ETV Bharat / bharat

ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା ଆଇନ ଡିଗ୍ରୀ: ମନୋଜ ସିହ୍ନା

author img

By

Published : Mar 24, 2023, 9:46 PM IST

ନୂଆ ବିବାଦକୁ ଡାକରା ଦେଲେ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଗାନ୍ଧିଜୀଙ୍କ ଅନେକ ପୁସ୍ତକରେ ସେ ଜଣେ ଆଇନ ଛାତ୍ର ଉଲ୍ଲେଖ ରହିଥିବା ବେଳେ ସିହ୍ନା କହିଛନ୍ତି ଗାନ୍ଧିଜୀଙ୍କ ନିକଟରେ ନଥିଲା କୌଣସି ଆଇନ ଡିଗ୍ରୀ । ଅଧିକ ପଢନ୍ତୁ

Lieutenant Governor Manoj
Lieutenant Governor Manoj

ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା ଆଇନ ଡିଗ୍ରୀ: J&K ଉପରାଜ୍ୟପାଳ

ଭୋପାଳ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା କୌଣସି ଆଇନ ଡିଗ୍ରୀ । ମଧ୍ୟପ୍ରଦେଶ ଗ୍ବାଲିଅରରେ ଗୁରୁବାର ଏଭଳି ମନ୍ତବ୍ୟ ଦେଇ ନୂଆ ବିବାଦକୁ ଡାକିଛନ୍ତି ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସେ କହିଥିଲେ ଯେ ଏକ ଭୁଲ ଚିନ୍ତାଧାରା ରହିଆସିଛି ଯେ ମହାତ୍ମା ଗାନ୍ଧୀଙ୍କ ନିକଟରେ ଆଇନ ଡିଗ୍ରୀ ଥିଲା । ମାତ୍ର ତାଙ୍କ ନିକଟରେ କୌଣସି ଆଇନ ଡିଗ୍ରୀ ନଥିଲା, ବରଂ ହାଇସ୍କୁଲ ଡିପ୍ଲୋମା ଥିଲା । ଯାହାଦ୍ବାରା ସେ ଓକିଲାତି ଅଭ୍ୟାସ କରିବା ଲାଗି ଯୋଗ୍ୟ ହୋଇଥିଲେ ।

ସିହ୍ନା ଗ୍ବାଲିଅରରେ ଥିବା ଆଇଟିଏମ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସମୟରେ ଏପରି କହିଥିଲେ । ସେ କହିଥିଲେ ଏହି କଥାକୁ ଅନେକ ମାନିବାକୁ ପ୍ରସ୍ତୁତ ହେବେ ନାହିଁ କି ଗ୍ରହଣ କରିବେ ନାହିଁ, ମାତ୍ର ଏହା ସତ । ଗାନ୍ଧିଜୀଙ୍କ ନିକଟରେ କୌଣସି ବିଶ୍ବବିଦ୍ୟାଳୟର ଡିଗ୍ରୀ ନଥିଲା । ତାଙ୍କ ନିକଟରେ କେବଳ ହାଇସ୍କୁଲ ଡିପ୍ଲୋମା ଥିଲା । ଯାହାଦ୍ବାରା ସେ ଓକିଲାତି ଅଭ୍ୟାସ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ତାଙ୍କ ନିକଟରେ ଆଇନ ଡିଗ୍ରୀ ନଥିଲା । ତଥାପି ସେ କେତେ ଶିକ୍ଷିତ ଓ ଜ୍ଞାନୀ ଥିଲେ । ଏଣୁ ଡିଗ୍ରୀ ପଛରେ ଛାତ୍ରଛାତ୍ରୀ ଧାଇଁବା ବ୍ୟତୀତ ପ୍ରକୃତ ଶିକ୍ଷା ଗ୍ରହଣ କରନ୍ତୁ ।

ଏହା ବି ପଢନ୍ତୁ- ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଗୁଳି କରି ଖସାଇଲା BSF

ଶିକ୍ଷା ଲାଗି ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ । ଗାନ୍ଧିଜୀଙ୍କ ଜୀବନ ସତ୍ୟ ଉପରେ ଆଧାରିତ ଥିଲା । ସତ୍ୟପଥରେ ଚାଲିବାକୁ ସର୍ବଦା ଗୁରୁତ୍ବ ଦେଉଥିଲେ ଗାନ୍ଧିଜୀ । ଦେଶ ଲାଗି ଗାନ୍ଧିଜୀ ଅନେକ ତ୍ୟାଗ ଦେଇଥିବା ବେଳେ ତାଙ୍କ ସଫଳତାରେ ସତ୍ୟର ଝଲକ ଦେଖିବାକୁ ମିଳୁଥିଲା । ଯଦି ଆପଣ ତାଙ୍କ ଜୀବନ କାହାଣୀକୁ ତର୍ଜମା କରିବେ ତେବେ ଆପଣଙ୍କୁ କେବଳ ସତ ନଜର ଆସିବ । ତାଙ୍କ ଜୀବନରେ ଯେତେ ବି ଆହ୍ବାନ ଆସିଥିଲା, ସେ ସର୍ବଦା ସତର ସାଥୀରେ ଥିଲା । ଯାହାକି ତାଙ୍କୁ ପରିଶେଷରେ ଜାତିର ପିତା ଭାବେ ପରିଚୟ ଦେଇଥିବା ବୋଲି ସିହ୍ନା କହିଛନ୍ତି ।

ସୂଚନା ଥାଉ କି ମହାତ୍ମା ଗାନ୍ଧୀ ଲଣ୍ଡନ ୟୁନିଭର୍ସିଟିରୁ ଆଇନ ଡିଗ୍ରୀ ହାସଲ କରିଥିଲେ ବୋଲି ବିଶ୍ବାସ ରହିଛି । ଗାନ୍ଧିଜୀଙ୍କ ଉପରେ ଆଧାରିତ ପୁସ୍ତକ 'ଦ ଲ' ଆଣ୍ଡ ଲୟର୍ସ'ରେ ଗାନ୍ଧିଜୀ ଜଣେ ଆଇନ ଛାତ୍ର ବୋଲି ଦର୍ଶାଯାଇଛି । ଏହାସହିତ ଦ୍ବିତୀୟ ପୁସ୍ତକର ହେଡଲାଇନ ରହିଛି 'ଗାନ୍ଧୀ ଆଜ୍‌ ଏ ଲୟର' (Gandhi as a lawyer) । ଏଣୁ ସିହ୍ନା ଏହି ମନ୍ତବ୍ୟ ଦେବା ପରେ ନୂଆ ବିବାଦକୁ ଡାକରା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.