ETV Bharat / bharat

ସୁପ୍ରିମକୋର୍ଟର ୪ ବିଚାରପତି କୋରୋନା ପଜିଟିଭ

author img

By

Published : Jan 9, 2022, 8:27 AM IST

ସୁପ୍ରିମକୋର୍ଟର ୪ ବିଚାରପତି କୋରୋନା ପଜିଟିଭ
ସୁପ୍ରିମକୋର୍ଟର ୪ ବିଚାରପତି କୋରୋନା ପଜିଟିଭ

ସୁପ୍ରିମକୋର୍ଟରେ ପଶିଲା ଭୂତାଣୁ । ଉଚ୍ଚତମ ନ୍ୟାୟଳୟର ୪ ବିଚାରପତି କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ମାଡୁଛି ମହାମାରୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ, ଡାକ୍ତର ଏବଂ ନେତାମନ୍ତ୍ରୀ ଯାଏଁ ସମସ୍ତେ କୋରୋନା କବଳରେ । ଏବେ ସୁପ୍ରିମକୋର୍ଟରେ ମଧ୍ୟ ପଶିଛି ଭୂତାଣୁ । ସୁପ୍ରିମକୋର୍ଟର ୪ ବିଚାରପତି କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି ।

ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଲୀରେ କୋରୋନା ସଂକ୍ରମଣ ସାଙ୍ଘାତିକ ରହିଛି । ସଂକ୍ରମଣ ରୋକିବାକୁ ବ୍ୟାପକ ସଚେତନତା ଓ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଲମ୍ବ ଡିଆଁ ମାରି ଚାଲିଛି ଭାଇରସ । ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୦ ତାରିଖରୁ ସୁପ୍ରିମକୋର୍ଟରେ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରିବା ପାଇଁ ନିଷ୍ପତ୍ତି ହୋଇଛି । କେବଳ ନୂତନ ମାମଲା, ଜାମିନ ସମ୍ବନ୍ଧୀୟ ମାମଲା ଏବଂ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ଚାଲୁ ରହିବ । ବମ୍ବେ ହାଇକୋର୍ଟ, ଉତ୍ତରାଖଣ୍ଡ ହାଇକୋର୍ଟ, ଆହ୍ଲାବାଦ ଏବଂ କୋଲକାତା ହାଇକୋର୍ଟରେ ମଧ୍ୟ କିଛି ବିଚାରପତି ଏବଂ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.