ETV Bharat / bharat

INDIA CORONA: ଦିନକରେ 11451 ନୂଆ ସଂକ୍ରମିତ, 266 ମୃତ

author img

By

Published : Nov 8, 2021, 12:36 PM IST

INDIA CORONA: ଦିନକରେ 11,451 ନୂଆ ସଂକ୍ରମିତ, 266 ମୃତ
INDIA CORONA: ଦିନକରେ 11,451 ନୂଆ ସଂକ୍ରମିତ, 266 ମୃତ

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 451 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 266 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ:ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 451 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 266 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 43 ଲକ୍ଷ 66 ହଜାର 987 ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 61 ହଜାର 57ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 13,204 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3 କୋଟି 37 ଲକ୍ଷ 63 ହଜାର 104ରେ ପହଞ୍ଚିଛି । ତେବେ ଦେଶରେ ସୁସ୍ଥହାର 98.24 ପ୍ରତିଶତ ରହିଛି, ଯାହା ମାର୍ଚ୍ଚ 2020 ପରେ ସର୍ବାଧିକ ଅଟେ । ସେହିପରି ଦେଶରେ ମୋଟ 1 ଲକ୍ଷ 42 ହଜାର 826 ଟି ସକ୍ରିୟ ମାମଲା ରହିଛି, ଯାହାକି 262 ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 0.42 ପ୍ରତିଶତ ଅଟେ, ଯାହା ମାର୍ଚ୍ଚ 2020 ଠାରୁ ସର୍ବନିମ୍ନ ଅଟେ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧,୦୮,୪୭,୨୩,୦୪୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୩,୮୪,୦୯୬ ଡୋଜ୍‌ ଟିକା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.