ETV Bharat / bharat

‘2024ରେ 40ରୁ 40 ଆସନ ଦିଅ, ଦଙ୍ଗାକାରୀଙ୍କୁ ଓଲଟା ଲଟକାଇ ଦେବୁ’

author img

By

Published : Apr 2, 2023, 7:36 PM IST

2024 ରେ 40 ରୁ 40 ଆସନ ଦିଅ, ଦଙ୍ଗାକାରୀଙ୍କୁ ଓଲଟା ଲଟକାଇ ଦେବୁ
2024 ରେ 40 ରୁ 40 ଆସନ ଦିଅ, ଦଙ୍ଗାକାରୀଙ୍କୁ ଓଲଟା ଲଟକାଇ ଦେବୁ

ବିହାରରେ ହିଂସା ନେଇ ନୀତିଶ ସରକାର ଉପରେ ବର୍ଷିଲେ ଶାହ । କହିଲେ ଲୋକେ ମହାଗଠବନ୍ଧନ ସରକାରକୁ ଓପାଡି ଫିଙ୍ଗିବାକୁ ସ୍ଥିର କରିଛନ୍ତି । ବିଜେପି ସମସ୍ତ 40 ଆସନରେ ଜିତିଲେ ଦଙ୍ଗାକାରୀଙ୍କୁ ମୁଁହତୋଡ ଜବାବ ମିଳିବ । ଅଧିକ ପଢନ୍ତୁ

ପାଟନା: ‘2024 ନିର୍ବାଚନରେ 40ରୁ 40 ଆସନ ଭାରତୀୟ ଜନତା ପାର୍ଟିକୁ ଦିଅ, ଦଙ୍ଗାକାରୀଙ୍କୁ ଓଲଟା ଲଟକାଇ ଦେବୁ’ । ବିହାରରେ ଜାରି ରହିଥିବା ହିଂସା ସ୍ଥିତି ମଧ୍ୟରେ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି । ଶାହ କହିଛନ୍ତି, ବିହାରରେ ଲୋକେ ମହାଗଠବନ୍ଧନ ସରକାରକୁ କ୍ଷମତାରୁ ଓପାଡି ଫିଙ୍ଗି ଦେବେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଯଦି 2024 ସାଧାରଣ ନିର୍ବାଚନରେ ବିହାରବାସୀ ସମସ୍ତ 40 ଆସନରେ ଭାରତୀୟ ଜନତା ପାର୍ଟିକୁ ଜିତାନ୍ତେ, ତେହାଲେ ଏ ଦଙ୍ଗାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦିଆଯିବା ନେଇ ଶାହ କହିଛନ୍ତି ।

ଦୁଇ ଦିନିଆ ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆଜି (ରବିବାର) ନଓ୍ବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଲାଗି ରହିଥିବା ହିଂସା ସ୍ଥିତିକୁ ନେଇ ନୀତିଶ କୁମାର ନେତୃତ୍ବାଧୀନ ମହାମେଣ୍ଟ ସରକାର ଉପରେ ବର୍ଷିଛନ୍ତି । ନୀତିଶଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି । ଏବେ ବିହାରରେ କେବଳ କମଲ ଖେଳିବ ବୋଲି ଶାହ କହିଛନ୍ତି । ସେହିପରି ବିହାର ରାଜନୈତିକ ସମୀକରଣ ନେଇ ଶାହ କହିଛନ୍ତି, ଯଦି କାହାକୁ ଲାଗୁଥାଏ ନିର୍ବାଚନ ଫଳାଫଳ ଆସିବା ପରେ ଯେଡିୟୁ ପୁଣି ଥରେ ଏନଡିଏରେ ସହଯୋଗୀ ଭାବେ ପ୍ରବେଶ କରିବ, ତେବେ ସେ ଏହା ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ, ଯେଡିୟୁ ପାଇଁ ବିଜେପି ଓ ଏନଡିଏର ସମସ୍ତ ଦ୍ବାର ବନ୍ଦ ହୋଇସାରିଛି ବୋଲି ଶାହ କହିଛନ୍ତି ।

ବିହାରରେ ଜେଡିୟୁ-ଆରଜେଡି ସହଯୋଗୀ ଶାସକ ମେଣ୍ଟକୁ ଟାର୍ଗେଟ କରି ଶାହା କହିଛନ୍ତି, "2024 ଲୋକସଭା ନିର୍ବାଚନ ପରେ ଏହି ସରକାର ପତନ ହେବ ଏବଂ ବିଜେପି ସରକାର ଗଠନ କରିବ । ଲାଲୁଙ୍କ ଦଳ ଆରଜେଡି ଜଙ୍ଗଲରାଜର ଦଳ । ଏହି ଦଳ ସରକାରରେ ସହଯୋଗୀ ଭାବେ ରହିଛି । ଏପରି ସରକାର କଣ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସକ୍ଷମ ? କ୍ଷମତା ଲୋଭରେ ନୀତିଶ କୁମାର ଲାଲୁଙ୍କ କୋଳରେ ବସିଗଲେ । ହେଲେ ଚଳିତଥର ବିହାରରେ ମହାମେଣ୍ଟ ସରକାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.