ETV Bharat / bharat

ଗୁଜୁରାଟ ଫଳାଫଳ ରାଜନୈତିକ ଚିତ୍ର ବଦଳାଇ ଦେବ: ଅମିତ ଶାହ

author img

By

Published : Dec 26, 2022, 8:29 AM IST

Union Home Minister Amit Shah
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

2024 ଲୋକସଭା ନିର୍ବାଚନରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପ୍ରଭାବ ପଡିବ । ଯାହା ସମୁଦାୟ ରାଜନୈତିକ ଚିତ୍ର ପରିବର୍ତ୍ତନ କରିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଗୁଜୁରାଟ ବିଧାନସଭା ନିର୍ବାଚନ ଓ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘‘ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ 2024 ଲୋକସଭା ନିର୍ବାଚନ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏହା ସମସ୍ତ ରାଜନୈତିକ ଚିତ୍ରକୁ ପରିବର୍ତ୍ତନ କରିଦେବ ।’’ 2022ରେ ଭାଜପା ଐତିହାସିକ ବିଜୟ ଯାହା ଦଳ ନିଜ ରେକର୍ଡ ଭାଙ୍ଗି ଅଧିକ ଆସନ ଜିତିଥିଲା । ଏହାକୁ ନେଇ ଅମିତ ଶାହ କହିଛନ୍ତି ଏହି ଫଳାଫଳ ଗୁଜୁରାଟ ଦଳର ଏକ ଗଡ ବୋଲି ପ୍ରମାଣିତ ହୋଇଛି । ସୁରଟ ସିଟି ଏବଂ ଜିଲ୍ଲା ଭାଜପା ପକ୍ଷରୁ ଆୟୋଜିତ ନବନିର୍ବାଚିତ ବିଧାୟକଙ୍କ ସମ୍ମାନିତ ସମାରୋହରେ ଭିସି ଜରିଆରେ ଯୋଗ ଦେଇ ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି, ''ଏହି ନିର୍ବାଚନ ଅନେକ ଦଳ ଆସିଲା, ଅନେକ ଦାବି କଲେ ଗ୍ୟାରେଣ୍ଟି ଦେଲେ କିନ୍ତୁ ସେହି ଦଳ ଫଳାଫଳ ପରେ ଦଳି ହୋଇଗଲେ । ଏହି ଫଳାଫଳ ପ୍ରମାଣ କରୁଛି କି ଗୁଜୁରାଟବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ସ୍ବାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ବିରାଟ ବିଜୟ ଦେଶକୁ ଏକ ଦୃଢ ବାର୍ତ୍ତା ଦେଇଛି କି ଗୁଜୁରାଟ ବିଜେପିର ଗଡ ରହିଛି ରହିବ ।''

ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହି ବିଜୟ ସମଗ୍ର ଦେଶରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ, ପ୍ରେରଣା ଏବଂ ଉର୍ଜା ଯୋଗାଇଛି । ଏହି ବିଜୟରେ ସମଗ୍ର ରାଜନୈତିକ ଚିତ୍ର ପରିବର୍ତ୍ତନ ହୋଇଯିବ ଏବଂ 2024 ଲୋକସଭା ନିର୍ବାଚନ ଉପରେ ସକରାତ୍ମକ ପ୍ରଭାବ ପକାଇବ । ବିଜୟ ନେଇ ଗୁଜୁରାଟ ଭାଜପା ପ୍ରମୁଖ ସିଆର ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ପାଟିଲଙ୍କ ସହିତ ଅନ୍ୟ ସଦସ୍ୟଙ୍କ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହାସହ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇ ଶାହ କହିଛନ୍ତି, 2022 ବିଧାନସଭା ନିର୍ବାଚନ ରେକର୍ଡ ଭଙ୍ଗ ଫଳାଫଳ କେବଳ ବୁଥ ସ୍ତରରେ ଦଳୀୟ କର୍ମୀଙ୍କ ପାଇଁ ସମ୍ଭବ ହୋଇଛି । ଦେଶ ଓ ଗୁଜୁରାଟ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟତା ହାସଲ କରିଛନ୍ତି । ଏହା କାରଣ ପାଇଁ ଲୋକସଭା ନିର୍ବାଚନରେ ଦୁଇ ଦଇ ଥର 26ରୁ 26 ଆସନରେ ବିଜୟୀ ହେଇଛନ୍ତି । ଗୁଜୁରାଟରେ ବିଜେପି ସମର୍ଥନ ଝଡ ଆଣିଥିଲା । ରାଜ୍ୟ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତ କରିଥିଲେ ଯାହା ଦଳକୁ ଶକ୍ତିଶାଳୀ କରିଥିଲା ।

ଏହା ବି ପଢନ୍ତୁ...Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ପ୍ରକାଶ ଥାଉ କି, ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା । ମୋଟ 182 ଆସନରେ ଡିସେମ୍ବର 1 ଓ 5 ତାରିଖରେ ମତଦାନ ହୋଇଥିଲା । ଡିସେମ୍ବର 8 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । 182 ଆସନରୁ ବିଜେପି 156 ଆସନରେ ବିପୁଳ ବିଜୟ ହାସଲ କରି ରେକର୍ଡ କରିଥିଲା । ଏହି ବିଜୟ ଦଳକୁ 2024 ଲୋକସଭା ନିର୍ବାଚନ ପାଇଁ ଭିଟାମିନ ସଦୃଶ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.