ETV Bharat / bharat

Parliament House of India: ଜାରି ହେଲା ଗେଜେଟ ନୋଟିସ, ନୂଆ ସଂସଦ ଭବନ ପାଇବ ଭାରତ

author img

By ETV Bharat Odisha Team

Published : Sep 19, 2023, 11:12 AM IST

Updated : Sep 19, 2023, 11:22 AM IST

New building of Parliament
New building of Parliament

ସ୍ମୃତି ହୋଇଛି ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ଇଣ୍ଡିଆର ସଂସଦ ଗୃହ ହେବ ନୂଆ ସଂସଦ ଭବନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସ୍ମୃତି ହୋଇଛି ଗଣତନ୍ତ୍ରର ମୁକସାକ୍ଷୀ ପାଲଟିଥିବା ପୁରୁଣା ସଂସଦ ଭବନ । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନବ ନିର୍ମିତ ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ କାର୍ଯ୍ୟ ଦିବସ ଆରମ୍ଭ ହେବ । ଏବେ ପୁରୁଣା ସଂସଦ ଭବନ କେବଳ ସ୍ମୃତି ହୋଇ ରହିଯିବ । ନୂଆ ସଂସଦ ଭବନ ଇଣ୍ଡିଆର ପାର୍ଲାମେଣ୍ଟ୍‌ ହାଉସ ହେବ ବୋଲି ଏକ ବିବୃତ୍ତି ଜାରି ହୋଇଛି ।

ଏହା ବି ପଢନ୍ତୁ...Women's Reservation Bill: କ୍ୟାବିନେଟ ବୈଠକରେ ମଞ୍ଜୁରୀ, ନୂଆ ସଂସଦର ପ୍ରଥମ ବିଲ ଭାବେ ହେବ ଆଗତ !

ଲୋକସଭା ସଚିବଙ୍କ ପକ୍ଷରୁ ଜାରି ବିବୃତ୍ତିରେ ସୂଚନା ଦିଆଯାଇଛି କି, ନୂଆଦିଲ୍ଲୀ ରାଇସିନା ରୋଡ୍‌ ପ୍ଲଟ୍‌ ନମ୍ବର୍‌ 18ରେ ଥିବା ନୂଆ ସଂସଦ ଭବନ ଇଣ୍ଡିଆର ପାର୍ଲାମେଣ୍ଟ ହାଉସ ହେବ । ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ କାର୍ଯ୍ୟ ଦିବସ ଆରମ୍ଭ ହେବ । ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭା ଗୃହକାର୍ଯ୍ୟ ଚାଲିବ । ଆସନ୍ତା 22 ତାରିଖ ଯାଏଁ ଚାଲିବ ସଂସଦର ସ୍ବତନ୍ତ୍ର ଅଧିବେଶନ ।

ଏହା ବି ପଢନ୍ତୁ...Special Session of Parliament: ଉଭୟ ଗୃହ ମୁଲତବୀ, ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ, ଆଜି ନୂଆ ବିଲ୍ଡିଂରେ ପ୍ରବେଶ

ପ୍ରକାଶ ଥାଉ କି, ଚଳିତ ବର୍ଷ ମଇ 28 ତାରିଖରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । 2020 ଅକ୍ଟୋବରରେ ଏହାର ନିର୍ମାଣ ଲାଗି ଭୂମିପୂଜନ ହୋଇଥିଲା । ପ୍ରାୟ 64,500 ବର୍ଗ ମିଟର ଅଞ୍ଚଳରେ ଏହି ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି । ଏହାର 3ଟି ଦ୍ବାର ରହିଛି ଯାହା ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର । ନୂଆ ସଂସଦ ଭବନ ଲୋକସଭା ସିଟ୍ ସଂଖ୍ୟା 888 ଓ ରାଜ୍ୟସଭା ସିଟ 384 ରହିଛି । ନୂଆ ସଂସଦ ସୌଧରେ ଭାରତୀୟ କଳା ଓ ସଂସ୍କୃତି ଝଲକ ଦେଖିବାକୁ ମିଳିଛି ।

Last Updated :Sep 19, 2023, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.