ETV Bharat / bharat

Jalandar Bypoll: ଜଳନ୍ଧର ଉପନିର୍ବାଚନରେ ଆପ୍‌ ପ୍ରାର୍ଥୀ ସୁଶୀଲ ବିଜୟୀ

author img

By

Published : May 13, 2023, 3:31 PM IST

ଜଳନ୍ଧର ଉପନିର୍ବାଚନରେ ଆପ୍‌ ପ୍ରାର୍ଥୀ ସୁଶୀଲ ରିଙ୍କୁ ବିଜୟୀ
ଜଳନ୍ଧର ଉପନିର୍ବାଚନରେ ଆପ୍‌ ପ୍ରାର୍ଥୀ ସୁଶୀଲ ରିଙ୍କୁ ବିଜୟୀ

ଜଳନ୍ଧର ଲୋକସଭା ଉପନିର୍ବାଚନରେ ଆପ୍‌ର ବଡ ବିଜୟ । ୫୮,୬୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲା ସୁଶୀଲ ରିଙ୍କୁ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଜଳନ୍ଧର ଲୋକସଭା ଉପନିର୍ବାଚନରେ ବାଜି ମାରିଲା ଆପ୍ । ବିଜୟୀ ହେଲେ ଆମ୍ ଆଦାମୀ ପାର୍ଟି ପ୍ରାର୍ଥୀ ସୁଶୀଲ ରିଙ୍କୁ । ସୁଶୀଲ ୫୮,୬୪୭ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ କରମଜିତ କୌର ଚୌଧୁରୀଙ୍କୁ ହରାଇ ବମ୍ପର ବିଜୟ ହାସଲ କରିଛନ୍ତି । ତାଙ୍କୁ ସମୁଦାୟ ୩,୦୨,୦୯୭ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ୨,୪୩,୪୫୦ ଖଣ୍ଡ ଭୋଟ ସହ ଦ୍ବିତୀୟରେ ଅଛନ୍ତି । ଶିରୋମଣି ଅକାଳୀ ଦଳ ଏବଂ ବହୁଜନ ସମାଜବାଦୀ ପାର୍ଟି ୧,୫୮,୩୫୪ ଭୋଟ ପାଇଥିବା ବେଳେ ୧,୩୪,୭୦୭ ଭୋଟ ସହ ବିଜେପି ପ୍ରାର୍ଥୀ ପଛରେ ରହିଛନ୍ତି ।

  • We humbly accept people's mandate! I thank party workers, volunteers, supporters and the entire @INCPunjab leadership, for the hard work & efforts put in by them for the #JalandharByElection. I congratulate Sushil Rinku & AAP party for the victory.

    — Amarinder Singh Raja Warring (@RajaBrar_INC) May 13, 2023 " class="align-text-top noRightClick twitterSection" data=" ">

ସୁଶୀଲ କୁମାର ରିଙ୍କୁ ଜଳନ୍ଧର ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । ହେଲେ ପଞ୍ଜାବରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସରକାର ଆସିବା ପରେ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡି ଆପ୍‌ରେ ମିଶିଥିଲେ । ଭାରତ ଯୋଡୋ ଯାତ୍ରା ସମୟରେ ଜଳନ୍ଧର କଂଗ୍ରେସ ସାଂସଦ ସନ୍ତୋଖ ଚୌଧୁରୀଙ୍କ ଦେହାନ୍ତ ପରେ ଏହି ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦିବଙ୍ଗତ ସାଂସଦଙ୍କ ପତ୍ନୀ କରମଜିତ କୌରଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ଆପ୍ ପ୍ରାର୍ଥୀ ବିପୁଳ ଭୋଟ ବ୍ୟବଧାନରେ କୌରଙ୍କୁ ପରାଜିତ କରି ବଡ ବିଜୟ ହାସଲ କରିଛନ୍ତି । ଏନେଇ ରାଘବ ଚଢାଙ୍କ ସମେତ ପଞ୍ଜାବ ରାଜ୍ୟ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଂ ଟ୍ବିଟ୍ କରି ସୁଶୀଲ ରିଙ୍କୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Jharsuguda By poll Results: ଦୀପାଳିଙ୍କ ବୃହତ ବିଜୟ, ଭାଙ୍ଗିଲେ ବାପାଙ୍କ ରେକର୍ଡ

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ଦେହାନ୍ତ ହୋଇଥିଲା । ଜଳନ୍ଧରର ପିଲାଉରରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲୁଥିବା ସମୟରେ ହୃଦଘାତରେ ସେ ଆଖି ବୁଜିଥିଲେ । ତାଙ୍କର ଦେହାନ୍ତ ପରେ ଜଳନ୍ଧର ଲୋକସଭା ଆସନ ଖାଲି ପଡିଥିଲା । ଗତ ୧୦ ତାରିଖରେ ଜଳନ୍ଧର ସମେତ ଓଡ଼ିଶାର ଝାରସୁଗୁଡା ବିଧାନସଭା ଆସନ, ଉତ୍ତରପ୍ରଦେଶର ସୁଆର ଓ ଛାନବେ ଏବଂ ମେଘାଳୟ ସୋହିଓଙ୍ଗ ବିଧାନସଭା ଆସନରେ ଉପନିର୍ବାଚନ ମତଦାନ ହୋଇଥିଲା । ଆଜି ଏହି ଉପନିର୍ବାଚନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି । ଜଳନ୍ଧର ଲୋକସଭା ଆସନ ଆପ୍ ଦଖଲକୁ ଯାଇଛି ।

ଏହାମଧ୍ୟ ପଢନ୍ତୁ: Karnataka Election Result: ମ୍ୟାଜିକ ନମ୍ବର ପାର୍ କଲା କଂଗ୍ରେସ, ମୋଦିଙ୍କୁ ଜୟରାମଙ୍କ କଟାକ୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.