ETV Bharat / bharat

Special Session: ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ, କାଲି ମହିଳା ସଂରକ୍ଷଣ ବିଲ ଉପରେ ଚର୍ଚ୍ଚା

author img

By ETV Bharat Odisha Team

Published : Sep 19, 2023, 4:49 PM IST

Special Session: ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ମୁଲତବୀ
Special Session: ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ଆଜି ପାଇଁ ମୁଲତବୀ ହେଲା ଉଭୟ ଗୃହ । ଆସନ୍ତାକାଲି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ସହ ମହିଳା ସଂରକ୍ଷଣ ବିଲ ଉପରେ ହେବ ଚର୍ଚ୍ଚା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ପ୍ରଥମ ଥର ନୂତନ ସଂସଦ ଭବନରେ ବସିଛି 5 ଦିନିଆ ସ୍ବତନ୍ତ୍ର ଅଧିବେଶନ । ଆଜି (ମଙ୍ଗଳବାର) ଅଧିବେଶନର ଦ୍ବିତୀୟ ଦିନରେ ନୂତନ ସଂସଦ ଭବନ ପ୍ରବେଶ ହୋଇଛି । ଏହା ସହ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବା ପରେ ଉଭୟ ସଦନ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ଆଜି ନୂତନ ସଂସଦ ଭବନରେ ପ୍ରଥମ ଦିନରେ ଗୃହ ପ୍ରବଶ ସହ ମହିଳା ସଂରକ୍ଷଣ ବିଲ ଆଗତ କରାଯାଇଛି ।

ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନୂତନ ସଂସଦ ଭବନ ପ୍ରବେଶ ପୂର୍ବରୁ ପୁରୁଣା ପୁରୁଣା ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ସମସ୍ତ ସାଂସଦ । ଏହି ଅବସରରେ ଗଣେଶ ଚତୁର୍ଥୀର ଶୁଭେଚ୍ଛା ସହ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଥିଲେ । ଏହାପରେ ନୂତନ ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲାଙ୍କ ସମେତ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଚାଲିଥିବା ବେଳେ ପଛରେ ସମସ୍ତ ସାଂସଦ ନୂତନ ସଂସଦ ଭବନରେ ପ୍ରବେଶ କରିଥିଲେ । ଆଜି ପୂର୍ବାହ୍ନରେ ଲୋକସଭା ସଚିବାଳୟ ପକ୍ଷରୁ ଏକ ଗେଜେଟ ନୋଟିଫିକେସନରେ ନୂତନ ସଂସଦ ଭବନକୁ ଭାରତର ସଂସଦ ଭାବେ ଘୋଷଣା କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ:- Parliament House of India: ଜାରି ହେଲା ଗେଜେଟ ନୋଟିସ, ନୂଆ ସଂସଦ ଭବନ ପାଇବ ଭାରତ

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ 2020 ମସିହା ଅକ୍ଟୋବର ମାସରେ ଏହି ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅତ୍ୟାଧୁନିକ ସୌଧକୁ ଚଳିତବର୍ଷ ମ’ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ । ପ୍ରାୟ 64 ହଜାର ବର୍ଗମିଟର ଅଞ୍ଚଳ ପରିମିତ ଏହି ନୂତନ ସଂସଦ ଭବନରେ ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର ନାମରେ 3ଟି ଦ୍ବାର ରହିଛି । ଏଥିରେ ଲୋକସଭାରେ ଆସନ ସଂଖ୍ୟା 888 ଓ ରାଜ୍ୟସଭାରେ 384 ସଦସ୍ୟଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ହେଲେ ଏହା ଲୋକାର୍ପିତ ହୋଇସାରିଥିଲେ ସୁଦ୍ଧା ମୌସୁମୀ ଅଧିବେଶନ ପୁରୁଣା ବିଲ୍ଡିଂରେ ଶେଷ ହୋଇଥିଲା । ଏବେ ଏହି 5 ଦିନିଆ ସ୍ବତନ୍ତ୍ର ଅଧିବେଶନରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଏହି ନୂତନ ସଂସଦ ଭବନ ପ୍ରବେଶ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.