ETV Bharat / bharat

କୋମଳମତି ବୟସରେ ଅପରାଧିକ ମାନସିକତା: 9ମ ଶ୍ରେଣୀ ଛାତ୍ର ବ୍ୟାଗରୁ ବାହାରିଲା ଦେଶୀ ବନ୍ଧୁକ

author img

By ETV Bharat Odisha Team

Published : Jan 3, 2024, 10:37 PM IST

କୋମଳମତି ବୟସରେ ଅପରାଧିକ ମାନସିକତା: 9ମ ଶ୍ରେଣୀ ଛାତ୍ର ବ୍ୟାଗରୁ ବାହାରିଲା ଦେଶୀ ବନ୍ଧୁକ
କୋମଳମତି ବୟସରେ ଅପରାଧିକ ମାନସିକତା: 9ମ ଶ୍ରେଣୀ ଛାତ୍ର ବ୍ୟାଗରୁ ବାହାରିଲା ଦେଶୀ ବନ୍ଧୁକ

Firearms found in bag of Class IX student : ପଶ୍ଚିମବଙ୍ଗରେ 9ମ ଶ୍ରେଣୀ ଛାତ୍ର ବ୍ୟାଗରୁ ବାହାରିଲା ଦେଶୀ ବନ୍ଧୁକ । ସ୍କୁଲର ଭୟର ବାତାବରଣ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

କୋଲକାତା: କୋମଳମତି ବଷୟରେ ହିଂସକ ମାନସିକତା । ସ୍କୁଲ ଛାତ୍ରଙ୍କ ବ୍ୟାଗରୁ ଜବତ ହେଲା ଦେଶୀ ବନ୍ଧୁକ ଓ ଗୁଳି । ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ଦକ୍ଷିଣ-ଦିନାଜପୁର ଜିଲ୍ଲାର ବଂଶୀହାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ସ୍କୁଲରେ ସାମ୍ନାକୁ ଆସିଛି । ଜଣେ 9ମ ଶ୍ରେଣୀର ଛାତ୍ରର ବ୍ୟାଗରୁ ଏହି ମାରଣାସ୍ତ୍ର ଜବତ କରାଯିବା ପରେ ସ୍କୁଲ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍‌ ପହଞ୍ଚି ସମ୍ପୃକ୍ତ ଛାତ୍ରଙ୍କୁ ହେପାଜତକୁ ନେବା ସହ ମାରଣାସ୍ତ୍ରକୁ ମଧ୍ୟ ଜବତ କରିଛି । ତେବେ ଏହି ଛାତ୍ରଜଣକ କେଉଁଠୁ ଦେଶୀ ବନ୍ଧୁକ ପାଇଲେ ଓ ସ୍କୁଲକୁ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ, ତାହା ସ୍ପଷ୍ଟ ହୋଇନି । ସ୍କୁଲ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ଅଭିଭାବକ ନିଜ ପିଲାଙ୍କୁ ସ୍କୁଲରୁ ମଧ୍ୟ ନେଇଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପଥରଘାଟ ଏରିଆରେ ଥିବା ସୁଦର୍ଶନ ହାଇସ୍କୁଲରୁ ଫୋନ ପାଇବା ପରେ ସେମାନେ କ୍ୟାମ୍ପସରେ ପହଞ୍ଚିଥିଲେ । ଜଣେ 9ମ ଶ୍ରେଣୀ ଛାତ୍ରଙ୍କଠାରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ସମ୍ପୃକ୍ତ ଛାତ୍ରକୁ ଥାନାକୁ ଅଣାଯାଇଛି । ତାର ଅଭିଭାବକଙ୍କୁ ପୋଲିସ ଥାନାକୁ ଡାକି ଜେରା କରିଛି ପୋଲିସ । ତେବେ ଏପରି ଘଟଣା ପରେ କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲରୁ ନେଇଯାଇଥିଲେ । ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସେମାନେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି, ସେହି ଆଧାରରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 511 ରେ ପହଞ୍ଚିଲା ନୂଆ ଭ୍ଯାରିଏଣ୍ଟ ସଂକ୍ରମଣ: 24 ଘଣ୍ଟାରେ 5 ମୃତ

ତେବେ ଛାତ୍ରଙ୍କ ମଧ୍ୟରେ ହିଂସକ ଘଟଣା ସମ୍ପର୍କିତ ମାମଲା ଅନ୍ୟ କିଛି ରାଜ୍ୟରେ ଦେଖିବାକୁ ମିଳିଛି । ମନସ୍ତତ୍ବବିତଙ୍କ କହିବା ଅନୁସାରେ, ପିଲାମାନେ କୋମଳମତି ବୟସରେ ଭିଡିଓଗେମ ଓ ଅନଲାଇନ ଗେମରେ ଅଭ୍ୟସ୍ତ ହୋଇ ଏପରି ମାନସିକତାର ଶିକାର ହେଉଛନ୍ତି । ଯାହା ସେମାନଙ୍କ ପାଇଁ ଅତି ଚିନ୍ତାର ବିଷୟ । ହେଲେ ପଶ୍ଚିମବଙ୍ଗ ମାମଲାରେ ଉକ୍ତ ଛାତ୍ର ନିକଟକୁ ବନ୍ଧୁକ କେଉଁଠୁ ଆସିଲା, ତାହା ଏବେ ପୋଲିସ ତଦନ୍ତର ସବୁଠୁ ବଡ ଦିଗ ହୋଇଛି । ସମ୍ପୃକ୍ତ ଛାତ୍ରକୁ ଥାନାରେ ଜେରା କରାଯାଉଛି । ତାର ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ପୋଲିସ ସୂଚନା ସଂଗ୍ରହ କରୁଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.