ETV Bharat / bharat

ବନ୍ଦ ହେବନି କୃଷି ଆଇନ ବିରୋଧୀ ଆନ୍ଦୋଳନ: ରାକେଶ ଟିକାୟତ

author img

By

Published : May 2, 2021, 11:02 PM IST

ବନ୍ଦ ହେବନି କୃଷି ଆଇନ ବିରୋଧୀ ଆନ୍ଦୋଳ: ରାକେଶ ଟିକାୟତ
ବନ୍ଦ ହେବନି କୃଷି ଆଇନ ବିରୋଧୀ ଆନ୍ଦୋଳ: ରାକେଶ ଟିକାୟତ

ଦେଶରେ ଦେଖାଯାଇଥିବା କୋରୋନା ସଂକ୍ରମଣ ମଧ୍ୟରେ ମଧ୍ୟ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିବା ନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଚଣ୍ଡିଗଡ: ଦେଶରେ ଦେଖାଯାଇଥିବା କୋରୋନା ସଂକ୍ରମଣ ମଧ୍ୟରେ ମଧ୍ୟ ଦେଶରେ ଜାରି ରହିବ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ବିରୋଧ ଓ ଆନ୍ଦୋଳନ । ଏନେଇ ଭାରତୀୟ କିଶାନ ୟୁନିୟନର ନେତା ତଥା ମୁଖ୍ୟ ମୁଖପାତ୍ର ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଇଟିଭି ଭାରତକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏପରି ସୂଚନା ଦେଇଥିବା ଦେଖିବାକୁ ମିଳିଛି ।

ସରକାର ଯେପର୍ଯ୍ୟନ୍ତ କଳା କୃଷି ଆଇନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ କୃଷକ ଆନ୍ଦୋଳନକୁ ସ୍ଥଗିତ କରାଯିବ ନାହିଁ ବୋଲି କହିଛନ୍ତି ରାକେଶ । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଦେଶରେ ଦେଖାଯାଇଥିବା ମହାମାରୀ ସ୍ଥିତିରେ ହରିୟାଣାର ମନ୍ତ୍ରୀ ଅନିଲ ବିଜ କୃଷକ ମାନଙ୍କ ସୁରକ୍ଷା ଓ ନିରପତ୍ତା ବାବଦରେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ସେ ବିବାଦୀୟ କଳା କୃଷି ଆଇନର ପୁନଃ ବିଚାର ଓ ପ୍ରତ୍ୟାହାର ସମ୍ପର୍କରେ ଆଗ୍ରହ ଦେଖାନ୍ତୁ ବୋଲି ରାକେଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.