ETV Bharat / bharat

Earthquake in J&K: ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ ଭୂକମ୍ପ ଝଟକା

author img

By ETV Bharat Odisha Team

Published : Oct 23, 2023, 8:24 AM IST

ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ 3.5 ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା। ଅଧିକ ପଢନ୍ତୁ

Earthquake hits in Kishtwar
Earthquake hits in Kishtwar

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା 3.5 ଥିବା ରେକର୍ଡ କରାଯାଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏନସିଏସ ସୂଚନା ଅନୁଯାୟୀ, ରବିବାର ରାତି 10ଟା 56 ମିନିଟ ସମୟରେ ଜମ୍ମୁ କାଶ୍ମୀରରେ 3.5 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା 5 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ 33.34 ଏବଂ ଦ୍ରାଘିମା 76.69 ରହିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହା ମଧ୍ୟ ପଢନ୍ତୁ-Earthquake in J&K: ଜମ୍ମୁ କାଶ୍ମୀରର ରଜୌରୀରେ ଭୂକମ୍ପ ଝଟକା

ରବିବାର ନେପାଳରେ ଭୂକମ୍ପ ଝଟକ ଅନୁଭୂତ ହେବା ପରେ ଏହାର ପ୍ରଭାବ ବିବାରର କିଛି ଜିଲ୍ଲାରେ ପଡିଥିଲା। ମୋତିହାରୀ ଓ ଛପରା ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗତକାଲି ସକାଳ 7ଟା 28 ମନିଟ ସମୟରେ ମୋତିହାରୀ, ଛପରା ଏବଂ ଗୋପାଳଗଞ୍ଜ ସମେତ ଅନ୍ୟ ଜିଲ୍ଲାରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କମ୍ପନ ଅନୁଭବ ହେବା ପରେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର କାଠମାଣ୍ଡୁ ନିକଟରେ ବୋଲି ଜଣାପଡିଥିଲା।

ଗତ ଅଗଷ୍ଟ 17 ତାରିଖରେ ଜମ୍ମୁ କାଶ୍ମୀରର ରଜୌରୀରେ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା 3.6 ରେକର୍ଡ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଏହାର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 33.33 ଏବଂ ଦ୍ରାଘିମା 74.20 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଅଗଷ୍ଟ 5 ତାରିଖରେ ଗୁଲମାର୍ଗରେ 5.2 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉତ୍ତର-ଉତ୍ତର-ପଶ୍ଚିମର 184 କିଲୋମିଟର ଦୂରରେ ରହିଥିଲା । ଏହାର ଗଭୀରତା 129କିମି ରେକର୍ଡ କରାଯାଇଥିଲା । ଏହାପରେ ଅଗଷ୍ଟ 6 ତାରିଖରେ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀ ଓ ଏହାର ଉପକଣ୍ଠ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.