ETV Bharat / bharat

INDIA CORONA: କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

author img

By

Published : Feb 2, 2022, 9:36 AM IST

INDIA CORONA: ଦିନକରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ
INDIA CORONA: ଦିନକରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଖସୁଛି କୋରୋନା ଗ୍ରାଫ୍ । ସଂକ୍ରମଣ କମୁଥିଲେ ମଧ୍ୟ ଦ୍ରୁତଗତିରେ ବଢିଚାଲିଛି ମୃତ୍ୟୁସଂଖ୍ୟା । ଦିନକରେ ଦେଶରେ ୧,୭୩୩ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ଦୁଇ ଲକ୍ଷେ ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 1,61,386 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,61,386 fresh covid cases) । ଗତକାଲି(ମଙ୍ଗଳବାର) ଏହି ସଂଖ୍ୟା 1,67,059 ଥିଲା ।

ସେହିପରି 2,81,109 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ହେଲେ ଚିନ୍ତାଜନକ ବିଷୟ ହେଉଛି, ଭାରତରେ ସଂକ୍ରମଣ ଭୟ କମୁଥିଲେ ହେଁ ମୃତ୍ୟୁସଂଖ୍ୟା ବଢିଚାଲିଛି । ଦୁଇ ଦିନ ହେବ ୧୦୦୦ ପାର୍ କରୁଛି କୋରୋନା ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 1,733 ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଦେଶରେ ସୁସ୍ଥସଂଖ୍ୟା ବଢୁଥିବା ଯୋଗୁଁ ସକ୍ରିୟ ମାମଲା କମିବାରେ ଲାଗିଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ 16,21,603ଟି ସକ୍ରିୟ ମାମଲା ରହିଛି । ଦେଶରେ ଏଯାବତ୍ 4,97,975 ଜଣ ପ୍ରାଣ ହରାଇଛନ୍ତି । ଏବେ ଦୈନିକ ପଜିଟିଭ୍ ରେଟ୍ ମଧ୍ୟ ଖସି 9.26%ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 167.29 କୋଟି ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.