ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

author img

By

Published : Nov 20, 2022, 5:18 PM IST

Updated : Nov 20, 2022, 5:35 PM IST

ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

ଜିଦରେ ଅଟଳ ଅଙ୍ଗନବାଡ଼ି କର୍ମୀ । ସରକାରଙ୍କ ନୋଟିସ୍ ପରେ ବି ସୋମବାର ଆନ୍ଦୋଳନକୁ ଓହ୍ଲାଇବେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ୍ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜିଦ୍‌ରେ ଅଟଳ ଅଙ୍ଗନବାଡ଼ି କର୍ମୀ( Anganwadi workers protest demanding over various issue )। ସରକାରଙ୍କ ନୋଟିସ୍ ପରେ ବି ଆସନ୍ତାକାଲି (ସୋମବାର) ଆନ୍ଦୋଳନକୁ ଓହ୍ଲାଇବେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ୍ । ଏନେଇ ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀ କରିବେ ବିଶାଳ ରାଲି (Anganwadi workers protest demanding) । ଯେଉଁଥିରେ ପାଖାପାଖି 30 ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହେବେ । ହେଲେ ଆନ୍ଦୋଳନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାର ପୂର୍ବରୁ ନୋଟିସ ବି ଦେଇଛନ୍ତି । କିନ୍ତୁ ସରକାରଙ୍କର ଏହି ନିର୍ଦ୍ଦେଶକୁ ଖାତିର କରିନାହାଁନ୍ତି ଅଙ୍ଗନବାଡ଼ି କର୍ମୀ ।

ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

ତେବେ ଦୀର୍ଘଦିନ ଧରି କରିଥିବା ଆନ୍ଦୋଳନର ଯେ ପର୍ଯ୍ୟନ୍ତ ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଚାଲିବ ବୋଲି ସଂଘ କହିଛି । ଏହି ଅଙ୍ଗନବାଡ଼ି କର୍ମୀଙ୍କ ମୁଖ୍ୟ ଦାବି ହେଉଛି 2018-19ରେ ଯେଉଁ 6ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ବାହାର କରି ଦେଇଥିଲେ ସରକାର ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଅନ୍ତୁ । ସମସ୍ତଙ୍କୁ ସରକାରୀ ମାନ୍ୟତା ଦିଆଯାଉ । ଯଦି ସରକାରୀ ମାନ୍ୟତା ନଦିଆଯାଉଛି ତେବେ ବିଧିବଦ୍ଧ ଭାବରେ 18 ହଜାର ଟଙ୍କା କର୍ମୀମାନଙ୍କୁ ଏବଂ ସହାୟିକାଙ୍କୁ 9ହଜାର ଟଙ୍କା ଦିଆଯାଉ ।

ଯେତେବେଳେ ଅବସର ନେଉଛନ୍ତି କୌଣସି ଅଙ୍ଗନବାଡ଼ି କର୍ମୀ ତେବେ ସେମାନଙ୍କୁ 5 ଲକ୍ଷ୍ୟ ଟଙ୍କା ଦେବା ସହିତ ପ୍ରତି ମାସରେ 5 ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି (Anganwadi workers )। ଯେଉଁଠାରେ ମିନି ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ସେମାନଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ସରକାର ନିଯୁକ୍ତି କରାନ୍ତୁ । ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ । ଏହାସହ ସେମାନଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଉ ବୋଲି କହିଛନ୍ତି ।

ଯେଉଁ ପ୍ରକାରରେ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ନିୟମ କରିଛନ୍ତି, ତାକୁ ନେଇ ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ସରକାର ଚାକିରି ନେବା କଥା ନିଅନ୍ତୁ, ଆକ୍ସନ ନେବା କଥା ନିଅନ୍ତୁ । ଶେଷରେ ସମସ୍ତେ ଆନ୍ଦୋଳନ କରିବା ସହ ପାଖାପାଖି 1 ଲକ୍ଷରୁ ଊର୍ଦ୍ଧ୍ବ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ସଂଘ (Anganwadi workers) । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 20, 2022, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.