ETV Bharat / bharat

Covid Cases in India: 24 ଘଣ୍ଟାରେ ଚିହ୍ନଟ ହେଲେ 3095 କୋରୋନା ଆକ୍ରାନ୍ତ

author img

By

Published : Mar 31, 2023, 10:24 AM IST

covid cases in india
covid cases in india

ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି । 24 ଘଣ୍ଟାରେ ଚିହ୍ନଟ ହେଲେ 3095 କୋରୋନା ଆକ୍ରାନ୍ତ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହୋଇଛି କୋରୋନା ସଂକ୍ରମଣ । ଲଗାତାର ଦ୍ବିତୀୟ ଦିନରେ 3ହଜାର ପାର କଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 3ହଜାର 95 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା 15 ହଜାର 208ରେ ପହଞ୍ଚିଛି । ସେହିପରି ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 867 ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଦୈନିକ ସଂକ୍ରମଣ ହାର 2.61 ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ସଂକ୍ରମଣ 1.91 ପ୍ରତିଶତ ରେକର୍ଡ କରାଯାଇଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ 1390 ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 41 ଲକ୍ଷ 69 ହଜାର 711ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସୁସ୍ଥହାର 98.78 ପ୍ରତିଶତ ରହିଛି । ଗତକାଲି ଦେଶରେ ଦେଶରେ 3 ହଜାର 16 ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଗତ 6 ମାସ ମଧ୍ୟରେ ସର୍ବାଧିକ ରହିଥିଲା । ମଙ୍ଗଳବାର ଦିନ ଦେଶରେ 2 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଗତ 5 ମାସରେ ସର୍ବାଧିକ ଥିଲା । ତେବେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ଚତୁର୍ଥ ଲହର ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରାମ ନବମୀରେ ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା, ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି

ଗତ କିଛି ଦିନର ବ୍ୟବଧାନ ପରେ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଆଗୁଆ ସତର୍କ ରହିବାରୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ବୈଠକ କରାଯାଇ ସମୀକ୍ଷା କରାଯାଉଛି । ବିଶେଷ ଭାବରେ କୋଭିଡକୁ କିଭଳି ଭାବରେ ମୁକାବିଲା କରାଯିବ, ଟେଷ୍ଟିଂ ଟ୍ରାକିଂ ଏବଂ ସର୍ଭିଲାନ୍ସ କରାଯିବ ସେ ନେଇ ସତର୍କ କରାଯାଉଛି । ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବ ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ଅନ୍ୟ ପଟେ ଇନଫ୍ଲୁଏଞ୍ଜା H3N2 ସଂକ୍ରମଣ ସମୟରେ କୋରୋନା ମାମଲା ବୃଦ୍ଧି ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.