ETV Bharat / bharat

Vice Presidential Election: ଆଜି ନାମାଙ୍କନ ଭରିଲେ ମାର୍ଗାରେଟ ଅଲଭା

author img

By

Published : Jul 19, 2022, 9:31 AM IST

Updated : Jul 19, 2022, 12:42 PM IST

Vice Presidential Election: ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଅଲଭା
Vice Presidential Election: ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଅଲଭା

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଲେ ବିରୋଧି ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ ଅଲଭା(Margaret Alva) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧି ମେଣ୍ଟର ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଅଲଭା(Margaret Alva file Nomination for Vice Presidential Election) । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ, NCP ମୁଖ୍ୟ ଶରଦ ପାୱର, ଶିବସେନା ନେତା ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏନସିପି ମୁଖ୍ୟ ଶରଦ ପାୱର ବିରୋଧି ପ୍ରାର୍ଥୀ ଭାବେ ମାର୍ଗାରେଟଙ୍କ ନାମ ଘୋଷଣା କରିଥିଲେ । ପ୍ରକାଶଥାଉ କି, ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

  • #WATCH | Opposition's Vice-Presidential candidate Margaret Alva files her nomination papers at Parliament, in the presence of Congress leaders Rahul Gandhi, Mallikarjun Kharge & Adhir Ranjan Chowdhury, NCP chief Sharad Pawar, Shiv Sena's Sanjay Raut and other Opposition leaders. pic.twitter.com/oHmMvB6ij3

    — ANI (@ANI) July 19, 2022 " class="align-text-top noRightClick twitterSection" data=" ">

ନିର୍ବାଚନକୁ ନେଇ ମାର୍ଗାରେଟ କହିଛନ୍ତି, ''ଏହି ନିର୍ବାଚନ କଠିନ ହେବ । କିନ୍ତୁ ରାଜନୀତିରେ ହାର ଜିତ୍ ଗୁରୁତ୍ବ ରଖେ ନାହିଁ, ଲଢେଇ ଲଢିବା ହିଁ ମୁଖ୍ୟ ବିଷୟ ଅଟେ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ମୁଁ ଭୟଭୀତ ନୁହେଁ । ମୋ ପ୍ରାର୍ଥିତ୍ବକୁ ସମର୍ଥନ କରିବା ପାଇଁ ମୁଁ ସମସ୍ତ ବିରୋଧି ଦଳ ନେତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।'' ପୂର୍ବରୁ ସୋମବାର NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ ସଂସଦ ଭବନରେ ନାମାଙ୍କନ ଭରିଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ ପ୍ରମୁଖ ଉପସ୍ଥିତ ଥିଲେ । ଧନକଡଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ଦସ୍ତଖତ କରିଥିଲେ ।

Last Updated :Jul 19, 2022, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.