ଜରୀ ଆରମ୍ଭ କରିଥିଲେ । ୨୦୨୨ ଫେବୃଆରୀ ଅନ୍ତିମ ସର୍ଜରୀ ପରେ ମୀରା ସମ୍ପୂର୍ଣ୍ଣ ଭାବେ ଆରବ ହୋଇଛନ୍ତି । ଏହାପରେ ସେ କଳ୍ପନାଙ୍କୁ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.