ETV Bharat / bharat

ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର ହୋଇପାରିବ ନାହିଁ ଋଢିବାଦୀ ଶବ୍ଦ, ‘ହ୍ୟାଣ୍ଡବୁକ’ ଉନ୍ମୋଚିତ

author img

By

Published : Aug 16, 2023, 5:04 PM IST

ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର ହୋଇପାରିବ ନାହିଁ ଋଢୁବାଦୀ ଶବ୍ଦ
ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର ହୋଇପାରିବ ନାହିଁ ଋଢୁବାଦୀ ଶବ୍ଦ

ମହିଳାଙ୍କ ପ୍ରତି କୋର୍ଟ ପ୍ରକ୍ରିୟାରେ ଋଢିବାଦୀ ଶବ୍ଦର ବ୍ୟବହାରକୁ ବ୍ୟାନ କଲେ ସର୍ବୋଚ୍ଚ କୋର୍ଟ । ଆସିଲା ଋଢିବାଦୀ ଶବ୍ଦର ବିକଳ୍ପ ଶବ୍ଦାବଳୀ ‘ହ୍ୟାଣ୍ଡବୁକ’ ଉନ୍ମୋଚନ କଲେ ପ୍ରଧାନ ବିଚାରପତି । ସମସ୍ତ ବିଚାରପତି ଓ ଆଇନଜୀବୀ କରିବେ ଅନୁପାଳନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନ୍ୟାୟିକ ପ୍ରକ୍ରିୟାରେ ଲିଙ୍ଗଗତ ସମ୍ବଦନଶୀଳତା ପ୍ରସଙ୍ଗରେ ବଡ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସର୍ବୋଚ୍ଚ କୋର୍ଟ । ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପାଇଁ ଆଉ ବ୍ୟବହାର ହେବ ନାହିଁ ପୂର୍ବ ପ୍ରଚଳିତ ଋଢିବାଦୀ ଶବ୍ଦ । ଏହି ଆପତ୍ତିଜନକ ତଥା ସମାଜରେ ଋଢିବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରୁଥିବା ଶବ୍ଦ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ବିକଳ୍ପ ଶବ୍ଦ ବ୍ୟବହାର କରିବାପାଇଁ ସର୍ବୋଚ୍ଚ କୋର୍ଟ ଏକ ‘ହ୍ୟାଣ୍ଡବୁକ’ ଉନ୍ମୋଚନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଆଜି ସର୍ବୋଚ୍ଚ କୋର୍ଟ ପରିସରରେ ଏହି ହ୍ୟାଣ୍ଡବୁକ ଉନ୍ମୋଚନ କରିଛନ୍ତି । ସମଗ୍ର ନ୍ୟାୟିକ ପ୍ରକ୍ରିୟାରେ ଏହି ନୂତନ ଶବ୍ଦାବଳୀକୁ ଅନୁସରଣ କରାଯିବ । କୋର୍ଟ କାର୍ଯ୍ୟ, ମାମଲାର ଦଲିଲ୍‌ ପ୍ରସ୍ତୁତି, ଶୁଣାଣି ବେଳେ ତର୍କ ଓ ରାୟ ପ୍ରକାଶ ସମୟରେ ଏହି ନିୟମାବଳୀକୁ ବିଚାରପତି ଓ ଆଇନଜୀବୀମାନେ ଅନୁସରଣ କରିବେ ।

ଏହି ହ୍ୟାଣ୍ଡବୁକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଚନ୍ଦ୍ରଡୂଡ କହିଛନ୍ତି, ପୂର୍ବରୁ କୋର୍ଟ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର କରାଯାଉଥିବା ଏକାଧିକ ଆପତ୍ତିଜନକ ତଥା ଋଢିବାଦୀ ଶବ୍ଦକୁ ଏହି ନୂତନ ଶବ୍ଦାବଳୀ ମାଧ୍ୟମରେ ସଂଶୋଧନ କରାଯାଉଛି । ଏଥିରେ ସେହି ସବୁ ଶବ୍ଦର ବିକଳ୍ପ ଶବ୍ଦ ରହିଛି । ଏହି ହ୍ୟାଣ୍ଡବୁକକୁ ସର୍ବୋଚ୍ଚ କୋର୍ଟଙ୍କ ଅଫିସିଆଲ ଓ୍ବେବସାଇଟରେ ମଧ୍ୟ ଅପଲୋଡ କରାଯାଇଛି । ଏହା ସହ ଏହାକୁ ମସସ୍ତ ବିଚାରପତିଙ୍କ ନିକଟକୁ ମଧ୍ୟ ପଠାଯିବ । କେଉଁ ସବୁ ନିର୍ଦ୍ଦିଷ୍ଟ ଶବ୍ଦ ମହିଳାଙ୍କ ପ୍ରତି ସାମାଜିକ ଋଢିବାଦୀ ଚିନ୍ତାଧାରାକୁ ଅଧିକ ପ୍ରତ୍ସାହିତ କରୁଛି ଓ ସେସବୁକୁ କିପରି ବ୍ୟବହାରରୁ ବାଦ ଦେଇହେବ, ତାହା ଏହି ହ୍ଯାଣ୍ଡବୁକରେ ଉଲ୍ଲେଖ ରହିଛି । ଏହା ସମସ୍ତ ବିଚାରପତି ଓ ଆଇନଜୀବୀଙ୍କ କ୍ଷେତ୍ରରେ ବ୍ୟବହାର କରିବା ବାଧ୍ୟତାମୂଳକ ହେବ ।

ଏହା ମଧ୍ୟ ପଢନ୍ତୁ:- ବଦଳିଲା ନେହେରୁ ମେମୋରିଆଲ ନାମ, ଏଣିକି ଏହି ନାମରେ ହେବ ଜଣାଶୁଣା

ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ଏହି ହ୍ୟାଣ୍ଡବୁକ ଲାଗୁ କରିବା ଅର୍ଥ ଏହା ନୁହେଁ ଯେ, ପୂର୍ବରୁ କୋର୍ଟରେ ଏସବୁ ଶବ୍ଦର ବ୍ୟବହାରକୁ ସମାଲୋଚନା କରିବା । ଏହା ଏଥିପାଇଁ କାର୍ଯ୍ୟକାରୀ କରିବାକୁ ପଡିଛି ଯେ, ଆମକୁ ଅଜ୍ଞାତରେ ମଧ୍ୟ ଏପରି ଶବ୍ଦର ବ୍ୟବହାରକୁ ରୋକିବାର ଆବଶ୍ଯକତା ରହିଛି । ବିଶେଷ ଭାବେ ମହିଳାଙ୍କ କ୍ଷେତ୍ରରେ ଏହି ସବୁ ଶବ୍ଦ ସାମାଜିକ ଋଢିବାଦୀ ଚିନ୍ତାଧାରାକୁ ଅଧିକ ବଢାଉଛି । ନ୍ୟାୟିକ ପ୍ରକ୍ରିୟାରେ ଏହାକୁ ବାଦ ଦେବାର ଆବଶ୍ୟକତା ଦୃଷ୍ଟିରୁ ଏହି ବିକଳ୍ପ ଶବ୍ଦାବଳୀ ବା ହ୍ୟାଣ୍ଡବୁକ ଅଣାଯାଇଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.