ETV Bharat / bharat

India Corona: କମିଲା ସଂକ୍ରମଣ, ଦିନକରେ 12751 ନୂଆ ସଂକ୍ରମିତ

author img

By

Published : Aug 9, 2022, 9:46 AM IST

India Corona: କମିଲା ସଂକ୍ରମଣ, ଦିନକରେ 12751 ନୂଆ ସଂକ୍ରମିତ
India Corona: କମିଲା ସଂକ୍ରମଣ, ଦିନକରେ 12751 ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣରେ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 12,751 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କମିଲା କୋରୋନା ସଂକ୍ରମଣ । ବହୁ ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ତଳକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 12,751 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 12,751 fresh Covid Cases) । ସେହିପରି ଦିନକରେ 42 ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଏବଂ 16,412 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,35,16,074କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ମୁହାଁ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,31,807ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 3.50% କୁ ହ୍ରାସ ପାଇଛି । ଏବେ ସୁଦ୍ଧା ସମୁଦାୟ 5,26,772 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 206 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 31,95,034 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.