ETV Bharat / bharat

Republic Day 2023: ଦେଶ ପାଳୁଛି 74ତମ ସଧାରଣତନ୍ତ୍ର ଦିବସ

author img

By

Published : Jan 26, 2023, 7:21 AM IST

Republic Day 2023
ଦେଶ ପାଳୁଛି 74ତମ ସଧାରଣତନ୍ତ୍ର ଦିବସ

ଆଜି ସାଧାରଣତନ୍ତ୍ର ଦିବସ । 74ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ସଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । 74ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ଏହି ଦିବସକୁ ନେଇ ସବୁଠି ଉତ୍ସାହ । ପ୍ରତିଟି ଭାରତୀୟ ଆଜି ଗର୍ବିତ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଗାଁଠୁ ସହର । ଝଲସୁଛି ସାରା ଦେଶ । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଦିଲ୍ଲୀରୁ ପଲ୍ଲୀ । 1950 ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା, ଯେଉଁଥିରେ ସମସ୍ତ ନାଗରିକ ଭାରତକୁ ଏକ ସମ୍ପୂର୍ଣ୍ଣ ସମାଜବାଦୀ, ଧର୍ମନିରପେକ୍ଷ, ଆର୍ଥିକ, ବିଶ୍ବାସ, ଧର୍ମ ଓ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା, ରାଷ୍ଟ୍ରୀୟ ଅଖଣ୍ଡତା, ଏକତା ପାଇଁ ସଂକଳ୍ପ ନେଇଥିଲେ । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ।

ଏହା ବି ପଢନ୍ତୁ...ଭାରତ ଏବେ ବିଶ୍ୱ ପାଇଁ ପ୍ରେରଣା, ଭାରତୀୟ ହେବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ: ରାଷ୍ଟ୍ରପତି

ପ୍ରତିବର୍ଷ ଦେଶ ଖୁବ୍ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାଏ । ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ସାରା ଦେଶ ଏହି ମହାନ ଦିନକୁ ପାଳନ କରୁଛି । ଦିଲ୍ଲୀରେ ସ୍ବତନ୍ତ୍ର ପରେଡ୍ ଆୟୋଜିତ ହେବ । ପ୍ରତିବର୍ଷ ଏଦି ଦିନରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେଡ୍‌ରେ ବାୟୁ, ସ୍ଥଳ ଓ ନୌସେନା ଯବାନମାନେ ଅଂଶଗ୍ରହଣ କରି ନିଜର ଅଦମ୍ୟ ସାହାସ ପ୍ରଦର୍ଶନ କରିଥାନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିରେ ଝଲକ ପରେଡରେ ପ୍ରଦର୍ଶନ କରାଯାଏ ।

ଏହା ବି ପଢନ୍ତୁ...Padma Awards 2023: 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର, ଓଡିଶାରୁ 4ଜଣଙ୍କୁ ପଦ୍ମଶ୍ରୀ

ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସମାରୋହର ଆୟୋଜନ କରାଯାଇଛି । କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସର ବିଶେଷ ସମାରୋହ ଅନୁଷ୍ଠିତ ହେବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଠାରେ ଯୋଗ ଦେବେ । ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି ମୁଖ୍ୟ ଅତିଥି ଭାବେ ସାଧାରଣତନ୍ତ୍ର ସମାରୋହରେ ସାମିଲ ହେବେ ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.