ETV Bharat / bharat

ଭାରତ ଏବେ ବିଶ୍ୱ ପାଇଁ ପ୍ରେରଣା, ଭାରତୀୟ ହେବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ: ରାଷ୍ଟ୍ରପତି

author img

By

Published : Jan 25, 2023, 8:15 PM IST

74ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । କହିଲେ ଏହା ହେଉଛି ଆତ୍ମବିଶ୍ବାସରେ ଭରା ଯୁବ ଭାରତ । ବିଶ୍ବ ପାଇଁ ଆମେ ଏବେ ପ୍ରେରଣା । ଭାରତୀୟ ହେବା ପ୍ରତ୍ୟେକ ନାଗରିକ ପାଇଁ ଏବେ ଗର୍ବର ବିଷୟ । ସବୁ କ୍ଷେତ୍ରେର ରଖିଲେ ବିକାଶର ଚିତ୍ର । ଅଧିକ ପଢନ୍ତୁ

ଭାରତ ଏବେ ବିଶ୍ବ ପାଇଁ ପ୍ରେରଣା, ଭାରତୀୟ ହେବା ପ୍ରତ୍ୟେକ ନାଗରିକ ପାଇଁ ଏବେ ଗର୍ବର ବିଷୟ
ଭାରତ ଏବେ ବିଶ୍ବ ପାଇଁ ପ୍ରେରଣା, ଭାରତୀୟ ହେବା ପ୍ରତ୍ୟେକ ନାଗରିକ ପାଇଁ ଏବେ ଗର୍ବର ବିଷୟ

ହାଇଦ୍ରାବାଦ: ଭାରତର ଯାତ୍ରା ଏବେ ଅନ୍ୟ କିଛି ରାଷ୍ଟ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ଭାରତ ବିଶ୍ବର ଏକ ଦୃତ ଗତିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ପ୍ରାଚୀନତମ ସଭ୍ୟତା ସହ ଆଧୁନିକ ଗଣତନ୍ତ୍ରର ଜନନୀ । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଭାରତ ଏବେ ଅଗ୍ରଣୀ । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବାର ସମୟ ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି ଉପଲବ୍ଧିର ଚିତ୍ର ବଖାଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘‘ଏହି ଅବସରରେ ସେ ସମସ୍ତ ଦେଶବାସୀ ଓ ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଦେଶର ନାଗରିକ ମିଳିତ ଭାବେ କଣ ହାସଲ କରିବାରେ ସଫଳ ହୋଇଛନ୍ତି ତାହା ହେଉଛି ସାଧାରଣନ୍ତ୍ର ଦିବସ ପାଳନର ମର୍ମ । ଏକାଧିକ ଭାଷା ଓ ଚଳଣିରେ ଭିନ୍ନତା ଆମକୁ ବିଭାଜିତ କରିପାରିନି ବରଂ ଏକତ୍ରୀତ କରିବାର ଅବସର ସୃଷ୍ଟି କରିଛି । ଏହି ଦିନ ଭାରତରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହା ଭାରତର ଏପରି ଏକ ଯାତ୍ରା ଯାହା ବିଶ୍ବର ବହୁ ଦେଶକୁ ପ୍ରେରଣା ଯୋଗାଇଛି । ବର୍ତ୍ତମାନ ଦେଶର ପ୍ରତ୍ୟେକ ଭାରତୀୟ ହେବାର ଗର୍ବ ଅନୁଭବ କରିବାର ଏକ କାରଣ ସୃଷ୍ଟି କରିଛି ।’’

‘‘ଭାରତ ଏକ ପ୍ରାଚୀନତମ ସଭ୍ୟତାର ଦେଶ । କେବଳ ସଭ୍ୟତା ନୁହେଁ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି ମଧ୍ୟ କୁହାଯାଏ । ଏକ ଆଧୁନିକ ଗଣତନ୍ତ୍ର ଆଧାରରେ ଆମେ ଏବେ ବିଶ୍ବରେ ଯୁବ । ସ୍ବାଧୀନତା ପରବର୍ତ୍ତୀ ପ୍ରାରମ୍ଭିକ ସମୟରେ ଆମେ ଅଗଣିତ ଆହ୍ବନର ସାମ୍ନା କରିଛନ୍ତି । ଦୀର୍ଘବର୍ଷ ବିଦେଶୀ ଶାସନ ପରେ ଗରିବି ଓ ନିରକ୍ଷରତା ଭାରତୀୟ ସମାଜରେ ଏକ ବଡ ଆହ୍ବାନ ସୃଷ୍ଟି କରିଥିଲା । ଆମର ଦୃଢ ଇଚ୍ଛାଶକ୍ତି, ପ୍ରତିବଦ୍ଧତା ଓ ଅତ୍ମବିଶ୍ବାସ ଫଳରେ ଆମେ ଆଜି ସବୁକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । ଭାରତ ଏବେ ଆତ୍ମବିଶ୍ବାସରେ ଭରପୁର ଏକ ଦେଶ ଯାହା ବିଶ୍ବ ସମୂଦାୟ ଆଗରେ ମାନବତାର ଭିନ୍ନ ଏକ ପରିଚୟ ସୃଷ୍ଟି କରିବାରେ ଭାରତ ସଫଳ ହୋଇଛି,’’ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଗତବର୍ଷ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିଲା । ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଦକ୍ଷ ନେତୃତ୍ୱ ଏବଂ ପ୍ରଭାବଶାଳୀ ସଂଗ୍ରାମ ଫଳରେ ଆମେ ଶୀଘ୍ର ମାନ୍ଦାବସ୍ଥାରୁ ବାହାରି ବିକାଶ ପଥରେ ଆଗେଇଛୁ । ସେହିପରି ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ଆହ୍ବାନ ପାଲଟିଛି । ଏହା ଆମର ସଭ୍ୟତା ଆଧାରିତ ଜ୍ଞାନକୁ ସମସାମୟିକ ଜୀବନ ସହ ଯୋଡିବାରେ ଏକ ଅବସର ସୃଷ୍ଟି କରିଛି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସଫଳତା ପାଇଁ ଆମେ ଗର୍ବିତ ଅନୁଭବ କରିବାର ଅବସର ପାଇଛୁ । ସେହିପରି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ବିଶ୍ବର ହାତଗଣତି କିଛି ଅଗ୍ରଣୀ ଦେଶ ମଧ୍ୟରୁ ଅନ୍ୟତମ ହୋଇପାରିଛି ।

ନିଜ ସମ୍ବୋଧନରେ ବର୍ତ୍ତମାନର ଉପଲବ୍ଧିକୁ ଦର୍ଶାଇ ରାଷ୍ଟ୍ରପତି ନାରୀଶିକ୍ଷା ଓ ସେମାନଙ୍କର ଆତ୍ମନିର୍ଭରତା ସମ୍ପର୍କରେ କହିଥିଲେ । ମହିଳା ସଶକ୍ତିକରଣର ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି, ‘‘ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଆଉ ସ୍ଲୋଗାନରେ ସମୀତ ହୋଇନାହିଁ । ଆସନ୍ତାକାଲିର ଭାରତରେ ଦେଶର ମହିଳାଙ୍କ ସର୍ବାଧିକ ଅବଦାନ ରହିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସଶକ୍ତିକରଣର ଏହି ଦୃଷ୍ଟିକୋଣ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମେତ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ କାର୍ଯ୍ୟ କରିବାର ଅବସର ଦେଇଛି । ଦେଶର ଆଦିବାସୀ ସମ୍ପ୍ରଦାୟ ପରିବେଶର ସୁରକ୍ଷା ଠାରୁ ଆରମ୍ଭ କରି ସମାଜକୁ ଅଧିକ ଏକତ୍ରୀକରଣ କରିବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସମାଜର ଉଦାହରଣ ପାଲଟିଛି ।"

ସେହିପରି ନିଜ ସମ୍ବୋଧନରେ ରାଷ୍ଟ୍ରପତି ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଜି-20 ସମ୍ମିଳନୀର କଥା ମଧ୍ୟ କହିଛନ୍ତି । ଜି-20 ର ଅଧ୍ୟକ୍ଷତା ଭାରତକୁ ଏକ ଉତ୍ତମ ବିଶ୍ୱ ଗଠନରେ ଯୋଗଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.