ETV Bharat / bharat

Lakhimpur Kheri Case: ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ କମ୍ପିଲା ସଂସଦ, UP ବିଧାନସଭା

author img

By

Published : Dec 16, 2021, 1:42 PM IST

Updated : Dec 16, 2021, 2:43 PM IST

ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ କମ୍ପିଲା ସଂସଦରୁୁ ବିଧାନସଭା
ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ କମ୍ପିଲା ସଂସଦରୁୁ ବିଧାନସଭା

ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ହିଂସା(Lakhimpur Kheri Violence)କୁ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ଦାବି କରି ୟୁପି ବିଧାନସଭା ଆଗରେ ଗର୍ଜନ କରିଛି କଂଗ୍ରେସ । ଘଟଣାରେ ଜୀବନ ହରାଇଥିବା ଚାଷୀଙ୍କୁ ନ୍ୟାୟ ଦେବାକୁ ଅଡି ବସିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରୀ ହିଂସା (Lakhimpur Kheri Violence)କୁ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି । ଏହାପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏସ୍‌ଆଇଟି ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ । ଆଜି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ଦାବି କରି ୟୁପି ବିଧାନସଭା ଆଗରେ ଗର୍ଜନ କରିଛି କଂଗ୍ରେସ । ଘଟଣାରେ ଜୀବନ ହରାଇଥିବା ଚାଷୀଙ୍କୁ ନ୍ୟାୟ ଦେବାକୁ ଅଡି ବସିଛନ୍ତି କଂଗ୍ରେସ ବିଧାୟକ । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସଂସଦରେ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।

ୟୁପି ବିଧାନସଭା ଆଗରେ ଧାରଣା ଦେଇ ଅଜୟ ମିଶ୍ରା ବିଧାନସଭାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଘଟଣାକୁ ଗାନ୍ଧୀ ମୂର୍ତ୍ତି ନିକଟରେ ହାତରେ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ଦଳ । ସେପଟେ ସଂସଦରେ ମଧ୍ୟ ଏ କଥା ଉଠାଇଛନ୍ତି ରାହୁଲ । ସଂସଦ ଶୀତ ଅଧିବେଶନରେ ରାହୁଲ କହିଛନ୍ତି ଖେରୀ ଘଟଣା ଏକ ହତ୍ୟାକାଣ୍ଡ । ଏ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ସଂପୃକ୍ତି ଅଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ରାହୁଲ । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରୁଥିଲେ ମଧ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

ପ୍ରକାଶ ଥାଉ କି, ଗତକାଲି ଲଖିମପୁର ଖେରୀ ହିଂସାକୁ ନେଇ ଏସଆଇଟି ଟିମ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ହିଂସା ପୂର୍ବ କଳ୍ପିତ କହିଛି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା(SIT) । ଏନେଇ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ନୂଆ ଦଫା ଲଗାଇବା ପୂର୍ବରୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(CJM)ଙ୍କ ନିକଟରେ ଏକ ଆବେଦନ ଦାଖଲ କରିଛି SIT ।

ଆହୁରି ପଢନ୍ତୁ...ଲକ୍ଷୀମପୁର ଖେରୀ ହିଂସା ପୂର୍ବ କଳ୍ପିତ: SIT

ଅକ୍ଟୋବର 3ରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଦୁର୍ଘଟଣାରେ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ଏହି ମାମଲାରେ SIT ଏପର୍ଯ୍ୟନ୍ତ ଆଶିଷ ମିଶ୍ରା, ଲୁଭକୁଶ, ଆଶିଷ ପାଣ୍ଡେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଳ, ନନ୍ଦନ ସିଂହ, ସତ୍ୟମ୍ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର ବଞ୍ଜାରା, ରିଙ୍କୁ ରାଣା ଏବଂ ଉଲ୍ଲାସ ତ୍ରିବେଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ଲଖିମପୁର ଖେରୀ ଜିଲ୍ଲା ଜେଲରେ ରଖାଯାଇଛି ।

@ANI

Last Updated :Dec 16, 2021, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.