ETV Bharat / bharat

ଦିଲ୍ଲୀରେ ବଦଳିଲା ପାଗ, ଜୟପୁର-ଅହମ୍ମଦାବାଦ-ଲକ୍ଷ୍ନୌକୁ ଡାଇର୍ଭଟ ହେଲା 13 ବିମାନ

author img

By ETV Bharat Odisha Team

Published : Oct 17, 2023, 10:50 AM IST

flights diverted Delhi airport to Jaipur
flights diverted Delhi airport to Jaipur

ଦିଲ୍ଲୀରେ ଖରାପ ପାଗ ଯୋଗୁଁ 13ଟି ବିମାନର ଗତି ପରିବର୍ତ୍ତନ । ଜୟପୁର, ଅହମ୍ମଦାବାଦ ଏବଂ ଲକ୍ଷ୍ନୌରେ ଅବତରଣ କଲା ବିମାନ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଖରାପ ପାଣିପାଗ ଯୋଗୁଁ ବଦଳିଲା ଦିଲ୍ଲୀ ଆସୁଥିବା ବିମାନର ଗତିପଥ । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁର, ଅହମ୍ମଦାବାଦ ଏବଂ ଲକ୍ଷ୍ନୌରେ ଅବତରଣ କଲା 13 ବିମାନ । ସୋମବାର ସନ୍ଧ୍ୟା 7ଟାରୁ 11ଟା ମଧ୍ୟରେ ଏହି ସବୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀରୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା 13ଟି ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅନ୍ୟ ରାଜ୍ୟର ତିନୋଟି ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ଏହି 13 ବିମାନ କେଉଁଠାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । 13ଟି ବିମାନ ଖରାପ ପାଗ ଯୋଗୁଁ ଦିଲ୍ଲୀରେ ଅବତରଣ କରି ପାରିନଥିଲା । ଜୟପୁର, ଅହମ୍ମଦାବାଦ ଏବଂ ଲକ୍ଷ୍ନୌରେ ଅବତରଣ କରିବାରୁ ଯାତ୍ରୀମାନେ ମଧ୍ୟ ବ୍ୟସ୍ଥ ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ହଠାତ୍‌ ପାଗ ହେଲା ଖରାପ, ରାସ୍ତା ଭୁଲି ପାକିସ୍ତାନରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଗତ ମେ' 27 ତାରିଖରେ ଦିଲ୍ଲୀରେ ପାଗ ଖରାପ ଥିବାରୁ ଏଠାକୁ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁରରେ ଅବତରଣ କରିଥିଲା ଚାରୋଟି ବିମାନ । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । କିଛି ଦିନ ତଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମେଡିକାଲ ଏମର୍ଜେନ୍ସି ପାଇଁ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରିଥିଲା। ଦୁବାଇରୁ ଅମୃତସର ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ କରାଚିରେ ଜୁରୁରୀ ଅବତରଣ କରିଥିଲା। ଉଡନ୍ତା ବିମାନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯିବାରୁ ପାଇଲଟ୍‌ ବିମାନକୁ କରାଚିରେ ଅବତରଣ କରିଥିଲେ । ପରେ ଅସୁସ୍ଥ ଯାତ୍ରୀ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ, ପାକିସ୍ତାନରେ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଜୁନ୍‌ ମାସରେ ଖରାପ ପାଗ ଯୋଗୁଁପାକିସ୍ତାନର ବାୟୁସୀମାରେ ପ୍ରବେଶ କରିଥିଲା ଶ୍ରୀନଗରରୁ ଜମ୍ମୁ କାଶ୍ମୀରକୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ଫ୍ଲାଇଟ । ପଞ୍ଜାବର ଅମୃତସରକୁ ବିମାନକୁ ଡାଇଭର୍ଟ କରାଯାଇଥିବା ବେଳେ କିଛି ସମୟ ପାଇଁ ଏହା ପାକିସ୍ତାନରେ ଘୁରି ବୁଲିଥିଲା । ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଉଭୟ ଦେଶରେ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ଇଣ୍ଡିଗୋ ବିମାନ ଅମୃତସରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.