ETV Bharat / bharat

ମାସକୁ ରୋଜଗାର ୪ ହଜାର, ୧ କୋଟି GST ଭରିବାକୁ ଆସିଲା ନୋଟିସ୍‌

author img

By

Published : Jan 6, 2023, 11:13 AM IST

GST notice of crores
GST notice of crores

ସାଇବର କ୍ରାଇମର ଶିକାର ହେଲେ ରାଜସ୍ଥାନର ଯୁବକ । ଅନଲାଇନରେ ଡକ୍ୟୁମେଣ୍ଚ ନେଇ କମ୍ପାନୀ ଖୋଲିବା ପରେ ଯୁବକଙ୍କୁ ଆସିଲା ୧ କୋଟି ଜିଏସଟି ଭରିବାର ନୋଟିସ୍‌ । ଅଧିକ ପଢନ୍ତୁ

ଜୟପୁର: ଦିନ ମଜୁରିଆ ଭାବେ କାମ କରନ୍ତି, ମାସକୁ ରୋଜଗାର କହିଲେ ୪ହଜାର ଟଙ୍କା । କିନ୍ତୁ ଜିଏସଟି ଭରିବାକୁ ଯୁବକଙ୍କୁ ନୋଟିସ ଜାରି କରାଯାଇଛି । ରାଜସ୍ଥାନର ଜଣେ ଯୁବକ ଜଣଙ୍କୁ ହଜାର କି ଦୁଇ ହଜାର ନୁହଁ ବରଂ ୧କୋଟି ୩୯ ଲକ୍ଷ ୭୯ ହଜାର ୪୦୭ଟଙ୍କା ଟିକସ ଭରିବାରୁ ନୋଟିସ୍‌ ଆସିଛି । ନୋଟିସରେ ଯୁବକ ଜଣଙ୍କ ଜିଏସଟି ଭରିବା ବକେୟା ରହିଛି । ଯଦି ଯଥାଶୀଘ୍ର ଜିଏସଟି ନ ଭରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି । ରିଡୱା ଗାଁର ନରପତରାମ ମେଘଓ୍ବାଲଙ୍କୁ ଦିଲ୍ଲୀ ଆୟକର ବିଭାଗ ଏହି ନୋଟିସ ଜାରି କରିଛି । ତେବେ ମାସିକ ରୋଜଗାର କମ ଥିଲେ ବି ଏତେ ମାତ୍ରାରେ କିପରି ଜିଏସି ଭରିବାକୁ ନୋଟିସ ଆସିଛି ସେନେଇ ଆଶ୍ଚର୍ଯ୍ୟ ହୋଇଥିଲେ ଯୁବକ ଜଣଙ୍କ ।

ରୋଜଗାର ୪ ହଜାର କିନ୍ତୁ ଜିଏସଟି ଆସିଛି ଏକ କୋଟି: ନରପତରାମ କହିଛନ୍ତି ଯେ,'' ମୁଁ ମାସକୁ ୪୦୦୦ ଟଙ୍କା ରୋଜଗାର କରେ । ମୋ ବାପା ଚାଷ କରି ଘର ଚଳାନ୍ତି । ଏଭଳି ପରିସ୍ଥିତିରେ ମୋତେ ଆୟୁକ୍ତ ବିଭାଗ ପକ୍ଷରୁ ଯେତେବେଳେ ଡିଏସଟି ଭରିବାକୁ ନୋଟିସ ଆସିଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହାପରେ ମୋର ମନେ ପଡିଲା ମାସକ ତଳେ ମୋତେ ଏକ କଲ ଆସିଥିଲା । କେହି ଜଣେ ମୋବାଇଲକୁ ଫୋନ କରି ଆଧାର କାର୍ଡ, ପ୍ୟାନ ନମ୍ବର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ମାଗିଥିଲେ । OTP ମଧ୍ୟ ପଚରାଯାଇଥିଲା, ମୁଁ ମଧ୍ୟ ଦେଇ ଦେଇଥିଲି । ମୋତେ କିନ୍ତୁ ଜଣା ନଥିବା ମୋତେ ଜିଏସଟି ଭରିବା ପାଇଁ ନୋଟିସ ଆସିବ । ମୋ ଡକ୍ୟୁମେଣ୍ଟ ନେଇ ମୋତେ ଫୋନ କରିଥିବା ବ୍ୟକ୍ତି ଏପରି କରିଥାଇ ପାରନ୍ତି ବୋଲି ମୁଁ ସନ୍ଦେହ କରୁଛି । ''

ଯୁବକଙ୍କ ନାମରେ ଦିଲ୍ଲୀରେ କମ୍ପାନୀ: ଜିଏସଟି ନୋଟିସ୍‌ ଆଧାରରେ ନରପତରାମଙ୍କ ଡକ୍ୟୁମେଣ୍ଟ ଆଧାରରେ ଦିଲ୍ଲୀରେ ଜଣେ ବ୍ୟକ୍ତି ଏକ କମ୍ପାନୀ କରିଛନ୍ତି । ଯାହା ଫଳରେ କମ୍ପାନୀର ଜିଏସଟି ନରପତରାମଙ୍କୁ ଆସିଛି । ୨୯ ଡିସେମ୍ବର ୨୦୨୨ରେ, ଜିଏସଟି ଦେବାକୁ ନୋଟିସ ଜାରି କରାଯାଇଥିଲା । ଦିଲ୍ଲୀ ଉତ୍ତରର ଜିଏସଟି ବିଭାଗର ଯୁବକଙ୍କୁ ନୋଟିସ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ ଯୁବକଙ୍କ ପ୍ୟାନ କାର୍ଡ ଏବଂ ଆଧାର କାର୍ଡରେ ଏକ କମ୍ପାନୀର ପଞ୍ଜୀକରଣ କରାଯାଇଛି । ଯାହାର ଜିଏସିଟି ଏବେ ଦେବାକୁ ପଡିବ । ଜିଏସଟି ଭରିବା ପାଇଁ ନୋଟିସ୍‌ ପାଇବା ପରେ ଯୁବକ ଏବଂ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.