ETV Bharat / bharat

ଦିଲ୍ଲୀରେ କୁଆପଥର ବର୍ଷା, ବଦଳିଲା 16 ବିମାନର ଗତିପଥ

author img

By ETV Bharat Odisha Team

Published : Nov 28, 2023, 7:40 AM IST

16 flights diverted due to bad weather
ଦିଲ୍ଲୀରେ 16 ବିମାନର ଗତିପଥ ପରିବର୍ତ୍ତନ

ସୋମବାର ସନ୍ଧ୍ୟାରେ ବର୍ଷା ହେବାରୁ ବଦଳିଲା ଦିଲ୍ଲୀ ଆସୁଥିବା 16 ବିମାନର ଗତିପଥ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ବଦଳିଲା ପାଗ । ସୋମବାର ସନ୍ଧ୍ୟାରେ ଜାତୀୟ ରାଜଧାନୀରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀ ଆସୁଥିବା 16ଟି ବିମାନର ଗତିପଥ ବଦଳିଛି । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ ଓ ଅମୃତସରରେ ଅବତରଣ କରିଛି 16 ବିମାନ । 10ଟି ବିମାନ ଜୟପୁରରେ ଅବତରଣ କରିଥିବା ବେଳେ ତିନୋଟି ଲକ୍ଷ୍ନୌରେ, ଗୋଟିଏ ଅହମ୍ମଦାବାଦ ଏବଂ ଦୁଇଟି ଅମୃତସରକୁ ଡାଇଭର୍ଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଦିଲ୍ଲୀରେ ବଦଳିଲା ପାଗ, ଜୟପୁର-ଅହମ୍ମଦାବାଦ-ଲକ୍ଷ୍ନୌକୁ ଡାଇର୍ଭଟ ହେଲା 13 ବିମାନ

ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, 5ଟି ଏୟାର ଇଣ୍ଡିଆ ବିମାନକୁ ଡାଇଭର୍ଟ କରାଯାଇଛି । ସେଥିମଧ୍ୟରୁ ସିଡନୀରୁ ଆସୁଥିବା ଏକ ବିମାନ ଜୟପୁରରେ ଅବତରଣ କରିଥିଲା । ସୋମବାର ସନ୍ଧ୍ୟାରେ ସବୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଦିଲ୍ଲୀର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା 16ଟି ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅନ୍ୟ ରାଜ୍ୟର ଚାରୋଟି ବିମାନ ବନ୍ଦରରେ ଅବତରଣ କରିଥିଲା । ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନପାରିବାରୁ ଯାତ୍ରୀମାନେ ବ୍ୟସ୍ତ ହୋଇପଡିଥିଲେ । ତେବେ ଦି

ଲ୍ଲୀରେ ବର୍ଷା ପରେ ବାୟୁ ଗୁଣାବତ୍ତାରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଦିଲ୍ଲୀରେ ବିଗିଡିଲା ପାଗ, 10 ଘଣ୍ଟା ବିଳମ୍ବରେ ଉଡାଣ ଭରିଲା ଏୟାର ଇଣ୍ଡିଆ ବିମାନ

ଗତ ଅକ୍ଟୋବର 17 ତାରିଖରେ ଦିଲ୍ଲୀରେ ପାଗ ଖରାପ ରହିଥିବାରୁ 13ଟି ବିମାନର ଦିଗ ପରିବର୍ତ୍ତନ ହୋଇଥିଲା । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁର, ଅହମ୍ମଦାବାଦ ଏବଂ ଲକ୍ଷ୍ନୌରେ ଅବତରଣ କରିଥିଲା ବିମାନ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବେଗ ଅଧିକ ରହିଥିବାରୁ ଦିଲ୍ଲୀ ଆସୁଥିବା 13ଟି ବିମାନକୁ ଡାଇଭର୍ଟ କରାଯାଇଥିଲା । ଗତ ମେ' 27 ତାରିଖରେ ଦିଲ୍ଲୀରୁ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁରରେ ଅବତରଣ କରିଥିଲା ଚାରୋଟି ବିମାନ । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ସେପ୍ଟେମ୍ବର 17 ତାରିଖରେ ଦିଲ୍ଲୀରେ ଖରାପ ପାଗ ଯୋଗୁଁ ଏୟାର ଇଣ୍ଡିଆ ବିମାନ ବିଳମ୍ବରେ ଉଡାଣ ଭରିଥିଲା । ମୁମ୍ବାଇରୁ ଲକ୍ଷ୍ନୌ ଉଡାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ 10 ଘଣ୍ଟା ବିଳମ୍ବରେ ଉଡାଣ କରିଥିଲା । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.