ETV Bharat / bharat

ଜୟପୁର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କଲେ ଜେପି ନଡ୍ଡା

author img

By

Published : Mar 3, 2021, 7:29 AM IST

ଜୟପୁର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କଲେ ଜେପି ନଡ୍ଡା
ଜୟପୁର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କଲେ ଜେପି ନଡ୍ଡା

ବିର୍ଲା ଅଡିଟୋରିୟମରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡ। । ଅଧିକ ପଢନ୍ତୁ....

ଜୟପୁର:ବିର୍ଲା ଅଡିଟୋରିୟମରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡ। । ଏହି କାର୍ଯ୍ୟକାରିଣୀରେ ଦଳୀୟ ନେତାଙ୍କୁ ଅନେକ ଦାୟିତ୍ବ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି କାର୍ଯ୍ୟକ୍ରମରେ ବିଜେପିକୁ ଏକ କ୍ୟାଡର ଭିତ୍ତିକ ଦଳ ଭାବେ ବର୍ଣ୍ଣନା କରିଛନ୍ତି ନଡ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ ଓ ମଜବୁତ କରିବା ପ୍ରତ୍ୟକ କାର୍ଯ୍ୟକର୍ତ୍ତାଙ୍କ ଉତ୍ତରଦାୟିତ୍ବ ।

ଏହି ବୈଠକରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଯଥା 25 ସେପ୍ଟେମ୍ବର ପୂର୍ବରୁ ସେ ପ୍ରତ୍ୟେକ ବୁଥକୁ ମଜବୁତ କରିବା ବିଷୟରେ ମଧ୍ୟ ଦାୟିତ୍ବ ଦେଇଥିଲେ ନଡ୍ଡା । ଆସନ୍ତା 25 ସେପ୍ଟେମ୍ବର ପୂର୍ବରୁ ସମସ୍ତ ବୁଥ୍ ଏବଂ ସେମାନଙ୍କର କାର୍ଯ୍ୟନିର୍ବାହୀ ସେଟ୍ ଅପ୍ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । 25 ଡିସେମ୍ବର ସୁଦ୍ଧା ପ୍ରତ୍ୟେକ ବୁଥରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା |

ଏହି ଅବସରରେ ନଡ୍ଡା କେନ୍ଦ୍ର କୃଷି ଆଇନକୁ ନେଇ ମଧ୍ୟ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଥିବା ଦେଖିବାକୁ ମିଳିଛି । ଚାଷୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜନୀତି କରାଯାଉଥିବା କଥା କହିଛନ୍ତି ନଡ୍ଡା । କୃଷି ଆଇନ ସମ୍ପର୍କରେ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀ ଯିଏ କୃଷକଙ୍କ କଲ୍ୟାଣ ତଥା କୃଷିର ଉନ୍ନତି ପାଇଁ ଅନେକ କାର୍ଯ୍ୟ ଜାରି ରହିଛି । ସେହିପରି ସେ ଗେହଲୋଟ ସରକାରକୁ ମଧ୍ୟ ଟାର୍ଗେଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ନଡ୍ଡା ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏବଂ ଅନ୍ୟ ନେତାମାନେ ଏକାଠି ହୋଇ ଜେପି ନଡ୍ଚାଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.