ETV Bharat / bharat

ପୁନେରେ ଘନ କୁହୁଡି, ମୁମ୍ବାଇକୁ ଡାଇର୍ଭଟ ହେଲା ବିମାନ

author img

By ETV Bharat Odisha Team

Published : Dec 8, 2023, 10:16 AM IST

low visibility at Pune airport
low visibility at Pune airport

ପୁନେରେ କମ ଦୃଶ୍ୟମାନ ହେତୁ ମୁମ୍ବାଇକୁ ଡାଇର୍ଭଟ ହେଲା ଦୁଇ ବିମାନ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ପୁନେରେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଲାନି ଗତିପଥ । ମୁମ୍ବାଇକୁ ଡାଇର୍ଭଟ ହେଲା ଦୁଇ ବିମାନ । ଦିଲ୍ଲୀରୁ ପୁନେକୁ ଉଡାଣ କରିଥିବା ବିମାନ ମୁମ୍ବାଇରେ ଅବତରଣ କରିଛି । ଗୁରୁବାର ସକାଳ ସମୟେ ଇଣ୍ଡିଗୋ ଓ ଭିସ୍ତାରା ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା । ଏନେଇ ବିମାନ ବନ୍ଦର ପକ୍ଷରୁ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଘନ କୁହୁଡି ଯୋଗୁଁ ଭିଜିବିଲିଟି 50 ମିଟରରୁ କମ ରହିଛି, ଯେଉଁଥିପାଇଁ ପୁନେକୁ ଆସୁଥିବା ଦୁଇଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ 5ଟି ବିମାନ ବିଳମ୍ବରେ ଅବତରଣ କରିଥିଲା । ସେହିପରି ପୁନେରୁ ଅନ୍ୟ ସ୍ଥାନରୁ 8ଟି ବିମାନ ଉଡାଣରେ ବିଳମ୍ବ ମଧ୍ୟ ହୋଇଛି । ଯାହାକୁ ନେଇ ଯାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ କୁଆପଥର ବର୍ଷା, ବଦଳିଲା 16 ବିମାନର ଗତିପଥ

ପୁନେ ବିମାନ ବନ୍ଦର ତରଫରୁ କୁହାଯାଇଛି ଯେ, ଖରାପ ପାଗ ଓ କମ ଦୃଶ୍ୟମାନ ହେତୁ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାତ୍ରୀ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜଣେ ଯାତ୍ରୀ ଅଭିଯୋଗ କରିଥିଲେ ଯେ, ପୁନେରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ କରିବାକୁ ଥିବା ଇଣ୍ଡିଗୋ ବିମାନ ବିଳମ୍ବ ହୋଇଛି । ଯାହା ଫଳରେ ବିମାନରେ ଏକ ଘଣ୍ଟା ହେବ ମୁଁ ବସିଛି । ବର୍ତ୍ତମାନ ଖାଇବାର ସମୟ । କିନ୍ତୁ ବିମାନରେ କେବଳ ଆମକୁ ଚା' ଦିଆଯାଇଛି । ଏଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ ବୋଲି ଜଣେ ଯାତ୍ରୀ ଟ୍ବିଟ କରି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ଯାତ୍ରୀଙ୍କୁ ହୃଦଘାତ; କରାଚିରେ ଅବତରଣ କଲା ସ୍ପାଇସଜେଟ ବିମାନ

ଏହାର ଉତ୍ତରରେ ଏୟାରଲାଇନ୍ସ ତରଫରୁ କୁହାଯାଇଥିଲା, "ପୁନେରେ ପାଗ ଖରାପ ହେତୁ ବିମାନ ଉଡାଣରେ ସାମାନ୍ୟ ବିଳମ୍ବ ହୋଇଛି । ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ପାଗ ଅନୁକୁଳ ନରହିଲେ ବିମାନ ଉଡ଼ାଣ ହୋଇପାରିବ ନାହିଁ। ସେଥି ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।" ଗତ ନଭେମ୍ବର 28 ତାରିଖରେ ଦିଲ୍ଲୀରେ ବର୍ଷା ଯୋଗୁଁ 16ଟି ବିମାନର ଗତି ପରିବର୍ତ୍ତନ ହୋଇଥିଲା । ରାଜଧାନୀ ଦିଲ୍ଲୀ ବଦଳରେ ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ ଓ ଅମୃତସରରେ ଅବତରଣ କରିଥିଲା 16 ବିମାନ । 10ଟି ବିମାନ ଜୟପୁରରେ ଓ ତିନୋଟି ଲକ୍ଷ୍ନୌରେ, ଗୋଟିଏ ଅହମ୍ମଦାବାଦ ଏବଂ ଦୁଇଟି ଅମୃତସରକୁ ଡାଇଭର୍ଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.