ETV Bharat / bharat

New Parliament: ‘ଲୋକାର୍ପଣ ସମାରୋହକୁ ଯାଇ ନଥିବାରୁ ମୁଁ ଖୁସି’

author img

By

Published : May 28, 2023, 6:05 PM IST

New Parliament: ‘ସଂସଦ ଲୋକାର୍ପଣକୁ ଯାଇନଥିବାରୁ ଖୁସି’
New Parliament: ‘ସଂସଦ ଲୋକାର୍ପଣକୁ ଯାଇନଥିବାରୁ ଖୁସି’

ଶରଦ ପାଓ୍ବାର କହିଲେ, ଯାହା ହେଲା ତାହା ଚିନ୍ତା ସୃଷ୍ଟି କଲା ଭଳି । ଲୋକାର୍ପଣ ସମାରୋହକୁ ନଯାଇ ଖୁସି । ଆମେ ସମାଜକୁ ପଛକୁ ନେଉଥିବା ପରି ଅନୁଭବ ହେଲା । ଅଧିକ ପଢନ୍ତୁ

ମୁମ୍ବାଇ: 19 ବରୋଧୀ ଦଳଙ୍କ ଅନୁପସ୍ଥିତିରେ ବହୁଚର୍ଚ୍ଚିତ ନବନିର୍ମିତ ସଂସଦ ଭବନ ଆଜି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦେଶକୁ ଲୋକାର୍ପିତ ହୋଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇନଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବରିଷ୍ଠ ରାଜନେତା ତଥା ଏନସିପି ମୁଖ୍ୟ ଶରଦ ପାଓ୍ବାର । ତେବେ ସେଠାରେ ଆଜି ଯାହା ହେଲା ତାହା ତାଙ୍କୁ ଚିନ୍ତାରେ ପକାଇଛି । କ’ଣ ଏହି କାର୍ଯ୍ୟକ୍ରମ କେବଳ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବୋଲି ଶରଦ ପ୍ରଶ୍ନ କରିଛନ୍ତି ।

ଶରଦ କହିଛନ୍ତି,"ମୁଁ କାର୍ଯ୍ୟକ୍ରମ ଦେଖିବା ପରେ, ସେଠାରେ ଯାହା ସବୁ ହେଲା ତାହା ପାଇଁ ଚିନ୍ତିତ । ତେଣୁ ସେଠାକୁ ଯାଇନଥିବାରୁ ମୁ ଖୁସି ଅନୁଭବ କରୁଛି । ଆମେ କ’ଣ ଦେଶକୁ ପଛକୁ ନେବାକୁ ପ୍ରୟାସ କରୁଛନ୍ତି କି ? ସେଠାରେ କ’ଣ ଅଳ୍ପ କିଛି ସମୀତ ଲୋକଙ୍କ ପାଇଁ ଏହି ସମାରୋହର ଆୟୋଜନ କରାଯାଇଥିଲା । ସେଠାରେ ଯାହା ହେଲା ତାହା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁଙ୍କ ସାମାଜିକ ଅବଧାରଣାର ସମ୍ପୂର୍ଣ୍ଣ ବିପରୀତ ଧାରା ପରି ଲାଗିଲା ।"

ପଣ୍ଡିତ ନେହେରୁ ସମାଜକୁ ଆଧୁନିକ ବିଜ୍ଞାନ ଦିଗରେ ଅଗ୍ରସର କରିବାକୁ ଚାହୁଁଥିଲେ । ହେଲେ ଆଜି ଯାହା ହେଲା, ତାହା ତାର ସମ୍ପୂର୍ଣ୍ଣ ବିପରୀତ ଧାରା । ଏଠାରେ ଶରଦ ପାରମ୍ପରିକ ଭାବେ ପୂଜାର୍ଚ୍ଚନା, ହୋମ,ଜଜ୍ଞ ଓ ସେଙ୍ଗୋଲ ସ୍ଥାପନ ଆଦି ପ୍ରସଙ୍ଗରେ ନିଜର ପରୋକ୍ଷ ଆପତ୍ତି ଦର୍ଶାଇଛନ୍ତି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର ଆବଶ୍ୟକତା ଥିଲା । ରାଷ୍ଟ୍ରପତି ସମଗ୍ର ସଂସଦର ମୁଖ୍ୟ ଓ ଉପରାଷ୍ଟ୍ରପତି ଉଚ୍ଚ ସଦନ ରାଜ୍ୟସଭାର ମୁଖ୍ୟ ହୋଇଥିଲେ ସୁଦ୍ଧା ଉଭୟ ସେଠାରେ ଉପସ୍ଥିତ ନଥିଲେ । ତେଣୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କିଛି ସୀମିତ ଅତିଥିଙ୍କ ପାଇଁ ଆୟୋଜନ କରାଯାଇଥିବା ପରି ଅନୁଭବ ହେଲା ବୋଲି ଶରଦ କହିଥିଲେ ।

ଶରଦଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ମଧ୍ୟ ମୋଦି ସରକାରକୁ ଟାର୍ଗେଟ କରିବା ସହ ଆଜି ହୋଇଥିବା ଲୋକାର୍ପଣ କାର୍ଯ୍ୟକ୍ରମକୁ ଏକ ଅସମ୍ପୂର୍ଣ୍ଣ ପ୍ରକ୍ରିୟା ବୋଲି କହିଛନ୍ତି । ବିରୋଧୀଙ୍କ ଅନୁପସ୍ଥିତିରେ ଏହି ନୂତନ ସଂସଦ ଭବନକୁ ଲୋକାର୍ପଣ କରାଗଲା । ତାହା କେବଳ ଅସମ୍ପୂର୍ଣ୍ଣ ନୁହେଁ ବରଂ ଏଥିରେ କୌଣସି ଗଣତନ୍ତ୍ର ରହିଲା ନାହିଁ ବୋଲି ସୁପ୍ରିୟା କହିଥିଲେ । କଂଗ୍ରେସ ସମେତ ମୋଟ 19ଟି ରାଜନୈତିକ ଦଳ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ବେଳେ ଶରଦଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟ ଏହି ତାଲିକାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.