ETV Bharat / bharat

ଜାପାନ ଭୂକମ୍ପ: ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ, ଜାରି ହେଲା ହେଲ୍ପଲାଇନ ନମ୍ବର

author img

By ETV Bharat Odisha Team

Published : Jan 1, 2024, 3:41 PM IST

ଜାପାନ ଭୂକମ୍ପ: ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ଜାରି କଲା ଦୂତାବାସ
ଜାପାନ ଭୂକମ୍ପ: ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ଜାରି କଲା ଦୂତାବାସ

Japan earthquake: ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ଆଲର୍ଟ । ପ୍ରବାସୀ ଭାରତୀୟଙ୍କ ପାଇଁ କଣ୍ଟ୍ରୋଲ ରୁମ ଖୋଲିବା ସହ ହେଲ୍ପଲାଇନ ନମ୍ବର ଜାରି କଲା ଦୂତାବାସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ କିଛି ସ୍ଥାନରେ ସୁନାମି ମଧ୍ୟ ଆସିଥିବାର ସୂଚନା ଆସିଲାଣି । ଭୂକମ୍ପ ପରେ ତୁରନ୍ତ ସୁନାମୀ ସତର୍କତା ଜାରି କରାଯାଇଥିଲା । ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ତଥା ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଜାପାନରେ ଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଜରୁରୀ ହେଲ୍ପଲାଇନ ଜାରି କରିଛି ଟୋକିଓରେ ଅବସ୍ଥାପିତ ଭାରତୀୟ ଦୂତାବାସ । ଉପକୂଳ ତଥା ସମ୍ଭାବ୍ୟ ସୁନାମି ପ୍ରଭାବିତ ସ୍ଥାନରେ ଥିବା ପ୍ରବାସୀ ଭାରତୀୟମାନେ କୌଣସି ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ଦୂତାବାସ କହିଛି । ଏନେଇ ଭାରତୀୟ ଦୂତାବାସ ଏକ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରିଛି । ଏହି ନିୟନ୍ତ୍ରଣ କକ୍ଷ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗ ସହଯୋଗରେ ସ୍ଥିତି ଉପରେ ନଜର ରଖିଛି । ଏନେଇ ଟ୍ବିଟରେ ଏକ ପ୍ରେସରିଲିଜ ଜାରି କରିଛି ଦୂତାବାସ ।

  • Embassy of India in Japan issues emergency contact numbers for Indian citizens following a strong earthquake and tsunami warnings pic.twitter.com/Ge1zdp1kVP

    — ANI (@ANI) January 1, 2024 " class="align-text-top noRightClick twitterSection" data=" ">

ଭାରତୀୟମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ:-

  • +81-80-3930-1715 ( ୟାକୁବ ତପନୋ)
  • +81-70-1492-0049 (ଅଜୟ ସେଠୀ)
  • +81-80-3214-4734 (ଡି.ଏନ ବର୍ଣ୍ଣଓ୍ବାଲ)
  • +81-80-6229-5382 (ଏସ. ଭଟ୍ଟାଚାର୍ଯ୍ୟ)
  • +81-80-3214-4722 ( ବିବେକ ରାଠୀ)

ଏସବୁ ନମ୍ବର ବ୍ୟତୀତ ଦୁଇଟି ଜରୁରୀ ମେଲ-ଆଇଡି ମଧ୍ୟ ଜାରି କରିଛି ଭାରତୀୟ ଦୂତାବାସ ।"sscons.tokyo@mea.gov.in ଓ offfseco.tokyo@mea.gov.in ଏହି ଦୁଇ ମେଲ-ଆଇଡିରେ ଯୋଗାଯୋଗ କରିପାରିବେ ଭାରତୀୟ । ଏପରି ସ୍ଥିତିରେ ଭୟଭୀତ ନହୋଇ ସ୍ଥାନୀୟ ସରକାରଙ୍କ ଗାଇଡଲାଇନ ଅନୁସରଣ କରିବା ଓ ସତର୍କ ରହିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ ।

ଏହା ମଧ୍ୟ ପଢନ୍ତୁ :- ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୭.୪, ସୁନାମି ଆଲର୍ଟ

ଆଜି ପୂର୍ବାହ୍ନରେ ଜାପାନରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ 7.4 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ପ୍ରାୟ 5 ମିଟର ପର୍ଯ୍ୟନ୍ତ ସୁନାମି ଆସିବାର ଆଶଙ୍କା ସ୍ଥାନୀୟ ପାଣିପାଗ ବିଭାଗ ଓ କିଛି ବିଦେଶୀ ପାଣିପାଗ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ତେବେ ଜାପାନର କିଛି ସ୍ଥାନରେ ଭୂକମ୍ପ ପରେ ସୁନାମି ମଧ୍ୟ ଆସିଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୁନାମି ନେଇ ଜାପାନ ସରକାର କୌଣସି ସୂଚନା ଦେଇନାହାନ୍ତି । ଉଦ୍ଧାର, ସ୍ଥାନାନ୍ତରଣ ଓ ସ୍ବାସ୍ଥ୍ୟ ବିଭାଗ ପରି ସମସ୍ତ ଜରୁରୀ ବିଭାଗକୁ ଆଲର୍ଡ ମୋଡରେ ରଖାଯାଇଛି । ଭୌଗଳିକ ଦୃଷ୍ଟିରୁ ଜାପାନ ଏକ ଭୂକମ୍ପ ପ୍ରବଣ ଦେଶ । ପୂର୍ବରୁ ମଧ୍ୟ ଜାପାନ ଏକାଧିକ ଭୂକମ୍ପର ସାମ୍ନା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.