ETV Bharat / bharat

ଭାରତରେ ଜାରି ରହିବ ଆଫଗାନ ସୈନ୍ୟଙ୍କ ପ୍ରଶିକ୍ଷଣ

author img

By

Published : Sep 2, 2021, 9:47 PM IST

ଭାରତରେ ଜାରି ରହିବ ଆଫଗାନ ସୈନ୍ୟଙ୍କ ପ୍ରଶିକ୍ଷଣ
ଭାରତରେ ଜାରି ରହିବ ଆଫଗାନ ସୈନ୍ୟଙ୍କ ପ୍ରଶିକ୍ଷଣ

ଭାରତରେ ପ୍ରଶିକ୍ଷଣ ନେଉଥିବା ଆଫଗାନିସ୍ତାନ ସୈନ୍ୟଙ୍କ ପ୍ରଶିକ୍ଷଣ ପୂର୍ବ ପରି ଜାରି ରଖିବାକୁ ନିଷ୍ପତ୍ତି । ତାଲିବାନ ସମ୍ମୁଖରେ ଆଫଗାନିସ୍ତାନ ସରକାରୀ ସେନାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ ପରେ ଏମାନଙ୍କ ପ୍ରଶିକ୍ଷଣ ଉପରେ ଉଠିଥିଲା ପ୍ରଶ୍ନ। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଭାରତରେ ପ୍ରଶିକ୍ଷଣ ନେଉଥିବା ଆଫଗାନିସ୍ତାନ ସୈନ୍ୟଙ୍କ ପ୍ରଶିକ୍ଷଣ ପୂର୍ବ ପରି ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଭାରତ । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ,ବର୍ତ୍ତମାନ ଭାରତରେ ପ୍ରାୟ 130 ଆଫଗାନିସ୍ତାନ ସୈନ୍ୟ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏମାନେ ମିଲିଟାରୀ ଏକାଡେମୀ ସମେତ ଅନ୍ୟକିଛି ସାମରିକ ପ୍ରତିଷ୍ଠାନରେ ଭାରତୀୟ ସେନାର ତତ୍ବାବଧାନରେ ପ୍ରଶିକ୍ଷିତ ହେଉଛନ୍ତି ।

ଆଫଗାନିସ୍ତାନରେ ସରକାର ବରଖାସ୍ତ ଓ ତାଲିବାନ ସମ୍ମୁଖରେ ସେନାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ ପରେ ଏମାନଙ୍କ ପ୍ରଶିକ୍ଷଣ ଉପରେ ପ୍ରଶ୍ନ ଉଠିଥିଲା । ତେବେ ଏସବୁ ଭିତରେ ସେମାନଙ୍କ ପ୍ରଶିକ୍ଷଣ ପୂର୍ବ ପରି ଜାରି ରଖିବା ନେଇ ଭାରତ ସରକାର ସ୍ଥିର କରିଛନ୍ତି । ପୂର୍ବ ଚୁକ୍ତି ଅନୁସାରେ ଏମାନଙ୍କ ପ୍ରଶିକ୍ଷଣ କୋର୍ସ ଶେଷ ହେବାଯାଏ ପ୍ରଶିକ୍ଷଣ ଜାରି ରଖିବ ଭାରତ । ପ୍ରଶିକ୍ଷଣ ଶେଷ ହେବା ପରେ ଏମାନଙ୍କ ଥଇଥାନ ନେଇ କିଛି ଆଲୋଚନା ମଧ୍ୟ କରିପାରନ୍ତି ଭାରତୀୟ କର୍ତ୍ତୃପକ୍ଷ। ଏନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ମଧ୍ୟ ଗତ ଏକ ଦଶନ୍ଧି ଧରି ଅନେକ ଆଫଗାନିସ୍ତାନ ସୈନ୍ୟ ଭାରତୀୟ ସେନା କ୍ୟାମ୍ପରେ ପ୍ରଶିକ୍ଷଣ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, 80 ଆଫଗାନିସ୍ତାନ ସୈନ୍ୟ ଭାରତୀୟ ମିଲିଟାରି ଏକାଡେମୀ ଓ ପ୍ରାୟ 50 ଜଣ ପ୍ରଶିକ୍ଷାର୍ଥୀ ଚେନ୍ନାଇ ସେନାଧିକାରୀ ପ୍ରଶିକ୍ଷଣ ଏକାଡେମୀ ଓ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.