ETV Bharat / bharat

TOP NEWS AT 9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 20, 2022, 9:20 PM IST

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ: ବିଜେପି

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

୨.ବରଗଡ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ଯୁବକଙ୍କ ମୃତ୍ୟୁର କାରଣ ବନିଲା ପାୱାରକଟ୍‌

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା କାରଣରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଦୁର୍ଘଟଣାରେ ଗୁରୁତର ହୋଇ ହୋଇଥିଲେ ଭର୍ତ୍ତି ।

୩.Padmapur bypoll: ପ୍ରଦୀପଙ୍କ ପାଇଁ ଭୋଟ ଭିକ୍ଷା କଲେ ବିରୋଧୀ ଦଳ ନେତା ଜୟନାରାୟଣ

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର । ଏନେଇ ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପ୍ରସାର ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

୪.ଋତୁସ୍ରାବ ଓ ଅନ୍ଧ ବିଶ୍ୱାସ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଓଡ଼ିଆ ବୋହୁ ବା ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ । ଋତୁସ୍ରାବ ସମ୍ପର୍କରେ ବିନ୍ଦୁଜା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ।

୫.Indian Panorama: ଗୋଆରେ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ହେବ ଓଡ଼ିଆ ଫିଲ୍ମ ପ୍ରତୀକ୍ଷା

ଜଣାଶୁଣା ସିନେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ବ୍ୟାନରରେ ଆସୁଛି ଓଡ଼ିଆ ସିନେମା ପ୍ରତୀକ୍ଷା । ଆସନ୍ତା ଦୁଇ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଏହି ଓଡ଼ିଆ ଚଳଚ୍ଚିତ୍ର ।

୬.ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କୁ ସମନ୍ କଲା ED, ଏଣ୍ଡଭର ଲିଙ୍କରେ ହାଜର ହେବେ ନେତା !

ଅର୍ଚ୍ଚନା ମାମଲାରେ ଅଧିକ ତଦନ୍ତ ପାଇଁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଓ ବହୁ ହାଇ ପ୍ରଫାଇଲ ନେତାଙ୍କ ସମେତ ୧୫ ଜଣଙ୍କୁ ସମନ କରିଛି ଇଡି ।

୭.ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

ଜିଦରେ ଅଟଳ ଅଙ୍ଗନବାଡ଼ି କର୍ମୀ । ସରକାରଙ୍କ ନୋଟିସ୍ ପରେ ବି ସୋମବାର ଆନ୍ଦୋଳନକୁ ଓହ୍ଲାଇବେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ୍ ।

୮.ଆମେରିକାରେ ସମଲିଙ୍ଗୀ କ୍ଲବରେ ଗୁଳିମାଡ: 5 ମୃତ, ଅନେକ ଆହତ

ଆମେରିକାର କୋଲୋରାଡୋରେ ଏକ ସମଲିଙ୍ଗୀ ନାଇଟକ୍ଲବରେ ଆତତାୟୀର ଗୁଳିକାଣ୍ଡ । 5 ମୃତ 18 ଆହତ ସୂଚନା । କାରଣ ଅସ୍ପଷ୍ଟ ।

୯.62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା, ଜାରି ହେଲା ଟେଣ୍ଡର

62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା । ଦୁଇଟି ମୋଡରେ ହେବ ଟେଣ୍ଡର ପ୍ରକ୍ରିୟା । 15,000 ଜ୍ୟାକେଟ୍ ଜରୁରୀକାଳୀନ ଭିତ୍ତିରେ କ୍ରୟ କରିବାକୁ ଲକ୍ଷ୍ୟ ।

୧୦.FIFA World Cup 2022: ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି

ବିଶ୍ବର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ବକପ ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.