ETV Bharat / bharat

HDFC Bankର ବଡ ଧରଣର ଭୁଲ, ୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା କଲା ୧୩ କୋଟି

author img

By

Published : May 30, 2022, 12:39 PM IST

HDFC Bankର ବଡ ଧରଣର ଭୁଲ, ୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା କଲା ୧୩ କୋଟି
HDFC Bankର ବଡ ଧରଣର ଭୁଲ, ୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା କଲା ୧୩ କୋଟି

କିଛି ସମୟ ପାଇଁ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି କିଛି HDFC ବ୍ୟାଙ୍କ ଉପଭୋକ୍ତା । କାରଣ ସେମାନଙ୍କ ଆକାଉଣ୍ଟରେ ଜମା ହୋଇଛି ୧୩ କୋଟି ଟଙ୍କା । କିପରି ଏହା ଘଟିଲା ଜାଣନ୍ତୁ

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇର ଟି ନଗର ବ୍ରାଞ୍ଚରେ ଥିବା ଏଚଡିଏଫସି ବ୍ୟାଙ୍କ(HDFC Bank)ର ମସ୍ତବଡ଼ ଭୁଲ । ଭୁଲବଶତଃ ବ୍ୟାଙ୍କ ୧୦୦ ଜଣ ଉପଭୋକ୍ତାଙ୍କ ଆକାଉଣ୍ଟରେ ୧୩ କୋଟି ଟଙ୍କା ଜମା କରିଛି । ଏହି ଟଙ୍କା ପାଇବା ପରେ ଅନେକ ଗ୍ରାହକ କ୍ରାଇମବ୍ରାଞ୍ଚ ପୋଲିସ ଓ ବ୍ୟାଙ୍କ ଫ୍ରଡ ୟୁନିଟକୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଗ୍ରାହକଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ଏହି ଘଟଣାରେ ତଦନ୍ତ ଚଳାଇଛି ।

୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା ହେଲା ୧୩ କୋଟି
୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା ହେଲା ୧୩ କୋଟି

ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାଥମିକ ଅବସ୍ଥାରେ ଏହି ଭୁଲର କାରଣ ଖୋଜୁଛି । ତେବେ ଏହା ବ୍ୟାଙ୍କ ସର୍ଭର ହ୍ୟାକ୍‌ ହେବା ଦ୍ବାରା ହୋଇଛି, କେହି ବ୍ୟାଙ୍କ ଆକାଉଣ୍ଟକୁ କରିଛି କିମ୍ବା ଏହା କୌଣସି ବ୍ୟାଙ୍କ କର୍ମଚାରୀଙ୍କ ଭୁଲ(manual mistake) ଯୋଗୁଁ ହୋଇଥାଇପାରେ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏହି ଦିଗରେ ବ୍ୟାଙ୍କ ତଦନ୍ତ କରୁଛି । ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି କରିଛି । ତେବେ ମୋଟ ୧୩ କୋଟି ନୁହେଁ, ପ୍ରତିଟି ଉପଭୋକ୍ତାଙ୍କ ଆକାଉଣ୍ଟରେ ୧୩ କୋଟି ଟଙ୍କା ଜମା କରିଛି ବ୍ୟାଙ୍କ ।

୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା ହେଲା ୧୩ କୋଟି
୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା ହେଲା ୧୩ କୋଟି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.