FIFA World Cup 2022: ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି

author img

By

Published : Nov 20, 2022, 6:54 PM IST

Updated : Nov 20, 2022, 7:14 PM IST

ଫିଫା ବିଶ୍ବକପ ୨୦୨୨ : ଓପନିଂ ସେରିମନୀରେ ଯୋଗ ଦେବେ ଉପରାଷ୍ଟ୍ରପତି

ବିଶ୍ବର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ବକପ ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫିଫା ବିଶ୍ବକପ ୨୦୨୨ ଉଦଘାଟନୀ ସମାରୋହରେ ଯୋଗ ଦେବେ ଉପରାଷ୍ଟ୍ରପତି । ଆଜିର ଏହି ମହାକୁମ୍ଭ ଉଦଘାଟନୀ ସମାରୋହରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ ଜଗଦୀପ ଧନକଡ । ଏନେଇ ସେ ଆଜି ସକାଳେ କତାର ଅଭିମୁଖେ ଗସ୍ତ କରିଛନ୍ତି । କତାରରେ ଆଜିଠାରୁ ଆରମ୍ଭ ହେଉଛି ପିଫା ବିଶ୍ବକପ ୨୦୨୨ । ଏହି ଫୁଟବଲ ମହାକୁମ୍ଭ ୨୦ ନଭେମ୍ବରରୁ ୨୦୨୨ରୁ ୧୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏନେଇ ଫୁଟବଲ ପ୍ରେମୀଙ୍କଠାରେ ଉତ୍କଣ୍ଠା ଖେଳିଯାଇଛି ।

ବିଶ୍ବର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ବକପ ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ । କତାରର ଶାସକ ଅମିର ଶେଖ ତମିମ ବିନ୍ ହମଦ ଅଲି ଥାନିଙ୍କ ନିମନ୍ତ୍ରଣ ଅନୁଯାୟୀ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଉପରାଷ୍ଟ୍ରପତି କତାର ଗସ୍ତରେ ରହିବେ । ସେ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏହାର ଉଦଘାଟନୀ ସମାରୋହ ପାଳନ କରାଯିବ । ଏହି ଓପନିଂ ସେରିମନି ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।

କିଏ ହେବ ବିଶ୍ବ ବିଜେତା ସେ ନେଇ ବିଶ୍ବର ୩୨ ଟିମ୍ ମଧ୍ୟରେ ହେବ କଡା ଟକ୍କର । ଷ୍ଟାଡିୟମରେ ଫ୍ୟାନ୍ସ ନିଜ ଦଳକୁ ଚିୟର ଅପ୍ କରିବେ । ପ୍ରତିଦ୍ବନ୍ଦୀ ଦଳକୁ ମାତ୍ ଦେଇ ନିଜ ଦେଶର ବିଜୟ ପାଇଁ ପ୍ରାର୍ଥନା କରିବେ ପ୍ରଶଂସକ । ଏହି ୩୨ ଟିମକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଦଳକୁ ସ୍ଥାନ ଦିଆଯାଇଛି । ଏଥିରେ 64ଟି ମ୍ୟାଚ୍ ୮ଟି ଷ୍ଟାଡିୟମରେ ଖେଳାଯିବ । ବିଶେଷ କରି ଏହି ମହାକୁମ୍ଭରେ ବିଶ୍ବର ଦୁଇ ଲୋକପ୍ରିୟ ଖେଳାଳି ଲିଓନେଲ୍‌ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଉପରେ ରହିବ ।

Last Updated :Nov 20, 2022, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.