ETV Bharat / bharat

ହଠାତ୍‌ ପାଗ ହେଲା ଖରାପ, ରାସ୍ତା ଭୁଲି ପାକିସ୍ତାନରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

author img

By

Published : Jun 26, 2023, 10:38 AM IST

Indigo Flight Enter Pakistan Airspace
Indigo Flight Enter Pakistan Airspace

ପାକିସ୍ତାନର ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ । ଖରାପ ପାଗ ଯୋଗୁଁ ଅମୃତସରରେ କଲା ଅବତରଣ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପୁଣି ଥରେ ପାକିସ୍ତାନରେ ପ୍ରବେଶ କଲା ଇଣ୍ଡିଗୋ ବିମାନ । ଖରାପ ପାଗ ଯୋଗୁଁ ରବିବାର ପାକିସ୍ତାନର ବାୟୁସୀମାରେ ପ୍ରବେଶ କରିଥିଲା ଶ୍ରୀନଗରରୁ ଜମ୍ମୁ କାଶ୍ମୀରକୁ ଉଡାଣ ଭରିଥିବା ଇଣ୍ଡିଗୋ ଫ୍ଲାଇଟ । ପଞ୍ଜାବର ଅମୃତସରକୁ ବିମାନକୁ ଡାଇଭର୍ଟ କରାଯାଇଥିବା ବେଳେ କିଛି ସମୟ ପାଇଁ ଏହା ପାକିସ୍ତାନରେ ଘୁରି ବୁଲିଥିଲା ।

ଏନେଇ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଗୋ 6e-2124 ବିମାନ ଜମ୍ମୁ କାଶ୍ମୀରରେ ଅବତରଣ କରିବାକୁ ଥିବା ବେଳେ ଖରାପ ପାଗ ଯୋଗୁଁ ଅମୃତସରକୁ ଡାଇଭର୍ଟ କରାଯାଇଥିଲା । କିନ୍ତୁ କିଛି ସମୟ ପାଇଁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିଥିଲା ଇଣ୍ଡିଗୋ ବିମାନ । ସେଠାରେ 5 ମିନିଟ ପର୍ଯ୍ୟନ୍ତ ଘୁରିବୁଲି ଥିଲା । ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଉଭୟ ଦେଶରେ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନଟି ଶ୍ରୀନଗରରୁ ଉଡାଣ ଆରମ୍ଭ କରିଥିବା ବେଳେ ଜମ୍ମୁ କାଶ୍ମୀରରେ ଅବତରଣ କରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ବିମାନଟିକୁ ଅମୃତସରକୁ ଡାଇଭର୍ଟ କରାଯାଇଥିଲା । ପାକିସ୍ତାନର ଆକାଶରେ କିଛି ସମୟ ପାଇଁ ପ୍ରବେଶ କରିଥିଲା ବିମାନ । ଏହାପରେ ଇଣ୍ଡିଗୋ ବିମାନ ଅମୃତସରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ବିମାନଟିରେ କେତେ ଜଣ ଯାତ୍ରୀ ଥିଲେ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଖରାପ ପାଗ ଯୋଗୁଁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଦ୍ବିତୀୟ ଥର ପାଇଁ ଏପରି ଘଟଣା ସାମ୍ନାକୁ ଆସିଛି । ଗତ 11 ତାରିଖରେ ଖରାପ ପାଗ ଯୋଗୁଁ ପାକିସ୍ତାନର ବାୟୁସୀମାରେ ପ୍ରବେଶ କରିଥିଲା ଇଣ୍ଡିଗୋ ବିମାନ । ପଞ୍ଜାବର ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନଟି ଖରାପ ପାଗ କାରଣରୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିଥିଲା । କିନ୍ତୁ ପାକିସ୍ତାନର କୌଣସି ବିମାନ ବନ୍ଦରରେ ବିମାନଟି ଅବତରଣ କରିନଥିଲା । 30 ମିନିଟ ପାକିସ୍ତାନ ବାୟୁସୀମାରେ ଉଡାଣ କରିବା ପରେ ଏହା ପୁଣି ଭାରତୀୟ ବାୟୁ ସୀମାକୁ ଫେରିଆସିଥିବା ସହ ଅହମ୍ମଦାବାଦ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଗତ ଜୁନ 4 ତାରିଖରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ପ୍ରବଳ ବର୍ଷା କାରଣରୁ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ମସ୍କଟରୁ ଏହି ବିମାନ ଲହୋର ଆସୁଥିବା ବେଳେ ପ୍ରବଳ ବର୍ଷା କାରଣରୁ ଲ୍ୟାଣ୍ଡ କରିପାରିନଥିଲା । ଫଳରେ ଭାରତୀୟ ଆକାଶରେ ପ୍ରାୟ 10 ମିନିଟ ଉଡାଣ ଭରିବା ପରେ ପାକିସ୍ତାନ ବିମାନଟି ଲାହୋର ବିମାନ ବନ୍ଦରରେ ଅବତରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.