ETV Bharat / bharat

ଆଜି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ଇଡି: ଆପ୍ ମନ୍ତ୍ରୀ

author img

By ETV Bharat Odisha Team

Published : Jan 4, 2024, 7:20 AM IST

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା
Delhi CM Arvind Kejriwal

Delhi liquor case: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିପାରେ ଇଡି । ଟ୍ବିଟ୍ କରି ଏପରି ଆଶଙ୍କା ପ୍ରକାଶ କଲେ ଦିଲ୍ଲୀର ଆଇନ ଓ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ ପରେ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶି ଏବଂ ସୌରଭ ଭରଦ୍ବାଜ । ବାରମ୍ବାର ସମନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଇଡିରେ ହାଜର ନହେବାରୁ ତାଙ୍କୁ ଆଜି ଗିରଫ କରିବାର ସମ୍ଭାବନା ରହିଥିବା ଦିଲ୍ଲୀ ସରକାରଙ୍କ ଉଭୟ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।

  • News coming in that ED is going to raid @ArvindKejriwal’s residence tmrw morning. Arrest likely.

    — Atishi (@AtishiAAP) January 3, 2024 " class="align-text-top noRightClick twitterSection" data=" ">

ଆପ୍ ନେତା ତଥା ଦିଲ୍ଲୀର ଆଇନ ତଥା ପିଡବ୍ଲୁଡି ମନ୍ତ୍ରୀ ଆତିଶି କହିଛନ୍ତି ଯେ, ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଇଡି ଚଢାଉ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ସମ୍ଭାବନା ମଧ୍ୟ ରହିଛି । ଆତିଶିଙ୍କ ଏହି ପୋଷ୍ଟର କିଛି ମିନିଟ ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ମଧ୍ୟ ଏକ୍ସରେ ଟ୍ବିଟ କରି କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ସମ୍ଭାବନା ରହିଥିବା କହିଥିଲେ । ସେ ଟ୍ବିଟ କରି କହିଥିଲେ ଯେ, ଶୁଣିବାକୁ ମିଳୁଛି ଗୁରୁବାର ସକାଳେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ-ED ରେ ହାଜର ହେଲେନି କେଜ୍ରିଓ୍ବାଲ: କହିଲେ 'ବ୍ୟସ୍ତ ଅଛି, ଜେରା ପାଇଁ ପଠାନ୍ତୁ ଲିଖିତ ପ୍ରଶ୍ନ'

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତୃତୀୟ ଥର ପାଇଁ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଥିଲା ଇଡି । ବୁଧବାର ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ରାଜ୍ୟସଭା ନିର୍ବାଚନ ଓ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ସେ ଇଡିରେ ହାଜର ହୋଇନଥିବା ତଦନ୍ତକାରୀ ସଂସ୍ଥାକୁ ଚିଠି ଲେଖି ଜଣାଇଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କଠାରୁ ଚାହୁଁଥିବା ମାମଲା ସହ ସମ୍ପର୍କିତ ପ୍ରଶ୍ନ ଲିଖିତ ଭାବେ ପଠାଇ ପାରିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ କେଜ୍ରିଓ୍ବାଲ । ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପୂର୍ବରୁ ଦୁଇଥର ସମନ ଜାରି କରାଯାଇଥିଲା । ନଭେମ୍ବର 2 ଓ ଡିସେମ୍ବର 21ରେ ତାଙ୍କୁ ଇଡିରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ବିଭିନ୍ନ କାରଣ ଦର୍ଶାଇ ଜେରା ପାଇଁ ହାଜର ହୋଇନଥିଲେ । ତୃତୀୟ ସମନରେ ମଧ୍ୟ ତାଙ୍କୁ ବୁଧବାର ହାଜର ହେବା ପାଇଁ ତଦନ୍ତକାରୀ ସଂସ୍ଥା ଡାକିଥିଲା । କିନ୍ତୁ ସେ ଚିଠି ଲେଖି ହାଜର ନହେବାର କାରଣ ସହ ପ୍ରଶ୍ନାବଳୀ ଲିଖିତରେ ପଠାଇବାକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.