ETV Bharat / bharat

ମଧ୍ୟ ପ୍ରଦେଶ ଗସ୍ତରେ ମଲ୍ଲିକାର୍ଜୁନ ଖଡ଼୍‌ଗେ, ଦଳ ଅନ୍ତଃକନ୍ଦଳକୁ ନେଇ ଚିନ୍ତିତ !

author img

By

Published : Oct 12, 2022, 10:07 PM IST

Mallikarjuna kharge statement while seeking votes for the congress president election
ମଧ୍ୟ ପ୍ରଦେଶ ଗସ୍ତରେ ମଲ୍ଲିକାର୍ଜୁନ ଖଡ଼୍‌ଗେ, ଦଳ ଅନ୍ତଃକନ୍ଦଳକୁ ନେଇ ଚିନ୍ତିତ !

ମଧ୍ୟ ପ୍ରଦେଶ ଗସ୍ତ କରିଥିଲେ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼୍‌ଗେ । ଇଶାରାରେ କଂଗ୍ରେସରେ ଥିବା ଅନ୍ତଃକନ୍ଦଳକୁ ନେଇ ଚିନ୍ତିତ ଥିବା ଆଲୋଚନା । ଅଧିକ ପଢ଼ନ୍ତୁ

ଭୋପାଳ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ମଧ୍ୟ ପ୍ରଦେଶ ଗସ୍ତ କରିଥିଲେ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼୍‌ଗେ । କଂଗ୍ରେସ ସଦସ୍ୟଙ୍କ ନିକଟରେ ଭୋଟଭିକ୍ଷା କରିବା ପାଇଁ ସେ ଆଜି ମଧ୍ୟ ପ୍ରଦେଶ ଆସଥିବା ବେଳେ ଏକ ପ୍ରେସମିଟ୍‌ କରିଥିଲେ । ଏହି ସମୟରେ ସେ ଇଶାରା ଇଶାରାରେ କଂଗ୍ରେସ ଭିତରେ ଥିବା ଅନ୍ତଃକନ୍ଦଳକୁ ନେଇ ଚିନ୍ତିତ ଥିବା କଥା କହିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସବୁଠାରୁ ବଡ଼ ଦାବିଦାର ଭାବରେ ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ ଦେଖାଯାଉଛି । ତେବେ ଦଳର ପ୍ରଧାନମନ୍ତ୍ରୀ ଚେହେରା ହେବେକି ବୋଲି ପ୍ରଶ୍ନ କରିଥିଲେ ଉପସ୍ଥିତ ସାମ୍ବାଦିକ । ଏହାକୁ ନେଇ ଖଡ଼୍‌ଗେ ବ୍ୟତିବ୍ୟସ୍ତ ଭାବରେ ଉତ୍ତର ରଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବର୍ତ୍ତମାନ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼୍‌ଗେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବେ । ଏହାରି ମଧ୍ୟରେ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳ କାହାରିକୁ ଅଛପା ନାହିଁ । ପ୍ରଧାନମନ୍ତ୍ରୀ ଚେହେରା ପ୍ରଶ୍ନକୁ ନେଇ ଖଡ଼୍‌ଗେ କହିଛନ୍ତି, "ତାମିଲନାଡ଼ୁରେ ଗୋଟିଏ କଥା ଅଛି । ଗୋଟିଏ ପର୍ବରେ ଜୀବିତ ରହିଲେ, ଅନ୍ୟ ପର୍ବରେ ନାଚିବା କଥା ଚିନ୍ତା କରିବ ।"

ତେବେ କଂଗ୍ରେସ ଖଡ଼୍‌ଗେ ସାମୂହିକ ନେତୃତ୍ବ ଉପରେ ବିଶ୍ବାସ କରୁଛନ୍ତି । ଯଦି ସେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ତେବେ ସାଙ୍ଗଠନିକ ସ୍ତରରେ ପାର୍ଟି ନେତୃବୃନ୍ଦ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ପରାମର୍ଶ କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଶ୍ନକୁ ନେଇ ସେ ସିଧା ଜବାବ ରଖିବାକୁ ଚାହିଁ ନାହାନ୍ତି । ୨୨ ବର୍ଷ ପରେ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ହେଉଛି । ଏଥିପାଇଁ ଏବେ ପୁରା ଫୋକସ ବର୍ତ୍ତମାନ ନିର୍ବାଚନ ଉପରେ ଅଛି ବୋଲି କହିଛନ୍ତି ଖଡ଼୍‌ଗେ ।

ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ ଅଭିଯାନ ଜାରି ରହିଛି । ରାହୁଲ ଗାନ୍ଧୀ ଖୋଦ ଏହାର ନେତୃତ୍ବ ନେଉଛନ୍ତି । ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ କଂଗ୍ରେସ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଇଶାରା ଇଶାରାରେ କଂଗ୍ରେସ ଅନ୍ତଃକନ୍ଦଳ ବିଷୟରେ ଚର୍ଚ୍ଚା କରିଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତି ସଙ୍ଗଠନ ସଜାଡ଼ିବାରେ ଧ୍ୟାନ ଦେଉଛନ୍ତୁ ତୁଙ୍ଗ ନେତା । ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ତାହାକୁ ନେଇ ଧ୍ୟାନ କେନ୍ଦ୍ରିତ କରାଯାଉଛି । ତେବେ ଦଳୀୟ ନେତାଙ୍କ ସହ ରାହୁଲ ଓ ସୋନିଆଙ୍କ ପରାମର୍ଶ ବୟାନ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ । ଖଡ଼୍‌ଗେ ଦଳର ଅଧ୍ୟକ୍ଷ ହେଲେ ସୁଦ୍ଧା ଦଳରେ ବିଶେଷ କିଛି ପରିବର୍ତ୍ତନ ଘଟିବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.