ETV Bharat / bharat

ଅମରିନ୍ଦର ସିଂହ ହୋଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ

author img

By

Published : Jan 28, 2023, 7:55 AM IST

Amarinder Singh likely to be Maharashtra Governor
ଅମରିନ୍ଦର ସିଂହ ହୋଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ

କ୍ୟାପଟେନ ଅମରିନ୍ଦର ସିଂହ ହୋଇପାରନ୍ତି ମହାରାଷ୍ଟ୍ର ପରବର୍ତ୍ତୀ ରାଜ୍ୟପାଳ । ଅଧିକ ପଢନ୍ତୁ

ମୁମ୍ବାଇ: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହୋଇପାରନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସ୍ଥାନ ନେଇପାରନ୍ତି ଅମରିନ୍ଦର । ଏଭଳି ଏକ ପ୍ରସ୍ତାବ ଉପରେ ବିଜେପି ନେତୃବୃନ୍ଦ ସହମତ ପ୍ରକାଶ କରିଥିବା କୁହାଯାଉଛି । ତେଣୁ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବା ନେଇ ସମ୍ଭାବନା ରହିଛି ।

ପ୍ରଥମେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଇସ୍ତଫା ଦେବା ପାଇଁ ଗତ ଜାନୁଆରୀ 23 ତାରିଖରେ ଇଚ୍ଛା ପ୍ରକାଶ କରିଥିଲେ । ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହାର ମାତ୍ର 5 ଦିନ ପରେ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ର ରାଜ୍ୟପାଳ ହେବା ନେଇ ଖବର ଆସିଛି । ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ 2021ରେ କଂଗ୍ରେସ ଛାଡିଥିଲେ । ଏହାପରେ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରିଥିଲେ । 2022 ସେପ୍ଟେମ୍ବରରେ ତାଙ୍କ ଦଳକୁ ବିଜେପିରେ ମିଶ୍ରଣ କରିଥିଲେ । ବର୍ତ୍ତମାନ ସେ ମହାରାଷ୍ଟ୍ର ନୂଆ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । କଳ୍ପନାଜଳ୍ପନା ହେଉଥିଲେ ମଧ୍ୟ ଆନୁଷ୍ଠାନିକ ଭବେ କୌଣସି ସୂଚନା ମିଳି ନଥିବା କହିଛନ୍ତି ଅମରିନ୍ଦରଙ୍କ ନିକଟତର ଲୋକ । ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାପଟେନଙ୍କର ଭଲ ସମ୍ପର୍କ ରହିଛି । ତେଣୁ ସେ ମହାରାଷ୍ଟ୍ର ରାଜ୍ୟପାଳ ହେବା ନେଇ ଅଧିକ ସମ୍ଭାବନା ରହିଛି ।

ବିଜେପି ଅମରିନ୍ଦର ସଂହଙ୍କୁ 83 ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପୂର୍ବରୁ ସମାଲି କରି ସାରିଛି । କ୍ୟାପଟେନଙ୍କୁ ରାଜ୍ୟପାଳ କରାଯିବା ପ୍ରଶ୍ନରେ ପଞ୍ଜାବ ବିଜେପି ଅଧ୍ୟକ୍ଷ ଅଶ୍ବିନୀ ଶର୍ମା କହିଛନ୍ତି, ମୋତେ ଏ ସମ୍ପର୍କରେ କିଛି ଜଣାନାହିଁ । ଏପଟେ କ୍ୟାପଟେନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ସେବେ ଜୋର ଧରିଛି ଯେବେ ଗୃହମନ୍ତ୍ରୀ ଅମିତ ଶାହ 29 ଜାନୁଆରୀରେ ହେବାକୁ ଥିବା ପଟିଆଲ ରାଲି ରଦ୍ଦ କରି ଦେଲେ । ଏହି ରାଲିରେ ପଞ୍ଜାବରେ ଭାଜପା ଲୋକସଭା ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ ହେବାକୁ ଥିଲା । ରାଲିର କମାଣ କ୍ୟାପଟେନଙ୍କ ଉପରେ ଥିଲା ।

ଏହା ବି ପଢନ୍ତୁ...ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ ! ଦାୟିତ୍ବରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ

ପ୍ରକାଶ ଥାଉ କି, 2019 ସେପ୍ଟେମ୍ବରରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ କୋଶିୟାରୀଙ୍କୁ ନିଯୁକ୍ତି ମିଳିଥିଲା । ମାତ୍ର ତିନି ବର୍ଷ କାର୍ଯ୍ୟକାଳରେ ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ପରିସରକୁ ଆସିଥିଲେ କୋଶିୟାରୀ । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଶ୍ରେଷ୍ଠ ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ଆଦର୍ଶ (ଓଲ୍ଡ ଆଇକନ) କହି ମହାରାଷ୍ଟ୍ରବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ କୋଶିୟାରୀ । ଏହାପରେ ତାଙ୍କୁ ହଟାଇବା ପାଇଁ ଦାବି ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.