ETV Bharat / bharat

ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା 3.5

author img

By ETV Bharat Odisha Team

Published : Nov 20, 2023, 8:49 AM IST

ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର
ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ସକାଳୁ ସକାଳ ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ରର ହିଙ୍ଗୋଳି ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 3.5 ଥିବା ରେକର୍ଡ କରାଯାଇଛି । ଆଜି(ସୋମବାର) ଭାରତୀୟ ସମୟ ସକାଳ ୫.୦୯ ମିନିଟରେ ମହାରାଷ୍ଟ୍ରର ହିଙ୍ଗୋଳିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ- 4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ

ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । କେହି କିଛି ବୁଝିବା ଆଗରୁ ହଠାତ୍ ଭୂମିକମ୍ପ ଫଳରେ ଆତଙ୍କିତ ହୋଇ ପଡ଼ିଥିଲେ । କିଛି ଲୋକ ଭୟରେ ଘର ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ଭୂକମ୍ପର ଗଭୀରତା ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୧୯.୪୧ ରହିଥିବା ବେଳେ ଏହାର ଦ୍ରାଘିମା ୭୭.୩୪ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । 3.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Delhi earthquake: ଦିଲ୍ଲୀରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6

ପରିବେଶ ସନ୍ତୁଳନ ହରାଉଥିବାରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ନିୟମିତ ଭାବେ କେଉଁଠି ନା କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି । ନିକଟରେ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଗତ ୬ ତାରିଖ ଅପରାହ୍ନରେ 5.6 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି କମ୍ପନ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା । ସେହିପରି ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ ଗତ ମାସରେ 3.5 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ -Earthquake in J&K: ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ ଭୂକମ୍ପ ଝଟକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.