ETV Bharat / bharat

511 ରେ ପହଞ୍ଚିଲା ନୂଆ ଭ୍ଯାରିଏଣ୍ଟ ସଂକ୍ରମଣ: 24 ଘଣ୍ଟାରେ 5 ମୃତ

author img

By ETV Bharat Odisha Team

Published : Jan 3, 2024, 7:46 PM IST

511 ରେ ପହଞ୍ଚିଲା ନୂଆ ଭ୍ଯାରିଏଣ୍ଟ ସଂକ୍ରମଣ: ମୋଟ ସଂକ୍ରମିତ 4,440
511 ରେ ପହଞ୍ଚିଲା ନୂଆ ଭ୍ଯାରିଏଣ୍ଟ ସଂକ୍ରମଣ: ମୋଟ ସଂକ୍ରମିତ 4,440

COVID surge: ନୂଆ ଭ୍ୟାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା 511 କୁ ବୃଦ୍ଧି । କେରଳକୁ ପଛରେ ଛାଡ଼ିଲା କର୍ଣ୍ଣାଟକ । 24 ଘଣ୍ଟାରେ 5 ସଂକ୍ରମିତ ମୃତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗତ 24 ଘଣ୍ଟାରେ ଦେଶରେ ମୋଟ 602 ଜଣ କୋଭିଡରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ନୂଆ ସବ-ଭ୍ଯାରିଏଣ୍ଟ ଜେଏନ.1 ସଂକ୍ରମିତ ମଧ୍ୟ ରହିଛନ୍ତି । ନୂଆ ଭ୍ୟାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା 511ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ 4,440 କୁ ବୃଦ୍ଧି ପାଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 5 କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ମୃତକଙ୍କ ମଧ୍ୟରେ କେରଳରୁ 2 ଜଣ ଥିବାବେଳେ କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁରୁ ଜଣେ ଲେଖାଏଁ ମୃତକ ରହିଛନ୍ତି । ମୃତକମାନେ ପୂର୍ବରୁ ଏକାଧିକ ରୋଗରେ ପୀଡିତ ଥିଲେ । ସେମାନଙ୍କ ମଧ୍ୟରେ ବୟସାଧିକ ମଧ୍ୟ ରହିଛନ୍ତି । କୋଭିଡରେ ସଂକ୍ରମିତ ହେବା ପରେ ସେମାନଙ୍କ ଅବସ୍ଥା ଜଟିଳ ହୋଇପଡିଥିଲା । ସେହିପରି ଆଜିକୁ ମିଶାଇ ନୂଆ ସବ-ଭ୍ଯାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା 511 କୁ ବୃଦ୍ଧି ପାଇଛି । ଆଜିର ସଂକ୍ରମଣ ସହ କେରଳକୁ ପଛରେ ପକାଇଛି କର୍ଣ୍ଣାଟକ । ରାଜ୍ୟରେ ମୋଟ 199 ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି କେରଳରେ 148 ଆକ୍ରାନ୍ତ, ଗୋଆରେ 47, ଗୁଜୁରାଟରେ 36, ମହାରାଷ୍ଟ୍ରରେ 32, ତାମିଲନାଡୁରେ 26, ଦିଲ୍ଲୀରେ 15, ରାଜସ୍ଥାନରେ 4, ତେଲେଙ୍ଗାନାରେ 2 ଆକ୍ରାନ୍ତ ଥିବା ବେଳେ ହରିୟାଣା ଓ ଓଡିଶାରୁ ଜଣେ ଲେଖାଏଁ ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ED ରେ ହାଜର ହେଲେନି କେଜ୍ରିଓ୍ବାଲ: କହିଲେ 'ବ୍ୟସ୍ତ ଅଛି, ଜେରା ପାଇଁ ପଠାନ୍ତୁ ଲିଖିତ ପ୍ରଶ୍ନ'

4 ବର୍ଷରେ ସଂକ୍ରମିତ ହୋଇଛନ୍ତି ସାଢେ 4 କୋଟି, 5 ଲକ୍ଷ ମୃତ

2020 ମସିହା ପ୍ରାରମ୍ଭରେ କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିଲା । ପ୍ରଥମ ଲହରରେ ଦୈନିକ ସଂକ୍ରମଣ ହାର ସର୍ବାଧିକ ରେକର୍ଡ କରିଥିଲା । ଗୋଷ୍ଠୀ ସଂକ୍ରମଣର ଶୀର୍ଷ ସମୟରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଥିଲା । ତେବେ ସଂକ୍ରମଣ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଗତ 4 ବର୍ଷ ମଧ୍ୟରେ ମୋଟ ସାଢେ 4 କୋଟି ଲୋକେ ସଂକ୍ରମିତ ହେବା ସହ ମୋଟ 5 ଲକ୍ଷ 30 ହଜାରରୁ ଅଧିକ ସଂକ୍ରମିିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଅନୁଯାୟୀ ମହାମାରୀ ଆରମ୍ଭରୁ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4.4 କୋଟିରୁ ଅଧିକ । ଏହି ସଂଖ୍ୟା ସହ ଦେଶରେ ସାମଗ୍ରିକ ସୁସ୍ଥ ହାର 98.81 ପ୍ରତିଶତ ରହିଛି । ମନ୍ତ୍ରଣାଳୟ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 220.67 କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.